or_ta/translate/bita-humanbehavior/01.md

33 KiB
Raw Permalink Blame History

ମାନବ ଆଚରଣଗୁଡ଼ିକ ଜଡ଼ିତ ହୋଇଥିବା ବାଇବଲର କେତେକ ଛବିଗୁଡ଼ିକୁ ନିମ୍ନରେ ତାଲିକାଭୁକ୍ତ କରାଯାଇଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛି । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ନଇଁ ପଡ଼ିବା ନିରୂତ୍ସାହିତ ହେବା ବିଷୟକୁ ପ୍ରତିନିଧିତ୍ଵ କରେ

ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି । (ଗୀତସଂହିତା 145:14 ULT)

ପ୍ରସବବେଦନା ଏକ ନୂତନ ଅବସ୍ଥାକୁ ଲାଭ କରିବାରେ ଥିବା କ୍ଳେଶକୁ ପ୍ରତିନିଧିତ୍ଵ କରେ ।

ହେ ସିୟୋନ କନ୍ୟେ, ତୁମ୍ଭେ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀ ପରି ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର, କାରଣ ଏବେ ତୁମ୍ଭେ ନଗରକୁ ବାହାରି ଯାଇ ପଦାରେ ବାସ କରିବ ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ । ସେଠାରେ ତୁମ୍ଭେ ଉଦ୍ଧାର ପାଇବ । ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ ତୁମ୍ଭକୁ ମୁକ୍ତ କରିବେ । (ମୀଖା 4:10 ULT)

କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ । ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ଫ ହେବ । କିନ୍ତୁ ଏହିସମସ୍ତ ପ୍ରସବବେଦନା ର ଆରମ୍ଭମାତ୍ର । (ମାଥିଉ 24:7-8 ULT)

ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ପୁନର୍ବାର ପ୍ରସବବେଦନାରେ ବ୍ୟଥିତ ହେଉଅଛି ! (ଗାଲାତୀୟ 4:19 ULT)

ବିଖ୍ୟାତ ହେବା ସେହି ନିର୍ଦ୍ଦିଷ୍ଟ ବିଷୟକୁ ପ୍ରତିନିଧିତ୍ଵ କରେ ।

ଇସ୍ରାଏଲର ଧର୍ମସ୍ଵରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ଵର ବୋଲି ବିଖ୍ୟାତ ହେବେ । (ଯିଶାଇୟ 54:5ଖ ULT )

ଯେହେତୁ ସେ ପ୍ରକୃତରେ ସମଗ୍ର ଜଗତର ପରମେଶ୍ଵର ଅଟନ୍ତି ।

ମନରେ ଜ୍ଞାନୀ ଲୋକ ବୁଦ୍ଧିମାନ ବିଖ୍ୟାତ ହୁଏ, (ହିତୋପଦେଶ 16:21କ ULT )

ଯେହେତୁ ସେ ପ୍ରକୃତରେ ବୁଦ୍ଧିମାନ ଅଟନ୍ତି

ସେ ... ମହାନ୍ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ । (ଲୁକ 1:32 ULT)

ଯେହେତୁ ସେ ପ୍ରକୃତରେ ପରାତ୍ପରଙ୍କ ପୁତ୍ର ଅଟନ୍ତି ।

ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ । (ଲୁକ 1:35 ULT)

ଯେହେତୁ ସେ ବାସ୍ତବରେ ଈଶ୍ଵରଙ୍କ ପୁତ୍ର ଅଟନ୍ତି ।

ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବ । (ଲୁକ 2:23 ULT)

ଯେହେତୁ ସେ ବାସ୍ତବରେ ପ୍ରଭୁଙ୍କ ନିମନ୍ତେ ସମର୍ପିତ ।

ଶୁଚି ଈଶ୍ଵରଙ୍କ ଉଦ୍ଦେଶ୍ୟ ନିମନ୍ତେ ଗ୍ରହଣଯୋଗ୍ୟତାକୁ ପ୍ରତିନିଧିତ୍ଵ କରେ ।

ଅନନ୍ତର ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ । ପୁଣି ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ । ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି .... (ଆଦିପୁସ୍ତକ 8:21 ULT)

ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ । ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ । ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ । (ଲେବୀୟ ପୁସ୍ତକ 13:6 ULT)

ଶୁଚିକରଣ ବା ପବିତ୍ରୀକୃତ କାର୍ଯ୍ୟ ଈଶ୍ଵରଙ୍କ ଉଦ୍ଦେଶ୍ୟ ନିମନ୍ତେ ଗ୍ରହଣଯୋଗ୍ୟତା ହେବା ପାଇଁ କିଛି କରିବା କାର୍ଯ୍ୟକୁ ପ୍ରତିନିଧିତ୍ଵ କରେ ।

ଆଉ, ସେ ବାହାର ହୋଇ ସମ୍ମୁଖସ୍ଥିତ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ । ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୌଚ ରୁ ତାହା ଶୁଚି କରିବ । (ଲେବୀୟ ପୁସ୍ତକ 16:18-19 ULT)

କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ । (ଲେବୀୟ ପୁସ୍ତକ 16:30 ULT)

ଅଶୁଚିତା ଯାହା ଈଶ୍ଵରଙ୍କ ଉଦ୍ଦେଶ୍ୟ ନିମନ୍ତେ ଗ୍ରହଣଯୋଗ୍ୟ ଶେଉ ନ ଥିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ପଶୁଗଣ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ । ତଥାପି ଯେଉଁମାନେ ପାକୁଳି କରନ୍ତି, ଅଥବା ବିଭକ୍ତ ଖୁରା ବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ଏହି ପଶୁ ଭୋଜନ କରିବ ନାହିଁ , ଯଥା, ଓଟ, ଯେହେତୁ ସେ ପାକୁଳି କରଇ, ମାତ୍ର ବିଭକ୍ତ ଖୁରା ବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି । (ଲେବୀୟ ପୁସ୍ତକ 11:3-4 ULT)

ସେମାନଙ୍କ ମଧ୍ୟରୁ କୌଣସି ମଡ଼ା କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠପାତ୍ର କି ବସ୍ତ୍ର କି ଚର୍ମ କି ଅଖା,ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡଇ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ । (ଲେବୀୟ ପୁସ୍ତକ 11:32 ULT)

କିଛି ଅଶୁଚି କାର୍ଯ୍ୟ କରିବା ଈଶ୍ଵରଙ୍କ ଉଦ୍ଦେଶ୍ୟ ନିମନ୍ତେ ଅଗ୍ରହଣଯୋଗ୍ୟ କାର୍ଯ୍ୟ କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଅବା ଯେବେ କେହି କୌଣସି ଅଶୁଚି ଦ୍ରବ୍ୟ, ଅର୍ଥାତ୍, ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦିର ଶବ, କି ଅଶୁଚି ଉରୋଗାମୀ ପ୍ରାଣିର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ । (ଲେବୀୟ ପୁସ୍ତକ 5:2 ULT)

କୌଣସି ବିଷୟରୁ ଉଚ୍ଛିନ୍ନ ହେବା ଏଥିରୁ ପୃଥକ ହେବା ବିଷୟକୁ ପ୍ରତିନିଧିତ୍ଵ କରେ ।

ତହିଁରେ ଉଷିୟ ରାଜା ଆପଣା ମରଣଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ୍ ଗୃହରେ ବାସ କଲେ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ । (2ୟ ବଂଶାବଳୀ 26:21 ULT)

ଉଚ୍ଛିନ୍ନ ହେବାର ଅର୍ଥ ବଧ ହେବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଏଣୁ ତୁମ୍ଭେମାନେ ବିଶ୍ରାମଦିନ ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କର ପ୍ରତି ପବିତ୍ର ଅଟଇ; ଯେ କେହି ତାହା ଅପବିତ୍ର କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ ;ପୁଣି ଯେ କୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । (ଯାତ୍ରା ପୁସ୍ତକ 31:14-15 ULT)

ସେହି ଦିନରେ ଯେକେହି ଆପଣା ପ୍ରାଣକୁ କ୍ଲେଶ ଦେବ ନାହିଁ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । ପୁଣି ସେହି ଦିନ ଯେକୌଣସି ପ୍ରାଣୀ କୌଣସି ପ୍ରକାର କାର୍ଯ୍ୟ କରେ, ସେହି ପ୍ରାଣୀକି ତାହାର ଲୋକମାନଙ୍କ ମଧ୍ୟରୁ ଆମ୍ଭେ ଉଚ୍ଛିନ୍ନ କରିବା । (ଲେବୀୟ ପୁସ୍ତକ 23:29-30 ULT)

ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ <,u> ।(ଯିଶାଇୟ 53:8 ULT)

ଆସି ଜଣଙ୍କ ସମ୍ମୁଖରେ ଠିଆ ହେବା ତାହାକୁ ସେବା କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି ।(1ମ ରାଜାବଳୀ 10:8 ULT)

ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ । (ଗୀତସଂହିତା 89:14 ULT)

ଏଠାରେ ଦୟା ଓ ସତ୍ୟତାକୁ ମଧ୍ୟ ଗୁଣ ବୈଶିଷ୍ଟ୍ୟ ରୂପେ ଦର୍ଶାଯାଇଛି । (ବ୍ୟକ୍ତିତ୍ଵଆରୋପ ପାଠକୁ ଦେଖନ୍ତୁ)

ମତ୍ତତା କ୍ଳେଶକୁ ପ୍ରତିନିଧିତ୍ଵ କରେ ଓ ଦ୍ରାକ୍ଷାରସ ବିଚାରକୁ ପ୍ରତିନିଧିତ୍ଵ କରିଥାଏ ।

ଅତ୍ୟଧିକ ମଦିରା ପାନ ଜଣକୁ ଦୁର୍ବଳ ଓ ଟଳମଳ କରିଥାଏ । ଆଉ ମଧ୍ୟ, ଈଶ୍ଵର ଲୋକମାନଙ୍କୁ ବିଚାର କରିବା ସମୟରେ, ସେମାନେ ଦୁର୍ବଳ ଓ ଟଳମଳ ହେବେ । ଏଣୁ ଦ୍ରାକ୍ଷାରସର ଉଦାହରଣ ଈଶ୍ଵରଙ୍କ ବିଚାରକୁ ପ୍ରତିନିଧିତ୍ଵ କରିବା ପାଇଁ ବ୍ୟବହାର କରାଯାଇଛି ।

ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ; ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ । (ଗୀତସଂହିତା 60:3 ULT)

ଗୀତସଂହିତାରୁ ଆଉ ଏକ ଉଦାହରଣ ।

ମାତ୍ର ପରମେଶ୍ଵର ବିଚାରକର୍ତ୍ତା ଅଟନ୍ତି; ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି । ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି; ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି; ନିଶ୍ଚୟ ପୃଥିବୀର ଦୁଷ୍ଟଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ । (ଗୀତସଂହିତା 75:7-8 ULT)

ପ୍ରକାଶିତ ବାକ୍ୟରୁ ଆଉ ଏକ ଉଦାହରଣ ।

ଯେବେ ସେ ମଧ୍ୟ ଈଶ୍ଵରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, (ପ୍ରକାଶିତ ବାକ୍ୟ 14:10 ULT)

ଗ୍ରାସ କରିବା ଧ୍ଵଂସ କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ପରମେଶ୍ଵର ତାହାକୁ (ଇସ୍ରାଏଲକୁ) ମିଶରରୁ ବାହାର କରି ଆଣୁଅଛନ୍ତି; ତାହାର ବଳ ଅରଣାର ତୁଲ୍ୟ; ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସକରିବ । ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ । ଓ ଆପଣା ବାଣ ଦ୍ଵାରା ସେମାନଙ୍କୁ ଭେଦ କରିବ । (ଗଣନା ପୁସ୍ତକ 24:8 ULT)

ଗ୍ରାସ କରିବାର ଆଉ ଏକ ଶବ୍ଦ ସମ୍ପୂର୍ଣ୍ଣ ରୂପେ ଧ୍ଵଂସ କରିବାକୁ ପ୍ରତିନିଧିତ୍ଵ କରେ ।

ଏଥି ନିମନ୍ତେ ଅଗ୍ନିର ଜିହ୍ଵା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍ ହୁଏ, ସେପରି ସେମାନଙ୍କର ମୂଳ ସଡିଯିବ, ଓ ସେମାନଙ୍କର ପୁଷ୍ପ ଧୂଳି ଉଡ଼ି ଯିବ, (ଯିଶାଇୟ 5:24 ULT)

ଯିଶାଇୟ ପୁସ୍ତକରୁ ଆଉ ଏକ ଉଦାହରଣ ।

ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସିନ୍ ର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ; ସମ୍ମୁଖରେ ଆରାମୀୟମାନେ ଓ ପଶ୍ଚାତରେ ପାଲେଷ୍ଟୀୟମାନେ ହେବେ; ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ । (ଯିଶାଇୟ 9:11-12 ULT)

ଦ୍ଵିତୀୟ ବିବରଣ ପୁସ୍ତକରୁ ଉଦାହରଣ ।

ଆମ୍ଭେ ଆପଣା ବାଣମାନଙ୍କୁ ରକ୍ତରେ, ହତ ଓ ବନ୍ଦିମାନଙ୍କ ରକ୍ତରେ ମତ୍ତ କରିବା ଓ ଆମ୍ଭ ଖଡ୍ଗ ଶତ୍ରୁମାନଙ୍କ ରାଜଗଣର ମସ୍ତକରୁ ମାଂସ ଭୋଜନ କରିବ । (ଦ୍ଵିତୀୟ ବିବରଣ 32:42 ULT )

ଉପରେ ପଡ଼ିବା ଘୋରଗ୍ରସ୍ତ ହେବା ଶବ୍ଦ ପ୍ରଭାବ ପକାଇବ ବ ପ୍ରତିକ୍ରିୟା ସୃଷ୍ଟି କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଅନନ୍ତର ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇଲେ । (ଆଦିପୁସ୍ତକ 2:21 ULT )

ତାହାଙ୍କ ମହତ୍ଵ କଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ? ଓ ତାହାଙ୍କର ଭୟଙ୍କରତା କଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ ? (ଆୟୁବ 13:11 ULT)

ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ.... (ଯିହିଜିକଲ 11:5 ULT )

ଆଉ ଏବେ ଦେଖ, ପ୍ରଭୁଙ୍କ ହସ୍ତ ତୁମ୍ଭ ଉପରେ ରହିଅଛି, ଆଉ ତୁମ୍ଭେ ଅନ୍ଧ ହୋଇ....(ପ୍ରେରିତ 13:11 ULT)

ଅନ୍ୟର ଅନୁଗାମୀ ହେବାର ଅର୍ଥ ତାହାଙ୍କ ପ୍ରତି ଅନୁରୋକ୍ତ ହେବା ବିଷୟକୁ ପ୍ରତିନିଧିତ୍ଵ କରେ ।

ସେମାନେ ସଦାପ୍ରଭୁ, ସେମାନଙ୍କର ପିତୃପୁରୁଷମାନଙ୍କର ପରମେଶ୍ଵର, ଯିଏ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ପରିତ୍ୟାଗ କଲେ । ସେମାନେ ସେମାନଙ୍କର ଚତୁର୍ଦିଗ ଥିବା ଅନ୍ୟ ଦେବତାମାନଙ୍କର ପଶ୍ଚାତ୍ ଗମନ କଲେ ଓ ସେମାନଙ୍କୁ ପ୍ରଣାମ କଲେ । ସେମାନେ ଈଶ୍ଵରଙ୍କୁ କ୍ରୋଧାନ୍ଵିତ କଲେ, ଯେହେତୁ ସେମାନେ ସଦପ୍ରଭୁଙ୍କୁ ପରିତ୍ୟାଗ କରି ବାଲ ଅଷ୍ଟାରୋଟ ଦେବତାର ପୂଜା କଲେ ।

ମାତ୍ର ଶଲୋମନ ସୀଦୋନିୟମାନଙ୍କ ଦେବୀ ଅଷ୍ଟାରୋତର ଓ ଅମ୍ମୋନୀୟମାନଙ୍କ ଘୃଣାଯୋଗ୍ୟ ମିଲକମର ପଶ୍ଚାଦ୍ ଗାମୀ ହେଲେ । (1ମ ରାଜାବଳୀ 11:5 ULT )

ଯେଉଁମାନେ ଆମ୍ଭକୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ; ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି । ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି । ଓ ତାହାର ବଂଶ ତାହା ଅଧିକାର କରିବେ । (ଗଣନା ପୁସ୍ତକ 14:23-24 ULT)

ଆଗେ ଆଗେ ଯିବା, ସାଙ୍ଗରେ ଯିବା, କିମ୍ବା ରାଜାଙ୍କ ଅନ୍ୟ ଅନ୍ୟ ସଙ୍ଗୀମାନଙ୍କ ସହିତ ରାଜାଙ୍କ ପଛେ ପଛେ ଯିବା ଶବ୍ଦ ତାହାଙ୍କର ସେବା କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି । (ଯିଶାଇୟ 62:11 ULT )

ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ । (ଗୀତସଂହିତା 85:13 ULT )

ଅଧିକାର କରିବା ଅର୍ଥ ସ୍ଥାୟୀ ଭାବରେ କୌଣସି ବିଷୟ ବା ସ୍ଥାନକୁ ଅଧିକାର କରିବାକୁ ବୁଝାଏ ।

ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ଵସ୍ଥ ଲୋକଙ୍କୁ କହିବେ, “ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିର ଅଧିକାରୀ ହୁଅ ।”(ମାଥିଉ 25:34 )

ଈଶ୍ଵରଙ୍କ ସମ୍ପୂର୍ଣ୍ଣ ଶାସନର ଆଶୀର୍ବାଦସବୁକୁ ରାଜା ଯାହାଙ୍କୁ କହନ୍ତି, ସେମାନଙ୍କୁ ତାହା ସ୍ଥାୟୀ ଅଧିକାର ରୂପେ ଦିଆଯାଏ ।

ହେ ଭାଇ ଓ ଭଉଣୀମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ଵରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ । (1ମ କରନ୍ଥୀୟ15:50 ULT )

ଲୋକମାନେ ସେମାନଙ୍କ ଶାରୀରିକ ଶରୀରରେ ଥାଉ ଥାଉ ସ୍ଥାୟୀ ଅଧିକାର ରୂପେ ଈଶ୍ଵରଙ୍କ ରାଜ୍ୟକୁ ଏହାର ସମ୍ପୂର୍ଣ୍ଣ ଆକାରରେ ଗ୍ରହଣ କରି ପାରିବେ ନାହିଁ ।

ଉତ୍ତରୀଧିକାର ଏପରି ଏକ ବିଷୟ ଯାହା ଜଣେ ସ୍ଥାୟୀ ଭାବରେ ଅଧିକାର କରିଥାଏ ।

ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର -ପର୍ବତରେ ରୋପଣ କରିବ ।(ଯାତ୍ରା ପୁସ୍ତକ 15:17 ULT )

ଈଶ୍ଵର ପୂଜା ପାଉଥିବା ପର୍ବତକୁ ତାହାଙ୍କ ସ୍ଥାୟୀ ଅଧିକାର ରୂପେ ପରିଦୃଷ୍ଟ କରାଯାଇଛି ।

ଆଉ ଆମ୍ଭମାନଙ୍କ ଅପରାଧ ଓ ପାପ ମୋଚନ କରି ଆପଣା ଅଧିକାରାର୍ଥେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ । (ଯାତ୍ରା ପୁସ୍ତକ 34:9 ULT )

ମୋଶା ଇସ୍ରାଏଲୀୟମାନଙ୍କୁ ତାହାଙ୍କ ସ୍ଵତନ୍ତ୍ର ଅଧିକାର ରୂପେ ଗ୍ରହଣ କରିବା ପାଇଁ, ଯଥା, ଲୋକମାନେ ସ୍ଥାୟୀ ଭାବରେ ତାହାଙ୍କର ହେବା ପାଇଁ ଈଶ୍ଵରଙ୍କୁ ବାରମ୍ବାର ଅନୁରୋଧ କରି କହିଲେ ।

ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଣ । (ଏଫିସୀୟ 1:18 ULT)

ଆଶ୍ଚର୍ଯ୍ୟ ବିଷୟ ଯେ ଯେଉଁମାନେ ଈଶ୍ଵରଙ୍କ ନିମନ୍ତେ ପୃଥକୀକୃତ ସେ ସେମାନଙ୍କୁ ସେମାନଙ୍କର ସ୍ଥାୟୀ ଅଧିକାର ରୂପେ ଦେବା ବିଷୟ ଏଠାରେ ପରିଦୃଷ୍ଟ ହୋଇଛି ।

ଯେ ସ୍ଥାୟୀ ଭାବରେ ସମସ୍ତ ବିଷୟକୁ ଅଧିକାର କରନ୍ତି ସେ ଜଣେ ଉତ୍ତରାଧିକାରୀ ଅଟନ୍ତି ।

କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ବ୍ୟବସ୍ଥା ଦ୍ଵାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ଵାସର ଧାର୍ମିକତା ଦ୍ଵାରା ଦିଆଯାଇଥିଲା ।(ରୋମୀୟ 4:13 ULT)

ପ୍ରତିଜ୍ଞା ଏହା ଥିଲା ଯେ ଅବ୍ରହାମ ଓ ତାହାଙ୍କର ସନ୍ତାନମାନେ ସମଗ୍ର ଜଗତକୁ ସ୍ଥାୟୀ ଭାବରେ ଅଧିକାର କରିବେ ।

ଏହି ଶେଷକାଳରେ ପୁତ୍ରଙ୍କ ଦ୍ଵାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ।(ଏବ୍ରୀ 1:2 ULT )

ଈଶ୍ଵରଙ୍କ ପୁତ୍ର ସ୍ଥାୟୀ ଅଧିକାର ରୂପେ ସମସ୍ତ ବିଷୟକୁ ପ୍ରାପ୍ତ ହେବ । ବିଶ୍ଵାସ ଦ୍ଵାରା ନୋହ.......ଜଗତକୁ ଦୋଷୀ କରି ବିଶ୍ଵାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ ।(ଏବ୍ରୀ 11: 7 ULT )

ନୋହ ସ୍ଥାୟୀ ଅଧିକାର ରୂପେ ଧାର୍ମିକତାକୁ ପ୍ରାପ୍ତ ହେଲେ ।

ଶୟନ କରିବା ମୃତ୍ୟୁକୁ ପ୍ରତିନିଧିତ୍ଵ କରେ ।

ତୁମ୍ଭର ଦିନ ପୂର୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସାଙ୍ଗରେ ଶୟନ କଲେ , ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା । (2ୟ ଶାମୁୟେଲ 7:12 ULT)

‘ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର !

ସେମାନେ ଖଡ୍ଗ ଦ୍ଵାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ !ମିଶର ଖଡ୍ଗରେ ସମର୍ପିତ ହୋଇଅଛି; ତାହାର ଶତୃମାନେ ତାହାକୁ ଓ ତାହାର ଦାସମାନଙ୍କୁ ବଧ କରିବେ ! (ଯିହିଜିକଲ 32:19-20 ULT)

ରାଜତ୍ଵ କରିବା ବା ଶାସନ କରିବା ଶବ୍ଦ ନିୟନ୍ତ୍ରଣ କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ଵ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ଵ କରିବ । (ରୋମୀୟ 5:21 ULT)

ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ଵ ନ କରୁ, ତାହା କଲେ ତୁମ୍ଭେମାନେ ସେଥିର କୁଆଭିଳାଷଗୁଡାକର ବଶବର୍ତ୍ତୀ ହେବ; (ରୋମୀୟ 6:12 ULT)

ବିଶ୍ରାମ କରିବା ବା ବିଶ୍ରାମସ୍ଥାନ ସ୍ଥାୟୀ ଆଶୀର୍ବାଦ ପ୍ରଦାୟକ ବିଷୟକୁ ପ୍ରତିନିଧିତ୍ଵ କରେ ।

ଏଥି ଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, ଆଗୋ ମୋହର କନ୍ୟେ, ଯହିଁରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ ? (ରୁତ 3:1 ULT)

ଏହେତୁ ସେମାନେ ଆମ୍ଭ ବିଶ୍ରମରେ ପ୍ରବେଶ କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ ।(ଗୀତସଂହିତା 95:11 ULT )

ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା (ସିୟୋନକୁ) ବାଞ୍ଛା କରିଅଛୁ ।(ଗୀତସଂହିତା 132:14 ULT )

ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ ସ୍ଥାନ ଗୌରବାନ୍ଵିତ ହେବ । (ଯିଶାଇୟ 11: 10 ULT)

ଉଠିବା, ଠିଆ ହେବାର ଅର୍ଥ କାର୍ଯ୍ୟକୁ ପ୍ରତିନିଧିତ୍ଵ କରେ ।

ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର । (ଗୀତସଂହିତା 44:26 ULT)

କିଛି ଦେଖିବାର ଅର୍ଥ ସେଠାରେ ବିଦ୍ୟମାନ ରହିବା ବିଷୟକୁ ପ୍ରତିନିଧିତ୍ଵ କରେ ।

କାରଣ ତୁମ୍ଭେ ମୋ’ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; (ଗୀତସଂହିତା 16:10 ULT)

ବିକ୍ରୟ କରିବାର ଅର୍ଥ ଜଣଙ୍କର ନିୟନ୍ତ୍ରଣକୁ ହସ୍ତାନ୍ତର କରିଦେବା ବିଷୟକୁ ପ୍ରତିନିଧିତ୍ଵ କରେ ।

କ୍ରୟ କରିବା ଜଣଙ୍କର ନିୟନ୍ତ୍ରଣରୁ ଛଡାଇ ନେବା ବିଷୟକୁ ପ୍ରତିନିଧିତ୍ଵ କରେ । ସଦାପ୍ରଭୁ ଆରାମ-ନହରୟିମର ରାଜା କୁଶନ-ରିଶିୟାଥୟିମର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ । (ବିଚାରକର୍ତ୍ତା 3:8 ULT )

ବସିବା ଶାସନକୁ ବୁଝାଏ ।

ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ । (ଯିଶାଇୟ 16:5 ULT)

ଠିଆ ହେବାର ଅର୍ଥ ସଫଳତାର ସହ ପ୍ରତିବାଧା କରିବା ବିଷୟକୁ ପ୍ରତିନିଧିତ୍ଵ କରେ ।

ଏହେତୁ ଦୁଷ୍ଟମାନେ ବିଚାର-ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ । (ଗୀତସଂହିତା 1:5 ULT)

ଚାଲିବା ଆଚରଣକୁ ପ୍ରତିନିଧିତ୍ଵ କରେ ଓ ମାର୍ଗ (ପଥ) ବ୍ୟବହାରକୁ ପ୍ରତିନିଧିତ୍ଵ କରେ ।

ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ; ସେ ଧନ୍ୟ । (ଗୀତସଂହିତା 1:1 ULT)

କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି;(ଗୀତସଂହିତା 1:6 ULT)

ମୋ’ଠାରୁ ମିଥ୍ୟାମାର୍ଗ ଅନ୍ତର କର । (ଗୀତସଂହିତା 119:29 ULT)

ମୁଁ ତୁମ୍ଭ ଆଜ୍ଞାପଥରେ ଧାବମାନ ହେବି ।(ଗୀତସଂହିତା 119: 32 ULT)