or_ta/translate/bita-manmade/01.md

5.5 KiB

ମନୁଷ୍ୟ-କୃତ ବସ୍ତୁଗୁଡ଼ିକ ଜଡ଼ିତ ହୋଇଥିବା ବାଇବଲର କେତେକ ଛବିଗୁଡ଼ିକୁ ନିମ୍ନରେ ବର୍ଣ୍ଣମାଳାର କ୍ରମରେ ତାଲିକାଭୁକ୍ତ କରାଯାଇଛି ।ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛି । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ପିତଳ ଶକ୍ତିକୁ ପ୍ତତିନିଧିତ୍ଵ କରେ

ସେ ମୋ’ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋ ବାହୁ ପିତ୍ତଳ ଧନୁ ନୂଆଁଏ । (ଗୀତସଂହିତା 18: 34 ULT )

ଶିଙ୍କୁଳି ବା ରଜ୍ଜୁ ନିୟନ୍ତ୍ରଣକୁ ପ୍ରତିନିଧିତ୍ଵ କରେ

ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ । ଗୀତସଂହିତା 2:3

ବସ୍ତ୍ର ପରିଧାନ କରିବା ନୈତିକ ଗୁଣସମୂହ (ଆବେଗ, ସ୍ଵଭାବ, ଆତ୍ମା, ପ୍ରାଣ)କୁ ପ୍ରତିନିତିଧିତ୍ଵ କରେ

ସେହି ପରମେଶ୍ଵର ବଳ ଦେଇ ମୋହର କଟି ବାନ୍ଧନ୍ତି । (ଗୀତସଂହିତା 18:32 ULT)

ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ଵସ୍ତତା ତାହାଙ୍କ କକ୍ଷର ପଟୁକା ହେବ । (ଯିଶାଇୟ 11:5 ULT)

ମୋ’ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ଵିତ ହେବେ , ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ । (ଗୀତସଂହିତା 109:29 ULT)

ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା ; (ଗୀତସଂହିତା 132:18 ULT)

ଫାନ୍ଦ (ଜାଲ ଦ୍ଵାରା ପକ୍ଷୀ ଧରିବାର ଏକ ଯନ୍ତା) ମୃତ୍ୟୁକୁ ପ୍ରତିନିଧିତ୍ଵ କରେ

କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦ ରୁ ରକ୍ଷା କରିବେ । (ଗୀତସଂହିତା 91:3 ULT)

ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତଳର ଯନ୍ତ୍ରଣା ମୋତେ ଧରିଲା । (ଗୀତସଂହିତା 116:3 ULT)

ଦୁଷ୍ଟମାନଙ୍କ ରଜ୍ଜୁ ମୋ’ ଚାରିଆଡେ ଜଡ଼ିତ ହେଲା । (ଗୀତସଂହିତା 119:61 ULT)

ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି ;(ଗୀତସଂହିତା 119:110 ULT)

ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି ; (ଗୀତସଂହିତା 9:16 ULT)

ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ ଓ ସେମାନଙ୍କ କ୍ରିୟାସବୁ ଶିଖିଲେ । ଆଉ, ସେମାନଙ୍କ ଦେବତଗଣର ସେବା କଲେ; ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା । (ଗୀତସଂହିତା 106:35-36 ULT)

ଏହି କ୍ଷେତ୍ରରେ ଫାନ୍ଦ ମନ୍ଦ କାର୍ଯ୍ୟ କରିବା ପାଇଁ ଜଣକୁ ପ୍ରବର୍ତ୍ତାଇବା, ଯାହା ମୃତ୍ୟୁକୁ ଚାଳିତ କରିଥାଏ ।

ତମ୍ବୁ ଏକ ଗୃହ, ଘର, ଜଣଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ, ଓ ସନ୍ତାନମାନଙ୍କୁ ପ୍ରତିନିଧିତ୍ଵ କରେ

ପରମେଶ୍ଵର ତତ୍ରୁପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବତମାନଙ୍କ ଦେଶରୁ ତୁମ୍ଭକୁ ମୂଳୋତ୍ପାଟନ କରିବେ । (ଗୀତସଂହିତା 52:5 ULT)

ଦୁଷ୍ଟମାନଙ୍କ ଗୃହ ନିପାତ ହେବ; ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ । (ହିତୋପଦେଶ 14:11 ULT)

ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ।(ଯିଶାଇୟ 16:5 ULT)