or_tw/bible/names/barnabas.md

3.9 KiB
Raw Permalink Blame History

ବର୍ଣ୍ଣବା

ତଥ୍ୟବଳୀ:

ପ୍ରେରିତମାନଙ୍କ ସମୟରେ ବାସ କରୁଥିବା ବର୍ଣ୍ଣବା ଆଦ୍ୟ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରୁ ଜଣେ ଥିଲେ ।

  • ବର୍ଣ୍ଣବ୍ବା ଇସ୍ରାଏଲୀୟ ଲେବୀ ଗୋଷ୍ଠୀର ଥିଲେ ଏବଂ ସାଇପ୍ରସ ଦ୍ୱୀପରୁ

ଆସିଥିଲେ।

  • ଯେତେବେଳେ ଶାଉଲ (ପାଉଲ) ଖ୍ରୀଷ୍ଟିୟାନ

ହେଲେ, ବର୍ଣ୍ଣବ୍ବା ଅନ୍ୟ ବିଶ୍ଵାସୀମାନଙ୍କୁ ତାଙ୍କୁ ସହକର୍ମୀ ଭାବରେ ଗ୍ରହଣ କରିବାକୁ ଅନୁରୋଧ କଲେ ।

  • ବିଭିନ୍ନ ନଗରରେ ଯୀଶୁଙ୍କ ବିଷୟରେ

ସୁସମାଚାର ପ୍ରଚାର କରିବାକୁ ବର୍ଣ୍ଣବ୍ବା ଏବଂ ପାଉଲ ଏକତ୍ର ଯାତ୍ରା କରିଥିଲେ ।

  • ତାଙ୍କର ନାମ ଯୋଷେଫ ଥିଲା, କିନ୍ତୁ ତାଙ୍କୁ “ବର୍ଣ୍ଣବ୍ବା” କୁହାଯାଉଥିଲା ଯାହାର ଅର୍ଥ

“ଉତ୍ସାହର ପୁତ୍ର” ଅଟେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ:ଖ୍ରୀଷ୍ଚିୟାନ, ସାଇପ୍ରସ, ସୁସମାଚାର, ଲେବୀୟ, ପାଉଲ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

ତା’ପରେ

ବର୍ଣ୍ଣବ୍ବା ନାମକ ଜଣେ ବିଶ୍ୱାସୀ ଶାଉଲଙ୍କୁ ପ୍ରେରିତମାନଙ୍କ ନିକଟକୁ ନେଇଗଲେ ଏବଂ ଶାଉଲ ଦମ୍ମେଶକରେ

କିପରି ସାହସର ସହ ପ୍ରଚାର କରିଛନ୍ତି ସେହି ବିଷୟରେ ସେମାନଙ୍କୁ କହିଲେ  ।

ବର୍ଣ୍ଣବ୍ବା ଏବଂ ଶାଉଲ ଏହି ନୂତନ ବିଶ୍ଵାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଅଧିକ ଶିକ୍ଷା ଦେବା ଏବଂ ମଣ୍ଡଳୀକୁ ଦୃଢ କରିବା ପାଇଁ ସେଠାକୁ ଗଲେ ।

ଦିନେ, ଆନ୍ତିୟଖିଆର ଖ୍ରୀଷ୍ଟିୟାନମାନେ ଉପବାସ ଓ ପ୍ରାର୍ଥନା କରୁଥିବା ସମୟରେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ବର୍ଣ୍ଣବ୍ବା ଓ ଶାଉଲକୁ ମୁଁ ଯେଉଁ କାମ କରିବାକୁ ଆହ୍ୱାନ କରିଛି, ତାହା କରିବାକୁ ସେମାନଙ୍କୁ ଆଲଗା କର” ତେଣୁ ଆନ୍ତିୟଖିଆର ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କ ପାଇଁ ପ୍ରାର୍ଥନା କଲେ ଓ ସେମାନଙ୍କ ଉପରେ ହସ୍ତ ରଖିଲେ।

ଶବ୍ଦବିନ୍ୟାସ:

  • Strongs: G09210