or_tw/bible/names/antioch.md

3.1 KiB
Raw Permalink Blame History

ଆନ୍ତିୟଖିଆ

ସତ୍ୟ ଘଟଣାବଳୀମାନ:

ନୂତନ ନିୟମରେ ଆନ୍ତିୟଖିଆ ଦୁଇଟି ନଗରର ନାମ ଥିଲା I ଗୋଟିଏ ଭୂମଧ୍ୟ ସାଗରର ଉପକୂଳରେ ଥିବା ସିରିୟାରେ ଥିଲା I ଅନ୍ୟଟି କଲସୀୟ ନିକଟରେ ଥିବା ପିସିଦିଆର ରୋମୀୟ ପ୍ରଦେଶରେ ଥିଲା I

  • ସିରିୟାର ଆନ୍ତିୟଖିଆରେ ଥିବା ସ୍ଥାନୀୟ ମଣ୍ଡଳୀ ହିଁ ପ୍ରଥମ ସ୍ଥାନ, ଯେଉଁଠାରେ ଯୀଶୁଙ୍କଠାରେ ବିଶ୍ୱାସୀମାନଙ୍କୁ ପ୍ରଥମଥର ଖ୍ରୀଷ୍ଟିୟାନ କୁହାଗଲା I ସେଠାରେ ମଣ୍ଡଳୀ ବିଜାତୀମାନଙ୍କ ନିକଟରେ ଧର୍ମପ୍ରଚାରକମାନଙ୍କୁ ପଠାଇବା ନିମନ୍ତେ କାର୍ଯ୍ୟରତ ଥିଲା I
  • ଯିରୂଶାଲମ ମଣ୍ଡଳୀର ନେତାଗଣ ଆନ୍ତିୟଖିଆ ମଣ୍ଡଳୀକୁ ସାହାଯ୍ୟ କରିବା ନିମନ୍ତେ ଏକ ପତ୍ର ଲେଖିଲେ, ଯାହା ଖ୍ରୀଷ୍ଟିୟାନ ହେବାପାଇଁ ଯିହୁଦୀମାନଙ୍କ ବ୍ୟବସ୍ଥା ମାନିବା ବାଧ୍ୟତା ନ ଥିଲା I
  • ପାଉଲ, ବର୍ଣ୍ଣବ୍ବା ଓ ଯୋହନ ମାର୍କ ପିସିଦୀଆସ୍ଥିତ ଆନ୍ତିୟଖିଆକୁ ସୁସମାଚାର ପ୍ରଚାର କରିବା ନିମନ୍ତେ ଯାତ୍ରା କଲେ I ଅନ୍ୟ ସହରର କେତେକ ଯିହୁଦୀମାନେ ସମସ୍ୟାକୁ ଉତ୍ତେଜିତ କରିବାକୁ ଆସିଲେ ଏବଂ ସେମାନେ ପାଉଲଙ୍କୁ ହତ୍ୟା କରିବା ନିମନ୍ତେ ଚେଷ୍ଟା କଲେ I କିନ୍ତୁ ଅନେକ ଲୋକ, ଯିହୁଦୀ ଓ ବିଜାତିମାନେ ଶିକ୍ଷାକୁ ଶୁଣିଲେ ଏବଂ ଯୀଶୁଙ୍କଠାରେ ବିଶ୍ୱାସ କଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ବର୍ଣ୍ଣବା, କଲସୀୟ, ଯୋହନ ମାର୍କ, ପାଉଲ, ପ୍ରଦେଶ, ରୋମୀୟ, ସିରିୟା ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G04910