or_ta/translate/bita-part3/01.md

34 KiB
Raw Permalink Blame History

ବିବରଣ

ସାଂସ୍କୃତିକ ଆଦର୍ଶଗୁଡିକ ଜୀବନ ଓ ଆଚରଣର ମାନସିକ ଛବିଗୁଡ଼ିକର ଅଂଶବିଶେଷ ଅଟେ । ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ କଥା ହେବାରେ ଓ ପରିକଳ୍ପନା କରିବାରେ ଏହି ଛବିଗୁଡ଼ିକ ଆମକୁ ସାହାଯ୍ୟ କରେ । ଉଦାହରଣ ସ୍ଵରୂପ, ଅନେକ ସମୟରେ ଆମେରିକାର ଲୋକମାନେ ଏନେକ ବିଷୟ ଚିନ୍ତା କରିଥାନ୍ତି, ଏପରିକି ବିବାହ ଓ ବନ୍ଧୁତ୍ଵ, ଯେପରିକି ସେମାନେ ଗୋଟିଏ ଗୋଟିଏ ଯନ୍ତ୍ର । ଆମେରିକାର ଲୋକମାନେ କହିଥାନ୍ତି ଯେ, “ତା’ର ବିବାହ ଭାଙ୍ଗି ଯାଉଛି” କିମ୍ବା “ସେମାନଙ୍କର ବନ୍ଧୁତ୍ଵ ଦ୍ରୁତଗତିରେ ଆଗକୁ ବଢୁଛି ।”ଏହି ଉଦାହରଣରେ, ମାନବ ସଂପର୍କ ଗୋଟିଏ ଯନ୍ତ୍ର ରୂପେ ତିଆରି ନମୁନା ଅଟେ ।

କେତେକ ସାଂସ୍କୃତିକ ଆଦର୍ଶସମୂହକୁ, କିମ୍ବା ମାନସିକ ଛବିଗୁଡ଼ିକୁ ବାଇବଲରେ ପାଉ, ଯାହାକୁ ନିମ୍ନରେ ତାଲିକାଭୁକ୍ତ କରାଯାଇଛି । ପ୍ରଥମେ ଈଶ୍ଵର ସମ୍ବନ୍ଧୀୟ, ପରେ ମନୁଷ୍ୟ ସମ୍ବନ୍ଧୀୟ ଆଦର୍ଶ / ନମୁନାଗୁଡିକ, ପଦାର୍ଥ ଓ ଅନୁଭୂତିଗୁଡ଼ିକ । ପ୍ରତ୍ୟେକ ଶିରୋନାମାରେ ନମୁନା ଅଛି, ଯାହାକୁ ବଡ ଅକ୍ଷରରେ ଲେଖାଯାଇଛି । ପ୍ରତ୍ୟେକ ପଦରେ ଶବ୍ଦ ବା ଖଣ୍ଡବାକ୍ୟ ଦେଖାଯିବା ଆବଶ୍ୟକ ନୁହେଁ, ବରଂ ତହିର ବିଚାରଧାରା ଦେଖାଯିବା ଆବଶ୍ୟକ ।

ଈଶ୍ଵର ମନୁଷ୍ୟ ରୂପେ ପ୍ରଦର୍ଶିତ ହେଲେ

ଯଦିଚ ବାଇବଲ ସ୍ପଷ୍ଟ ଭାବରେ ଅସ୍ଵୀକାର କରେ ଯେ, ଈଶ୍ଵର ଏକ ମାନବ ଅଟନ୍ତି, ସେ ଅନେକ ସମୟରେ ମନୁଷ୍ୟ କହିବା ଭଳି ଓ କାର୍ଯ୍ୟ କରିବା ଭଳି ଆଚରଣ କରିଛନ୍ତି । କିନ୍ତୁ ଈଶ୍ଵର ମାନବ ନୁହନ୍ତି, ଏଣୁ ଯେବେ ବାଇବଲ କହେ ଯେ ସଦାପ୍ରଭୁ କହନ୍ତି, ଆମେ ଭାବିବା ଅନୁଚିତ୍ ଯେ ତାହାର ଧ୍ୱନି ନିର୍ଗତ ହେଉଥିବା ସ୍ଵର ରହିଛି । ଆଉ ଯେବେ ଏହା କିଛି କହେ ଯେ ସେ ଆପଣା ହାତରେ କାର୍ଯ୍ୟ କରନ୍ତି, ଆମେ ଭାବିବା ଅନୁଚିତ୍ ଯେ ତାହାର ଶାରୀରିକ ହାତ ରହିଛି ।

ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭାମାନଙ୍କ ପରମେଶ୍ଵରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା । (ଦ୍ଵିତୀୟ ବିବରଣ 5:25 ULT)

ସଦାପ୍ରଭୁ ମୋ’ ପରମେଶ୍ଵରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି (ଏଜ୍ରା 7:28 ULT)

ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ଵରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା (2ୟ ବଂଶାବଳି 30:12 ULT)

ଏଠାରେ “ହସ୍ତ” ଶବ୍ଦ ଲାକ୍ଷଣିକ ଶବ୍ଦ ଯାହା ଈଶ୍ଵରଙ୍କ ଶକ୍ତିକୁ ଦର୍ଶାଉଛି । ((ଡିମ୍ବିରି ଫଳ ଲାକ୍ଷଣିକ ଶବ୍ଦ) (ଲାକ୍ଷଣିକ ଶବ୍ଦ) ପାଠକୁ ଦେଖନ୍ତୁ)

ଈଶ୍ଵର ରାଜା ରୂପେ ପ୍ରଦର୍ଶିତ

କାରଣ ପରମେଶ୍ଵର ସମୁଦାୟ ପୃଥିବୀର ରାଜା ଅଟନ୍ତି; (ଗୀତସଂହିତା 47:7 ULT)

କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ;

ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି । (ଗୀତସଂହିତା 22:28 ULT)

ହେ ପରମେଶ୍ଵର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ;

ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ ।(ଗୀତସଂହିତା 45:6 ULT)

ସଦାପ୍ରଭୁ ଏହି କଥା କହନ୍ତି,

ସ୍ଵର୍ଗ ଆମ୍ଭର ସିଂହାସନ, ଓ ପୃଥିବୀ ଆମ୍ଭର ପାଦପୀଠ । (ଯିଶାଇୟ 66:1 ULT)

ପରମେଶ୍ଵର ଗୋଷ୍ଠୀବର୍ଗ ଉପରେ ରାଜତ୍ଵ କରନ୍ତି;

ପରମେଶ୍ଵର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ ।

ଅବ୍ରହାମଙ୍କର ପରମେଶ୍ଵରଙ୍କ ଲୋକ ହେବା ନିମନ୍ତେ

ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି

କାରଣ ପୃଥିବୀର ଢାଲସବୁ ପରମେଶ୍ଵରଙ୍କର;

ସେ ଅତିଶୟ ଉନ୍ନତ ଅଟନ୍ତି । (ଗୀତସଂହିତା 47:8-9 ULT)

ଈଶ୍ଵର ଏକ ମେଷପାଳକ ରୂପେ ଓ ତାହାଙ୍କର ଲୋକମାନେ ମେଷ ରୂପେ ପ୍ରଦର୍ଶିତ

ସଦାପ୍ରଭୁ ମୋହର ପ୍ରତିପାଳକ ; ମୋହର ଅଭାବ ହେବ ନାହିଁ । (ଗୀତସଂହିତା 23:1 ULT)

ତାହାଙ୍କର ଲୋକମାନେ ମେଷ ଅଟନ୍ତି ।

କାରଣ ସେ ଆମ୍ଭମାନଙ୍କର ପରମେଶ୍ଵର, ପୁଣି ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ । (ଗୀତସଂହିତା 95:7 ULT)

ସେ ଆପଣାର ଲୋକମାନଙ୍କୁ ମେଷ ତୁଲ୍ୟ ଚଲାନ୍ତି ।

ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢାଇ ନେଲେ । (ଗୀତସଂହିତା 78:52 ULT)

ସେ ଆପଣାର ମେଷମାନଙ୍କୁ ଉଦ୍ଧାର କରିବା ପାଇଁ ମରିବାକୁ ପସନ୍ଦ କରନ୍ତି ।

ମୁଁ ଉତ୍ତମ ମେଷପାଳକ । ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, ସେହିପରି ମୁଁ ମୋ’ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ’ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ । ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି । ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି ସେମାନେ ମୋହର ସ୍ଵର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ । (ଯୋହନ 10:14-15 ULT)

ଈଶ୍ଵର ଯୁଦ୍ଧବୀର ରୂପେ ପ୍ରଦର୍ଶିତ

ସଦାପ୍ରଭୁ ଯୁଦ୍ଧବୀର ଅଟନ୍ତି; (ଯାତ୍ରାପୁସ୍ତକ 15:3 ULT)

ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦଯୋଗ ଉତ୍ତେଜିତ କରିବେ;

ସେ ଉଚ୍ଚସ୍ଵର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳରୂପରେ କାର୍ଯ୍ୟ କରିବେ । (ଯିଶାଇୟ 42:13 ULT)

ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ଵିତ ;

ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ । (ଯାତ୍ରାପୁସ୍ତକ 15:6 ULT)

ମାତ୍ର ପରମେଶ୍ଵର ସେମାନଙ୍କ ପ୍ରତି ନିକ୍ଷେପ କରିବେ ;

ସେମାନେ ତୀରରେ ହଠାତ୍ ଆହତ ହେବେ । (ଗୀତସଂହିତା 64:7 ULT)

ତୁମ୍ଭେ ପୃଷ୍ଠ ଫେରାଇବ, ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ । (ଗୀତସଂହିତା 21:12 ULT)

ଜଣେ ନେତା ମେଷପାଳକ ରୂପେ ଯେଉଁମାନଙ୍କୁ ସେ ଚଲାନ୍ତି ସେମାନଙ୍କୁ ମେଷ ରୂପେ ପ୍ରଦର୍ଶିତ କରାଯାଇଛି

ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ କତିକି ଆସି କହିଲେ, “ଦେଖ...ଗତ କାଳରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଭିତରେ ଗମାନଗମନ କରାଉଥିଲା; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକକୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ ।“ (2ୟ ଶାମୁୟେଲ 5:1-2 ULT)

“ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରା-ସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର ।” (ଯିରିମିୟ 23:1 ULT)

ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକି ଈଶ୍ଵର ଆପାଣା ନିଜ ରକ୍ତରେ କ୍ରୟ କରିଅଛନ୍ତି ତାହାଙ୍କର ସେହି ମଣ୍ଡଳୀକି ପ୍ରତିପାଳନ କରିବା ନିମନ୍ତେ ପବିତ୍ରଆତ୍ମା ଯେସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷସ୍ଵରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।

29 ମୋର ପ୍ରସ୍ଥାନ ପରେ ଦୁରନ୍ତ ବାଘଗୁଡାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ, ଏହା ମୁଁ ଜାଣେ । ପୁଣି, ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଲୋକେ ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ନିମନ୍ତେ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ । (ପ୍ରେରିତ 20 :28-30 ULT)

ଚକ୍ଷୁକୁ ଗୋଟିଏ ପ୍ରଦୀପ ରୂପେ ପ୍ରଦର୍ଶିତ କରାଯାଇଛି

ଏହି ନମୁନାର ଭିନ୍ନତା ଓ ମନ୍ଦ ଚକ୍ଷୁର ନମୁନା ପୃଥିବୀର ବିଭିନ୍ନ ଭାଗରେ ଦେଖିବାକୁ ମିଳେ । ବାଇବଲରେ ପ୍ରତିନିଧିତ୍ଵ କରୁଥିବା ଅଧିକାଂଶ ସଂସ୍କୃତିରେ, ନିମ୍ନରେ ପ୍ରଦତ୍ତ ଉପାଦାନଗୁଡିକରେ ଏହି ନମୁନାଗୁଡ଼ିକ ଅନ୍ତର୍ଭୁକ୍ତ:

ଲୋକମାନେ ବସ୍ତୁର ଚତୁର୍ପାର୍ଶ୍ୱ ଆଲୋକକୁ ନୁହେଁ, ବରଂ ବସ୍ତୁକୁ ଦେଖନ୍ତି ।କିନ୍ତୁ ଆଲୋକର କିରଣ ଯୋଗୁ ହିଁ ସେମାନେ ନିଜ ଚକ୍ଷୁରେ ସେହି ବସ୍ତୁକୁ ଦେଖିଥାନ୍ତି ।

ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । (ମାଥିଉ 6:22 ULT)

ଚକ୍ଷୁରୁ ନିର୍ଗତ ଆଲୋକ ଦର୍ଶକଙ୍କ ଚରିତ୍ରକୁ ବହନ କରେ ।

ଦୁଷ୍ଟ ଲୋକର ମନ ଅନିଷ୍ଟ ପାଞ୍ଚଇ, ପୁଣି ତାହାର ଦୃଷ୍ଟିରେ ତାହାର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ । (ହିତୋପଦେଶ 21:10 ULT)

ଈର୍ଷା ଓ କ୍ରୋଧକୁ ଜଣଙ୍କ ପ୍ରତି ମନ୍ଦ ଦୃଷ୍ଟିରେ ଦେଖିବେ ରୂପେ ଓ ଅନୁଗ୍ରହକୁ ଜଣଙ୍କ ପ୍ରତି ଉତ୍ତମ ଦୃଷ୍ଟିରେ ଦେଖିବା ରୂପେ ପ୍ରଦର୍ଶନ କରାଯାଇଛି

ମନ୍ଦ ଦୃଷ୍ଟି ଦ୍ଵାରା ଜଣେ ବ୍ୟକ୍ତିଙ୍କର ପ୍ରାଥମିକ ଆବେଗ ହେଉଛି ଈର୍ଷା । ମାର୍କ 7 ରେ “ଦୃଷ୍ଟି”କୁ “ଈର୍ଷା” ରୂପେ ଗ୍ରୀକ୍ ଶବ୍ଦରେ ଅନୁବାଦ କରାଯାଇଛି, ଯାହାକୁ ଏଠାରେ ମନ୍ଦ ଚକ୍ଷୁ ବୋଲି ଦର୍ଶାଯାଇଛି ।

ଆଉ, ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ । କାରଣ ଭିତରୁ ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ ... (ମାର୍କ 7:20-22 ULT)

ମାଥିଉ 20:15 ର ପ୍ରସଙ୍ଗରେ ଈର୍ଷା ସ୍ଵଭାବ ଅନ୍ତର୍ଭୁକ୍ତ । ଆପଣଙ୍କ ଦୃଷ୍ଟି ମନ୍ଦ ଅଟେ କି?, ଅର୍ଥ, ଆପଣ ଈର୍ଷା କରୁଛନ୍ତି କି?

ନିଜ ସମ୍ପତ୍ତିକି ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ? (ମାଥିଉ 20:15 ULT)

ଯଦି ଜଣେ ବ୍ୟକ୍ତିଙ୍କ ଦୃଷ୍ଟି ମନ୍ଦ ଅଟେ, ତେବେ ସେହି ବ୍ୟକ୍ତି ଅନ୍ୟମାନଙ୍କର ଟଙ୍କା ସମ୍ପତ୍ତି ପ୍ରତି ଈର୍ଷାନ୍ଵିତ ଅଟେ ।

ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ , ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ , ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବେ । ଅତଏବ, ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେହି ଅନ୍ଧକାର କେଡ଼େ ଘୋରତର ! କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣଙ୍କୁ ପ୍ରମେ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ, ତୁମ୍ଭେମାନେ ଈଶ୍ଵର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ । (ମାଥିଉ 6:22-24 ULT)

ଈର୍ଷାନ୍ଵିତ ବ୍ୟକ୍ତି ଜଣଙ୍କ ପ୍ରତି ଆପଣାର ମନ୍ଦ ଦୃଷ୍ଟି ଦ୍ଵାରା ଅଭିଶାପ କିମ୍ବା ବିମୋହନ/କୁପ୍ରଭାବ ପକାଇ ପାରେ ।

ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା? (ଗୀତସଂହିତା 27:5 ULT)

ଜଣେ ବ୍ୟକ୍ତି ଆପଣାର ଉତ୍ତମ ଦୃଷ୍ଟି ଦ୍ଵାରା ଜଣଙ୍କ ପ୍ରତି ଆଶୀର୍ବାଦ ଆଣିଦେଇ ପାରିବ ।

ଯଦି ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ... (1ମ ଶାମୁୟେଲ 27:5 ULT)

ଜୀବନକୁ ରକ୍ତର ନମୁନା ରୂପେ ପ୍ରଦର୍ଶନ କରାଯାଇଛି

ଏହି ନମୁନାରେ, ଜଣେ ବ୍ୟକ୍ତି ବା ପଶୁର ରକ୍ତ ଜୀବନକୁ ପ୍ରତିନିଧିତ୍ଵ କରୁଛି ।

ମାତ୍ର ତୁମ୍ଭେମାନେ ସପ୍ରାଣ - (ଅର୍ଥାତ୍) ସରକ୍ତ - ମାଂସ ଖାଇବ ନାହିଁ । (ଆଦି ପୁସ୍ତକ 9:4 ULT)

ଯଦି ରକ୍ତପାତ ହୁଏ, କାହାର ମୃତ୍ୟୁ ହୋଇଅଛି ।

ଯେକେହିଁ ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ଵାରା ତାହାର ରକ୍ତପାତ କରାଯିବ <\u>; (ଆଦିପୁସ୍ତକ 9:6 ULT)

କେହିଁ ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତ-ପ୍ରତିହନ୍ତାର ହସ୍ତରେ ନ ମରେ, (ଯିହୋଶୂୟ 20:9 ULT)
ଯଦି ରକ୍ତ ଡାକ ପକାଉଅଛି, ତେବେ ପ୍ରକୃତି ରକ୍ତପାତକାରୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିଶୋଧର ଡାକ ପକାଉଅଛି ।

(ଏହା ମଧ୍ୟ ବ୍ୟକ୍ତିତ୍ଵଆରୋପକୁ ବୁଝାଏ, କାରଣ ରକ୍ତ ଜଣେ ବ୍ୟକ୍ତି ରୂପେ କ୍ରନ୍ଦନର ଡାକ ପକାଉଥିବା ଛବି ଅଟେ ।) [ବ୍ୟକ୍ତିତ୍ଵଆରୋପ] (ଆଲଙ୍କାରିକ - ବ୍ୟକ୍ତିତ୍ଵଆରୋପ) ପାଠକୁ ଦେଖନ୍ତୁ ।

ସଦାପ୍ରଭୁ କହିଲେ, ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି । (ଆଦିପୁସ୍ତକ 4:10 ULT)

ଗୋଟିଏ ଦେଶକୁ ଜଣେ ନାରୀର ନମୁନା ରୂପେ ପ୍ରଦର୍ଶିତ କରାଯାଏ, ଏବଂ ତହିଁର ଦେବତାମାନଙ୍କୁ ତାହାର ସ୍ଵାମୀର ନମୁନା ରୂପେ ପ୍ରଦର୍ଶିତ କରାଯାଏ

ଏଥିଉତ୍ତାରେ ଗିଦିୟୋନ୍ ମଲା କ୍ଷଣେ ଇସ୍ରାଏଲ-ସନ୍ତାନମାନେ ଫେରି ବାଲ୍-ଦେବତାଗଣର ପଶ୍ଚାଦଗାମୀ ହୋଇ ବ୍ୟଭିଚାରୀ ହେଲେ; ପୁଣି ବାଲ୍-ବାରୀତକୁ ଆପଣାମାନଙ୍କର ପରମେଶ୍ଵର କରି ମାନିଲେ । (ବିଚାରକର୍ତ୍ତା 8:33 ULT)

ଇସ୍ରାଏଲ ପରମେଶ୍ଵରଙ୍କ ପୁତ୍ର ରୂପେ ପ୍ରଦର୍ଶିତ

ଇସ୍ରାଏଲର ବାଲ୍ୟ କାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ । (ହୋଶେୟ 11:1 ULT)

ସୂର୍ଯ୍ୟକୁ ରାତ୍ରିକାଳେ ଗୋଟିଏ ବଡ ବାକ୍ସ ଭିତରେ ଥିବା ବସ୍ତୁ ରୂପେ ପ୍ରଦର୍ଶିତ

ସେମାନଙ୍କ ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି । ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ ଓ ସେ ଆପଣା ପଥରେ ଦୌଡିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ । (ଗୀତସଂହିତା 19:4-5 ULT)

ଗୀତସଂହିତା 110 ରେ ସୂର୍ଯ୍ୟକୁ ପ୍ରଭାତରେ ବାହାରି ଆସିବା ପୂର୍ବରୁ ଏହା ଗର୍ଭରେ ରହିଥିବା ରୂପେ ଚିତ୍ରଣ କରାଯାଇଛି ।

ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ । (ଗୀତସଂହିତା 110:3 ULT)

ଦ୍ରୁତଗାମୀ ବସ୍ତୁକୁ ପକ୍ଷ ରୂପେ ଦର୍ଶାଯାଇଛି

ଏହା ବାସ୍ତବରେ ସଠିକ୍ ବସ୍ତୁ ଯାହା ବାୟୁ ବା ଆକାଶରେ ଗତି କରିଥାଏ । ସୂର୍ଯ୍ୟକୁ ପକ୍ଷଧାରୀ ଗୋଲ ପଦାର୍ଥ ରୂପେ ଦର୍ଶାଯାଇଛି, ଯାହା ଏହାକୁ ଦିବସବେଳେ ପୂର୍ବରୁ ପଶ୍ଚିମ ଯାଏ ପବନ ମଧ୍ୟଦେଇ ଉଡ଼ାଇଥାଏ । ଗୀତସଂହିତା 139 ରେ, “ଅରୁଣର ପକ୍ଷ” ସୂର୍ଯ୍ୟକୁ ଦର୍ଶାଏ । ମଲାଖି 4 ରେ, ପରମେଶ୍ଵର ଆପଣାକୁ “ଧର୍ମରୂପ ସୂର୍ଯ୍ୟ” ବୋଲି ସମ୍ବୋଧିତ କରନ୍ତି ଓ ପକ୍ଷ ଥିବା ଭଳି ସୂର୍ଯ୍ୟ ବିଷୟରେ କହନ୍ତି ।

ଯେବେ ମୁଁ ଅରୁଣର ପକ୍ଷ ଧରେ ଓ ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ; (ଗୀତସଂହିତା 139:9 ULT)

ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରଗ୍ୟଦାୟକ କିରଣ-ସଂଯୁକ୍ତ ହୋଇ ଉଦିତ ହେବେ (ମଲାଖୀ 4:2 ULT)

ବାୟୁ ଶୀଘ୍ର ଗତି କରିଥାଏ ଓ ଏହାକୁ ପକ୍ଷ ଥିବା ସଦୃଶ ସମ୍ବୋଧନ କରାଯାଇଛି

ସେ ବାୟୁର ପକ୍ଷ ଉପରେ ଦେଖା ଗଲେ । (2ୟ ଶାମୁୟେଲ 22:11 ULT)

ପୁଣି ସେ କିରୂବ ଉପରେ ଆରୋହଣ କରି ଉଡିଲେ; ହଁ ସେ ବାୟୁର ପକ୍ଷ ଉପରେ ବେଗରେ ଉଡିଲେ । (ଗୀତସଂହିତା 18:10 ULT)

ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ । (ଗୀତସଂହିତା 104:3 ULT)

ନିଷ୍ଫଳତାକୁ କିଛି ବସ୍ତୁ ସହ ତୁଳନା କରାଯାଇଛି ଯାହା ବାୟୁ ଦ୍ଵାରା ଉଡିଯାଇ ପାରିବ

ଏହି ନମୁନାରେ, ମୂଲ୍ୟହୀନ ବସ୍ତୁଗୁଡ଼ିକୁ ବାୟୁ ଉଡ଼ାଇ ନେଇଯାଏ ଓ ସେଗୁଡ଼ିକ ଲୁପ୍ତ ହୁଅନ୍ତି ।

ଗୀତସଂହିତା 1 ଓ ଆୟୁବ 27 ପ୍ରକାଶ କରେ ଯେ ଦୁଷ୍ଟ ଲୋକମାନେ ମୂଲ୍ୟହୀନ ବା ଅଯୋଗ୍ୟ ଓ ସେମାନେ ଦୀର୍ଘଜୀବି ହେବେ ନାହିଁ ।

ଦୁଷ୍ଟମାନେ ସେପ୍ରକାର ନୁହଁନ୍ତି; ମାତ୍ର ବାୟୁ ଦ୍ଵାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି ।(ଗୀତସଂହିତା 1:4 ULT) ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ ; ଓ ସେ ତାହାକୁ ସ୍ଵସ୍ଥାନରୁ ଝାଡ଼ି ନିଏ । (ଆୟୁବ 27:21 ULT)

ଉପଦେଶକର ଲେଖକ କହନ୍ତି ଯେ ସକଳ ହିଁ ମୂଲ୍ୟହୀନ ।

ଅସାରର ଅସାର , ଅସାରର ଅସାର , ସକଳ ହିଁ ଅସାର । ମନୁଷ୍ୟ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହିସବୁରୁ କି ଲାଭ? (ଉପଦେଶକ 1:2-3 ULT)

ଆୟୁବ 30:15 ରେ, ଆୟୁବ ଅଭିଯୋଗ କରନ୍ତି ଯେ ମୋହର ସମ୍ଭ୍ରମ ଓ ମଙ୍ଗଳ ବହି ଯାଇଅଛି ।

ନାନା ପ୍ରକାର ତ୍ରାସ ମୋତେ ଆକ୍ରମଣ କରିଅଛ, ତାହାସବୁ ବାୟୁ ପରି ମୋହର ସମ୍ଭ୍ରମ ଘଉଡାନ୍ତି ଓ ମୋହର ମଙ୍ଗଳ ମେଘ ପରି ବହି ଯାଇଅଛି । (ଆୟୁବ 30:15 ULT)

ମନୁଷ୍ୟର ଯୁଦ୍ଧକୁ ଈଶ୍ଵରୀୟ ଯୁଦ୍ଧ ରୂପେ ସମ୍ବୋଧନ କରାଯାଇଛି ।

ଯେବେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହୁଏ, ଲୋକେ ବିଶ୍ଵାସ କରନ୍ତି ଯେ ଦୁଇଟି ଦେଶର ଦେବତାମାନେ ମଧ୍ୟ ଯୁଦ୍ଧ କରୁଅଛନ୍ତି ।

ନିସ୍ତାରପର୍ବ ପରଦିନ ପ୍ରାତଃକାଳରେ ମିସ୍ରିୟମାନେ ସଦାପ୍ରଭୁଙ୍କ ଦ୍ଵାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଇଥିବା ବେଳେ ଇସ୍ରାଏଲ –ସନ୍ତାନଗଣ ମିସ୍ରିୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ୍ଵହସ୍ତରେ ବାହାରିଲେ; ସଦପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ । (ଗଣନାପୁସ୍ତକ 33:4 ULT)

ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶରେ ଏକ ଲୋକ ରୂପେ ମୁକ୍ତ କରିବାକୁ .... ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ କରିଥିଲ । (2ୟ ଶାମୁୟେଲ 7:23 ULT)

ଏଥିଉତ୍ତାରେ ଅରାମ ରାଜାର ଦାସମାନେ ତାହାକୁ କହିଲେ,” ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି । ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ୍ ହେଲେ । ମାତ୍ର ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚିତ ଅଧିକ ବଳବାନ୍ ହେବା । “(1ମ ରାଜାବଳୀ 20:23 ULT)

ଜୀବନରେ ଆତ୍ମସଂଯମ ବା କଟକଣାଗୁଡ଼ିକୁ ଭୌତିକ ସୀମା ବା ବାଡ଼ ରୂପେ ସମ୍ବୋଧନ କରାଯାଇଛି ।

ନିମ୍ନ ପଦ ପ୍ରକୃତ ଭୌତିକ ସୀମା ବା ବାଡ଼ ବିଷୟରେ କହୁ ନାହିଁ, ମାତ୍ର ଜୀବନରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ବିଷୟରେ କହୁଅଛି ।

ସେ ମୋହର ଚାରିଆଡ଼େ ବେଢା ଦେଇଅଛନ୍ତି, ମୁଁ ବାହାରି ଯାଇ ନ ପାରେ; ସେ ମୋହର ଶୃଙ୍ଖଳ ଭାରୀ କରିଅଛନ୍ତି । ( ବିଳାପ 3:7 ULT)

ସେ କଟା ପଥର ରେ ମୋହର ପଥ ଅବରୋଧ କରିଅଛନ୍ତି, ସେ ମୋହର ପଥସବୁ ବକ୍ର କରିଅଛନ୍ତି । (ବିଳାପ ପୁସ୍ତକ 3:9 ULT)

ମୋ’ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି (ଗୀତସଂହିତା 16:6 ULT)

ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂକୀର୍ଣ୍ଣ ସ୍ଥାନ ରୂପେ ସମ୍ବୋଧନ କରାଯାଇଛି ।

ୀତସଂହିତା 4 ରେ ଦାଉଦ ତାହାକୁ ଉଦ୍ଧାର କରିବା ପାଇଁ ସଦାପ୍ରଭୁଙ୍କୁ ଡାକନ୍ତି ।

ହେ ମୋହର ଧର୍ମ ସ୍ୱରୂପ ପରମେଶ୍ଵର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ; ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ । (ଗୀତସଂହିତା 4:1 ULT)

ଅସହାୟ ସ୍ଥିତିକୁ ପ୍ରାନ୍ତର ରୂପେ ସମ୍ବୋଧନ କରାଯାଇଛି

ଆୟୁବଙ୍କ ଜୀବନରେ ସମସ୍ତ ଦୁଃଖଦାୟକ ଘଟଣା ହେତୁ, ଯେତେବେଳେ ସେ ଅସହାୟ ଅବସ୍ଥାରେ ଥିଲେ, ସେ ପ୍ରାନ୍ତରରେ ଥିବା ପରି କହିଥିଲେ । ଶୃଗାଳ ଓ ଉଷ୍ଟ୍ରପକ୍ଷୀମାନେ ପ୍ରାନ୍ତରରେ ବାସ କରନ୍ତି ।

ମୋ’ ଅନ୍ତ୍ର ଫୁଟି, ବିଶ୍ରାମ କରେ ନାହିଁ; ମୋ’ ଉପରେ କ୍ଳେଶର ଦିନସବୁ ଉପସ୍ଥିତ ହୋଇଅଛି । ମୁଁ ସୂର୍ଯ୍ୟ ବିନା ମ୍ଳାନ ହୋଇ ବୁଲୁଥାଏ; ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ । ମୁଁ ଶୃଗାଳମାନଙ୍କର ଭାଇ , ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି । ( ଆୟୁବ 30 :27-29 ULT)

ସନ୍ତୁଷ୍ଟ ଅବସ୍ଥାକୁ ଶାରୀରିକ ଧୌତ ରୂପେ ଦର୍ଶାଯାଇଛି, ଓ ମନ୍ଦତାକୁ ଶାରୀରିକ ଅଶୁଚିତା ରୂପେ ଦର୍ଶାଯାଇଛି

କୁଷ୍ଠ ଏକ ରୋଗ ଅଟେ । ଯଦି ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ, ତେବେ ତାହାକୁ ଅଶୁଚି ବୋଲି କୁହାଯାଉଥିଲା ।

ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ‘ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।“ ସାଥିରେ ସେ ହାତ ବଢାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି ଶୁଚି ହୁଅ । “ ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା । (ମାଥିଉ 8:2-3 ULT)

ଏକ “ଅଶୁଚି ଆତ୍ମା” ଏକ ମନ୍ଦ ଆତ୍ମା ଅଟେ ।

ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ । (ମାଥିଉ 12 :43 ULT)