or_ta/translate/bita-part1/01.md

14 KiB
Raw Permalink Blame History

ଏହି ପୃଷ୍ଠା ସୀମିତ ଉପାୟରେ ଏକତ୍ର ଅନୁରୂପ ବା ଯୁଗ୍ମଶବ୍ଦ ବିଚାରଧାରାକୁ ଆଲୋଚନା କରେ ।(ଅଧିକ ଜଟିଳ ଅନୁରୂପଶବ୍ଦର ଆଲୋଚନା ନିମନ୍ତେ, (../bita-ଭାଗ 3/01.md), [ବାଇବଲଭିତ୍ତିକ ରୂପକ ଶବ୍ଦ ସାଂସ୍କୃତିକ ଆଦର୍ଶସମୂହ] ପାଠକୁ ଦେଖନ୍ତୁ) ।

ବିବରଣ

ସମସ୍ତ ଭାଷାରେ, ଅଧିକାଂଶ ରୂପକ ଶବ୍ଦ ଅନୁରୂପ ବିଚାରଧାରାର ବ୍ୟାପକ ପରିସରରୁ ଆସିଥାଏ, ଯେଉଁଥିରେ ଗୋଟିଏ ବିଚାରଧାରା ଅନ୍ୟ ବିଚାରଧାରାକୁ ପ୍ରତିନିଧିତ୍ଵ କରିଥାନ୍ତି । ଉଦାହରଣ ସ୍ଵରୂପ, କେତେକ ଭାଷାରେ “ଅଧିକ” ସହ ବହୁତ ଅନୁରୂପଶବ୍ଦର ଢାଞ୍ଚାକୁ ଓ “ଅଧିକ ନୁହେଁ” ସହ ଅଳ୍ପ ଅନୁରୂପଶବ୍ଦର ଢାଞ୍ଚାକୁ, ଯଦ୍ୱାରା “ଅଧିକ”କୁ _ ବହୁତ_ ପ୍ରତିନିଧିତ୍ଵ କରେ ଓ “ଅଧିକ ନୁହେଁ”କୁ ଅଳ୍ପ ପ୍ରତିନିଧିତ୍ଵ କରେ ।ଏହା ଏପରି ହୋଇଥାଏ କାରଣ ଯେବେ ଗୋଟିଏ ଗଦାରେ କିଛି ଅଧିକ ରହେ, ତେବେ ସେହି ଗଦାକୁ ବହୁତ ବୋଲି କୁହାଯିବ ।ଆଉ ମଧ୍ୟ ଯଦି କୌଣସି ବିଷୟ ଅଧିକ ଟଙ୍କା ଦାମ୍ ଧାର୍ଯ୍ୟ ହେବ, କେତେକ ଭାଷାରେ ଲୋକେ ଏପରି କହନ୍ତି ଯେ ସେହି ମୂଲ୍ୟ ବହୁତ ହେଲା, ଯଦି କୌଣସି ସହରରେ ଯେତେ ଲୋକ ରହିବା ଉଚିତ୍ ତା’ଠାରୁ ଅଧିକ ଲୋକ ରହନ୍ତି, ତେବେ ଆମେ କହିଥାଉ ଯେ ସହରରେ ଲୋକ ସଂଖ୍ୟା ବଢିଗଲା । ସେହିପରି ଯଦି କେହି ପତଳା ହୋଇଯାଏ ଓ ଓଜନ ହରାଏ, ତେବେ ଆମେ କହିଥାଉ ଯେ ସେମାନଙ୍କର ଓଜନ କମିଗଲା

ବାଇବଲରେ ପରିଲକ୍ଷିତ ହେଉଥିବା ଢାଞ୍ଚାଗୁଡ଼ିକ ଅନେକ ସମୟରେ ଏବ୍ରୀ ଓ ଗ୍ରୀକ୍ ଭାଷାରେ ଅଦ୍ଵିତୀୟ ଅଟେ ।ଏହି ଢାଞ୍ଚାଗୁଡିକୁ ଜାଣିବା ପ୍ରୟୋଜନୀୟ, କାରଣ ସେଗୁଡ଼ିକ ବାରମ୍ବାର ସମାନ ସମସ୍ୟା ସହ ଅନୁବାଦକଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥାନ୍ତି ଯେ ସେଗୁଡ଼ିକୁ କିପରି ଅନୁବାଦ କରାଯାଇପାରିବ । ଥରେ ଯଦି ସେଗୁଡ଼ିକୁ କିପରି ଅନୁବାଦ କରାଯିବ ସେଥିର ଆହ୍ଵାନକୁ ଅନୁବାଦକମାନେ ସମାଧାନ କରିବ, ତେବେ ସେମାନେ ଯେକୌଣସି ସ୍ଥାନରେ ସେଗୁଡ଼ିକୁ ବ୍ୟବହାର କରିବାକୁ ପ୍ରସ୍ତୁତ ହେବେ ।

ଉଦାହରଣ ସ୍ଵରୂପ, ବାଇବଲର ଗୋଟିଏ ଯୁଗ୍ମଶବ୍ଦର ଢାଞ୍ଚା ହେଉଛି, “ଆଚରଣ କରିବା” ସହ ଚାଲିବା ଓ “ଏକ ପ୍ରକାର ସ୍ଵଭାବ” ସହ < u> ମାର୍ଗ । ଗୀତସଂହିତା 1:1 ରେ, ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲିବା ଅର୍ଥ ଦୁଷ୍ଟଲୋକ ଯାହା କରିବା ପାଇଁ କହେ ତାହା କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ସେ ଧନ୍ୟ (ଗୀତସଂହିତା 1:1 ULT)

ଏହି ପ୍ରକାର ଢାଞ୍ଚା ବା ନମୁନା ମଧ୍ୟ ଗୀତସଂହିତା 119:32 ରେ ଦେଖାଯାଏ, ଯେଉଁଠାରେ କି ଈଶ୍ଵରଙ୍କ ଆଜ୍ଞାପଥରେ ଧାବମାନ ହେବା ବିଷୟ ଈଶ୍ଵରଙ୍କ ଆଜ୍ଞାନୁସାରେ କାର୍ଯ୍ୟ କରିବା ବିଷୟକୁ ପ୍ରତିନିଧିତ୍ଵ କରେ । ଚାଲିବା ଅପେକ୍ଷା ଦୌଡିବା ଅଧିକ ବ୍ୟଗ୍ରତା ହୋଇଥିବା ହେତୁ, ଏଠାରେ ଦୌଡିବାର ବିଚାରଧାରା ଏହାକୁ ସଂପୂର୍ଣ୍ଣ ହୃଦୟତାର ସହ କାର୍ଯ୍ୟ କରିବାର ବିଚାରଧାରାକୁ ସୂଚିତ କରୁଛି ।

ମୁଁ ତୁମ୍ଭ ଆଜ୍ଞାପଥରେ ଧାବମାନ ହେବି । (ଗୀତସଂହିତା 119:32 ULT)

ଅନୁବାଦ ସମସ୍ୟାର କାରଣଗୁଡିକ

ଏଗୁଡ଼ିକୁ ଚିହ୍ନଟ କରୁଥିବା ଯେକୌଣସି ଲୋକଙ୍କୁ ଏହି ଢାଞ୍ଚାଗୁଡ଼ିକ ତିନୋଟି ଆହ୍ଵାନ ଦିଏ ।

  1. ବାଇବଲରେ ଯେବେ ଏପରି ନିର୍ଦ୍ଦିଷ୍ଟ ରୂପକ ଶବ୍ଦ ଦେଖ,

ଉଦାହରଣ ସ୍ଵରୂପେ, ସେହି ମନୋଭାବ ତତ୍ କ୍ଷଣାତ ପରିଲକ୍ଷିତ ହୋଇ ନ ପାରେ, ଏହ କେବଳ ପରମେଶ୍ଵର ଯିଏ ମୋତେ କଟିବନ୍ଧନୀ ପରି ଶକ୍ତି ଯୋଗାଇଥାନ୍ତି । (ଗୀତସଂହିତା 18:32 ULT)mଏହି କ୍ଷେତ୍ରରେ, କଟିବନ୍ଧନୀର ଛବି ଶକ୍ତିକୁ ପ୍ରତିନିଧିତ୍ଵ କରେ । ([ବାଇବଲଭିତ୍ତିକ ରୂପକ ଶବ୍ଦ ମନୁଷ୍ୟ କୃତ ବସ୍ତୁସକଳ] (../bita-ମନୁଷ୍ୟକୃତ/01.md) ପାଠରେ “ବସ୍ତ୍ର ପରିଧାନ କରିବା ନୈତିକ ଗୁଣସମୂହକୁ ପ୍ରତିନିତିଧିତ୍ଵ କରେ” ପାଠ୍ଯାଂଶକୁ ଦେଖନ୍ତୁ)

  1. ଯେବେ କୌଣସି ନିର୍ଦ୍ଦିଷ୍ଟ ମନୋଭାବ ପ୍ରକାଶକୁ ଦେଖନ୍ତି, ଏହା କୌଣସି ମନୋଭାବକୁ ପ୍ରତିନିଧିତ୍ଵ କରୁଛି କି ନାହିଁ, ତାହାକୁ ଅନୁବାଦକ ଜାଣିବା ଆବଶ୍ୟକ । ଚତୁର୍ଦିଗ ଥିବା ପାଠକୁ ବିବେଚନା କରି ହିଁ ଏହାକୁ ଲେଖାଯାଇ ପାରିବ । ଉଦାହରଣ ସ୍ଵରୂପେ, “ପ୍ରଦୀପ” ସଠିକ୍ ଭାବରେ ତୈଳପୂର୍ଣ୍ଣ ଧାତୁ ପାତ୍ରକୁ ଓ ଆଲୋକିତ କରିବା ବଳିତାକୁ ଦର୍ଶାଉଛି କି ନାହି କିମ୍ବା “ପ୍ରଦୀପ” ଜୀବନକୁ ପ୍ରତିନିଧିତ୍ଵ କରୁଥିବା ରୂପକ ଛବି କି ନାହିଁ, ଏହାର ଚତୁର୍ଦିଗ ଥିବା ପାଠ ଆମକୁ ଦେଖାଇଥାଏ । ([ବାଇବଲଭିତ୍ତିକ ରୂପକ ଶବ୍ଦ ପ୍ରାକୃତିକ ଘଟଣାବଳୀ] ପାଠରେ “ଅଗ୍ନି କିମ୍ବା ପ୍ରଦୀପ ଜୀବନକୁ ପ୍ରତିନିଧିତ୍ଵ କରେ” ପାଠ୍ଯାଂଶକୁ ଦେଖନ୍ତୁ)

1ମ ରାଜାବଳୀ 7:50 ରେ, ଗୋଟିଏ ପ୍ରଦୀପ ଜଳାଇବା ଦିଆସିଲି କାଠି ଗୋଟିଏ ସାଧାରଣ ପ୍ରଦୀପରେ ଥିବା ବଳିତାକୁ ଜଳାଇବାର ଏକ ଉପକରଣ ଅଟେ । 2ୟ ଶାମୁଏଲ 21:17 ରେ, ଇସ୍ରାଏଲର ପ୍ରଦୀପ ରାଜା ଦାଉଦଙ୍କ ଜୀବନକୁ ପ୍ରତିନିଧିତ୍ଵ କରୁଛି । ତାହାଙ୍କର ଲୋକମାନେ ଚିନ୍ତିତ ହେଲେ ଯେ ସେ “ଇସ୍ରାଏଲର ପ୍ରଦୀପକୁ ଲିଭାଇ ଦେବେ”, ଅର୍ଥାତ୍, ସେମାନେ ଚିନ୍ତିତ ହେଲେ ଯେ ସେ ମରି ଯାଇଥାନ୍ତେ ।

ନିର୍ମଳ ସୁବର୍ଣ୍ଣର ପାତ୍ର ଓ କତୁରି ଓ କୁଣ୍ଡ ଓ ଚମସ ଓ ଅଙ୍ଗାରଧାନା;(1ମ ରାଜାବଳୀ 7:50 ULT)

ଇଶବୀ ବନୋବ୍ ...ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା । ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କ ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା । ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ । (2ୟ ଶାମୁୟେଲ 21:17 ULT)

  1. ମନୋଭାବ ପ୍ରକାଶ କରୁଥିବା ଭାବଭଙ୍ଗୀଗୁଡ଼ିକ ବିଚାରଧାରର ଅନୁରୂପଶବ୍ଦର ଆଧାରିତ ଯାହା ବାରମ୍ବାର ଜଟିଳ ଭାବେ ଏକତ୍ର ସଂଯୁକ୍ତ ହୋଇଥାନ୍ତି । ଆହୁରି ମଧ୍ୟ, କେତେକ କ୍ଷେତ୍ରରେ ସାଧାରଣ ଲାକ୍ଷଣିକ ଶବ୍ଦ ଓ ପ୍ରାକୃତିକ ଆଦର୍ଶସମୂହ ଆଧାରରେ - ସେଗୁଡ଼ିକ ବାରମ୍ବାର ସଂଯୁକ୍ତ ହୋଇଥାନ୍ତି । (ବାଇବଲଭିତ୍ତିକ ରୂପକ ଶବ୍ଦ ସାଧାରଣ ଲାକ୍ଷଣିକ ଶବ୍ଦସମୂହବାଇବଲଭିତ୍ତିକ ରୂପକ ଶବ୍ଦ ପ୍ରାକୃତିକ ଆଦର୍ଶସମୂହ ପାଠକୁ ଦେଖନ୍ତୁ । )

ଉଦାହରଣ ସ୍ଵରୂପେ, ନିମ୍ନରେ ପ୍ରଦତ୍ତ 2ୟ ଶାମୁୟେଲ 14:7 ରେ, “ଜ୍ଵଳନ୍ତା ଅଗ୍ନି/ନିଆଁ” ପୁଅଙ୍କ ଜୀବନର ରୂପକ ଚିତ୍ରଣ, ଯାହା ତାହାର ପିତାଙ୍କୁ ସ୍ମରଣ କରିବାକୁ ବାଧ୍ୟ କରିବ, ତାହାକୁ ପ୍ରତିନିଧିତ୍ଵ କରୁଛି । ଏଣୁ ଏଠାରେ ଦୁଇ ପ୍ରକାର ଅନୁରୂପଶବ୍ଦର ଢାଞ୍ଚା ଦେଖିବାକୁ ମିଳୁଛି: ପୁଅଙ୍କ ଜୀବନ ସହ ନିଆଁ / ଜ୍ଵଳନ୍ତା ଅଗ୍ନି, ଓ ପିତାଙ୍କର ସ୍ମୃତି ସହ ପୁତ୍ରଙ୍କ ଅନୁରୂପଶବ୍ଦ ।

ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ଆପଣା ଭାଇକି ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ । ମଧ୍ୟ ଉତ୍ତରାଧିକାରୀକି ଉଚ୍ଚିନ୍ନ କରିବୁ । ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ଭୂମଣ୍ଡଳରୁ ମୋ’ ସ୍ଵାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ । (2ୟ ଶାମୁୟେଲ 14:7 ULT)

ବାଇବଲରେ ଉଲ୍ଲେଖ ରୂପକ ଶବ୍ଦର ତାଲିକାକୁ ସଂଯୁକ୍ତ କରିବା

ଆଗାମୀ ପୃଷ୍ଠାଗୁଡ଼ିକରେ କେତେକ ବିଚାରଧାରାର ତାଲିକା ରହିଛି ଯାହା ଉଦାହରଣ ସହ ଏକତ୍ର ବାଇବଲରେ ଅନ୍ୟକୁ ପ୍ରତିନିଧିତ୍ଵ କରିଥାଏ । ବିଭିନ୍ନ ପ୍ରକାର ରୂପକ ଛବି ଅନୁଯାଇ ସେଗୁଡ଼ିକୁ ସଂଗଠିତ କରା ଯାଇଛି ।