or_tw/bible/names/gideon.md

5.1 KiB
Raw Permalink Blame History

ଗିଦିଅନ

ତଥ୍ୟ:

ଗିଦିଅନ ଏକ ଇସ୍ରାଏଲ ମନୁଷ୍ୟଥିଲେ ଯାହାକୁ ପ୍ରଭୁ ଉଠାଇଲେ କି ତାହାଙ୍କ ଶତ୍ରୁଠାରୁ ମୁକ୍ତ କରିବେ I

  • ଗିଦିଅନଙ୍କ ସମୟରେ, ମିଦିୟାନୀୟ ନାମରେ ଏକ ଜାତିଥିଲା ଯେ ଲଗାତର ଇସ୍ରାଏଲ ଉପରେ ଆକ୍ରମଣ କରି ତାହାଙ୍କ ଶସ୍ୟ ବିନାଶ କରୁଥିଲେ I
  • ଗିଦିଅନ ଏକ ଡରୁଆ ମଣିଷଥିଲେ ମଧ୍ୟ ଇଶ୍ୱର ତାହାଙ୍କୁ ମିଦିୟନୀୟ ବିରୁଦ୍ଧରେ ଯୁଦ୍ଧ କରି ତାହାଙ୍କୁ ହରାଇବା ନିମନ୍ତେ ଏକ ନେତା କରି ବାଛିଲେ I
  • ଗିଦିଅନ ମିଥ୍ୟା ଇଶ୍ୱର ବାଲ ଓ ଆଶେରା କୁ ବିନଷ୍ଟ କରିବା ଦ୍ୱାରା ପରମେଶ୍ୱରଙ୍କ ଆଜ୍ଞାକାରୀ ହେଲେ I
  • ସେ କେବଳ ଲୋକଙ୍କ ଶତ୍ରୁ ହରାଇବାରେ ତାହାଙ୍କ ନେତୃତ୍ୱ କରୁଥିଲେ ତାହା ନୁହଁ କିନ୍ତୁ ତାହାଙ୍କୁ ସଦାପ୍ରଭୁ ସତ୍ୟ ପରମେଶ୍ୱର ଜାଣି ତାହାଙ୍କର ଉପାସନା କରିବାକୁ ଓ ଆଜ୍ଞାକାରୀ ହେବାକୁ ଉତ୍ସାହିତ କରୁଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଇପାରେ)

(ଆହୁରି ଦେଖନ୍ତୁ: ବାଲ୍, ଆଶେରା, ମୁକ୍ତ କରିବା, ମିଦିୟନ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୧୬:୦୫ ସଦାପ୍ରଭୁଙ୍କ ଦୂତ ଗିଦିଅନ_ ପାଖକୁ ଆସିଲେ ଓ କହିଲେ, “ହେ ଯୋଦ୍ଧା ପ୍ରଭୁ ତୁମ ସହିତ ଅଛନ୍ତି “I

ଯାଅ ଓ ଇସ୍ରାଏଲ ଜାତି କୁ ମିଦିୟନ ହାତରୁ ଉଦ୍ଧାର କର I

  • ୧୬:୦୬ _ଗିଦିଅନଙ୍କ ପିତାର ଏକ ବେଦୀ ମୂର୍ତ୍ତି ନିମନ୍ତେ ସମର୍ପିତଥିଲା I

ପରମେଶ୍ୱର _ଗିଦିଅନକୁ ସେହି ବେଦୀ କୁ ନଷ୍ଟ କରିବା ନିମନ୍ତେ କହିଲେ I

  • ୧୬:୦୮ ସେମାନେ (ମିଦିୟନୀୟ) ଅନେକଥିଲେ ଓ ଗଣନା ରୁ ବାହାରେଥିଲେ, _ଗିଦିୟନ _ ଇସ୍ରାଏଲ୍ ଲୋକଙ୍କୁ ଡାକରା ଦେଲେ କି ତାହାଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ I
  • ୧୬:୦୮ _ଗିଦିୟନ _ ପ୍ରଭୁଙ୍କଠାରୁ ଦୁଇଟି ଚିହ୍ନ ମାଗିଲେ କି ସେ ନିଶ୍ଚିନ୍ତ ହୋଇ ପାରନ୍ତି କି ପ୍ରଭୁ ତାହାଙ୍କୁଇସ୍ରାଏଲ ର ମୁକ୍ତି ନିମନ୍ତେ ବ୍ୟବହାର କରିବେ I
  • ୧୬:୧୦ ୩୨, ଇସ୍ରାଏଲ ସେନା _ଗିଦିୟନ _ ନିକଟକୁ ଆସିଲେ, କିନ୍ତୁ ପରମେଶ୍ୱର ତାହାକୁ କହିଲେ ଏହା ଅତ୍ୟଧିକ ଅଟେ I
  • ୧୬:୧୨ ତହିଁ ଉତାରେ _ଗିଦିୟନ _ ସେନା ନିକଟକୁ ଫେରି ଆସିଲେ ଓ ପ୍ରତ୍ୟକ ଜଣକୁ ଏକ ଶିଙ୍ଗ, ଏକ ମାଟି ପାତ୍ର ଓ ଏକ ମୋଶାଲ ଦେଲେ I
  • ୧୬:୧୫ ଲୋକ ସମୁହ ଗିଡିୟାନକୁ ତାଙ୍କର ରାଜା କରିବାକୁ ଚାହୁଁଥିଲେ I
  • ୧୬:୧୬ ତା ପରେ _ଗିଦିୟନ _ ଏକ ବିଶେଷ ବସ୍ତ୍ର ଯେପରି ମହାଯାଜକ ପରିଧାନ କରନ୍ତି ଏପରି ସୁନାରେ ନିର୍ମିତ ଏକ ବସ୍ତ୍ର ତିଆରି କଲେ I

କିନ୍ତୁ ଲୋକମାନେ ମୂର୍ତ୍ତି କୁ ପୂଜା କଲା ପରି ଏହାକୁ ମଧ୍ୟ ପୂଜା କଲେ I

ବୋର୍ଡ ଡାଟା :

  • Strong's: H1439, H1441