or_tw/bible/names/elijah.md

5.5 KiB
Raw Permalink Blame History

ଏଲୀୟ

ଘଟଣାବଳୀ:

ଏଲୀୟ ଯିହୋବାଙ୍କ ଭବିଷ୍ୟ‌ଦ୍‌ବକ୍ତାଙ୍କ ମଧ୍ୟରୁ ଜଣେ ପ୍ରଧାନ ଭବିଷ୍ୟ‌ଦ୍‌ବକ୍ତା ଥିଲେ I ଏଲୀୟ ଯିହୁଦା ଏବଂ ଇସ୍ରାଏଲର ଅନେକ ରାଜାମାନଙ୍କ ରାଜତ୍ୱ ମଧ୍ୟରେ ଭାବବାଣୀ ଦେଲେ ସେମାନଙ୍କ ମଧ୍ୟରୁ ରାଜା ଆହାବ ଜଣେ ଥିଲେ I

  • ଏଲୀୟଙ୍କ ଦ୍ୱାରା ଈଶ୍ଵର ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ଏଥିରେ ମୃତ୍ୟୁ ଶିଶୁକୁ ଜୀବିତ କରିବା ଅନ୍ତର୍ଭୁକ୍ତ ଅଟେ I
  • ଏଲୀୟ ଆହାବ ରାଜାଙ୍କୁ ବାଲ ଦେବତାର ଆରାଧନା କରିଥିବା ହେତୁ ଭର୍ତ୍ସନା କଲେ I
  • ସେ ବାଲ ଦେବତାର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଆହ୍ୱାନ ଦେଇ ଯିହୋବା ଯେ ସତ୍ୟ ପରମେଶ୍ୱର ତାହା ପ୍ରମାଣ କରିବା ପାଇଁ କହିଲେ I
  • ଏଲୀୟଙ୍କ ଜୀବନ ଶେଷ ଆଡ଼କୁ, ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ସ୍ୱର୍ଗକୁ ଜୀବତ ଥିବା ଅବସ୍ଥାରେ ନେଲେ I
  • ହଜାର ବର୍ଷ ପରେ, ଏଲୀୟ ମୋଶାଙ୍କ ସହିତ ଯୀଶୁଙ୍କୁ ପର୍ବତ ଉପରେ ସାକ୍ଷାତ କଲେ ଏବଂ ଯୀଶୁ ଯିରୂଶାଲମରେ କଷ୍ଟ ଏବଂ ମୃତ୍ୟୁ ଭୋଗ କରିବା ବିଷୟରେ ସେମାନେ ବାର୍ତ୍ତାଳାପ କଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ:ନାମଗୁଡ଼ିକ କିପରି ଅନୁବାଦ କରିବେ: ଦେଖନ୍ତୁ )

(ଆଶ୍ଚର୍ଯ୍ୟ କର୍ମ,ଭବିଷ୍ୟ‌ଦ୍‌ବକ୍ତା,ଯିହୋବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 19:2 ଏଲୀୟ ଭବିଷ୍ୟ‌ଦ୍‌ବକ୍ତା ଥିଲେ ଯେତେବେଳେ ଆହାବ ଇସ୍ରାଏଲର ରାଜାଥିଲେ I
  • 19:2 ଏଲୀୟ ଆହାବକୁ କହିଲେ, “ମୁଁ ନ କହିବା ପର୍ଯ୍ୟନ୍ତ ଇସ୍ରାଏଲରେ ବର୍ଷା କିମ୍ୱା କୁହୁଡି ଆସିଵ ନାହିଁ I
  • 19:3 ଈଶ୍ଵର  ଏଲୀୟଙ୍କୁ କହିଲେ, ତୁମ୍ଭେ ଯାଇ ପ୍ରାନ୍ତର ମଧ୍ୟରେ ଲୁଚିଯାଅ କାରଣ ଆହାବ ତୁମ୍ଭକୁ ମାରିବା ପାଇଁ ଚେଷ୍ଟା କରୁଛି I ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟା, ପକ୍ଷୀମାନେ ରୋଟି ଏବଂ ମାଂସ ଆଣୁଥିଲେ I
  • 19:4 କିନ୍ତୁ ସେମାନେଏଲୀୟର ଯତ୍ନ ନେଲେ ଏବଂ ଈଶ୍ଵର  ସେମାନଙ୍କୁ ଏପରି ଯୋଗାଇଲେ ଯେ ସେମାନଙ୍କ ମଇଦା ପାତ୍ର ଏବଂ ତୌଳ ବତୋଲ ଖାଲି ହେଲା ନାହିଁ I
  • 19:5 ସାଡ଼େ ତିନି ବର୍ଷ ପରେ, ଈଶ୍ଵର  ଏଲୀୟଙ୍କୁ କହିଲେ ଇସ୍ରାଏଲକୁ ଫେରି ଆହାବ ସହିତ କଥାବାର୍ତ୍ତା କରିବା ପାଇଁ କାରଣ ସେ ପୁଣି ବର୍ଷା ପ୍ରେରଣ କରିବେ I
  • 19:7 ତେବେ ଏଲୀୟ ବାଲର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କହିଲେ,”ଗୋଟିଏ ବାଛୁରୀକୁ ସଂହାର କରି ବଳି ଭାବରେ ପ୍ରସ୍ତୁତ କର କିନ୍ତୁ ଏହା ଦଗ୍ଧ କରନାହିଁ I”
  • 19:3 ତେବେ ଏଲୀୟ କହିଲେ, “ବାଲର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଖସିବାକୁ ଦିଅନାହିଁ!”
  • 19:12 ତେବେ ମୋଶା ଏବଂ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଏଲୀୟସାକ୍ଷାତ କଲେ I
  • 36:3 ଏହି ଲୋକମାନେ ଏହା ପୂର୍ବରୁ ହଜାର ହଜାର ବର୍ଷ ବଞ୍ଚିଥିଲେ I ସେମାନେ ଯୀଶୁଙ୍କ ମୃତ୍ୟୁ ଯାହା ଯିରୂଶାଲମ ରେ ଶୀଘ୍ର ଘଟିଵ ସେ ସମ୍ପର୍କରେ ଯୀଶୁଙ୍କ ସହିତ କଥାବାର୍ତ୍ତା କେଲ୍ I

ଶବ୍ଦବିନ୍ୟାସ :

  • Strongs: H0452, G22430