or_ta/translate/bita-hq/01.md

27 KiB
Raw Permalink Blame History

ଶରୀରର ବିଭିନ୍ନ ଅଂଶ ଓ ମାନବ ଗୁଣଗୁଡିକ ସହିତ ଜଡ଼ିତ ହୋଇଥିବା ବାଇବଲର କେତେକ ଛବିଗୁଡ଼ିକୁ ନିମ୍ନରେ ବର୍ଣ୍ଣମାଳା କ୍ରମରେ ତାଲିକାଭୁକ୍ତ କରାଯାଇଛି । ବଡ଼ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛି । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ଶରୀର ଲୋକମାନନଙ୍କର ଏକ ସମୂହକୁ ପ୍ରତିନିଧିତ୍ଵ କରେ

ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗସ୍ୱରୂପ । (1 କରିନ୍ଥୀୟ 12:27 ULT)                                                                                                                                                         କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ । ଖ୍ରୀଷ୍ଟଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ଵାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ଶରୀରର ବୃଦ୍ଧି ସାଧନ କରୁଅଛି ।

ଏହି ପଦରେ, ଖ୍ରୀଷ୍ଟଙ୍କ ଶରୀର ତାହାଙ୍କୁ ଅନୁଗାମୀ କରୁଥିବା ଲୋକ ସମୂହକୁ ପ୍ରତିନିଧିତ୍ଵ କରୁଛି ।

ଜଣେ ଭାଇ ଜଣେ ବ୍ୟକ୍ତିର ସମ୍ପର୍କୀୟ, ସହଯୋଗୀ କିମ୍ବା ସାଥୀଙ୍କୁ ପ୍ରତିନିଧିତ୍ୱ କରେ

କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାର ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତ୍ରୁସମୂହ ମଧ୍ୟରେ ପ୍ରିୟପାତ୍ର … (ଏଷ୍ଟର10:3a ULT)

ଗୋଟେ ଝିଅ/କନ୍ୟା ସହର କିମ୍ବା ସହର ନିକଟରେ ଅବସ୍ଥିତ ଏକ ଗାଁକୁ  ଧ୍ୟାନ ଆକର୍ଷଣକୁ ପ୍ରତିନିଧିତ୍ଵ କରେ

ଜଣେ ମାତା/ମାଁ ଏହାର ଚତୁର୍ଦ୍ଦିଗରେ ଥିବା ଗ୍ରାମଗୁଡ଼ିକ ସହିତ ଏକ ସହର କିମ୍ବା ସହରକୁ ପ୍ରତିନିଧିତ୍ୱ କରନ୍ତି

ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ଏହାର କନ୍ୟାଗଣ, ଯିକବ୍ସେଲ ଓ ତହିଁର ଗ୍ରାମରେ…(ନିହିମୀୟା11:25 ULT)

ମୁଖ ଜଣଙ୍କର ଦୃଷ୍ଟିକୋଣ, ଜ୍ଞାନ, ଇନ୍ଦ୍ରିୟଲବ୍ଧ ଜ୍ଞାନ, ଧ୍ୟାନ, କିମ୍ବା ବିଚାର ଆକର୍ଷଣକୁ ପ୍ରତିନିଧିତ୍ୱ କରେ

ତା’ପରେ ଏଷ୍ଟର ନିଜର କାର୍ଯ୍ୟର ପୁନରାବୃତ୍ତି କଲେ, ଏବଂ ଏଷ୍ଟର ରାଜାଙ୍କ ସମ୍ମୁଖରେ ପୁନର୍ବାର ନିବେଦନ କଲା,

ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଛ; ପୁଣି ଆମ୍ଭମାନଙ୍କ କ୍ଲେଶ ଓ ଦୌରାତ୍ମ୍ୟଭୋଗ ବିସ୍ମୃତ ହେଉଅଛ ? (ଗୀତସଂହିତା ୪୪:୨୪ ULT)

ଜଣଙ୍କଠାରୁ ନିଜ ମୁଖ ଲୁଚାଇବାର ଅର୍ଥ ହେଉଛି ତାହାକୁ ଉପେକ୍ଷା କରିବା ବୁଝାଏ ।

ଅନେକେ ଶାସନକର୍ତ୍ତାର ଅନୁଗ୍ରହ ଚାହାନ୍ତି ।(ହିତୋପଦେଶ 29:26 ULT)

ଯଦି କେହି ଅନ୍ୟ ବ୍ୟକ୍ତିର ମୁଖ ଅନ୍ଵେଷଣ କରୁଛି, ତେବେ ସେ ଆଶା କରେ ଯେ ସେହି ବ୍ୟକ୍ତି ତାଙ୍କ ପ୍ରତି ଧ୍ୟାନ ଦେଉ ।

ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ ? କିମ୍ଭା ତୁମ୍ଭେମାନେ କି ଆମ୍ଭ ଆଗରେ କମ୍ପିତ ହେଉନାହିଁ ? (ଯିରିମିୟ 5:22 ULT)                                                                                                                                                                          ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍‍ବିଷୟରେ ଉତ୍ତର ଦେବା;( ଯିହିଜିକଲ 14:4 ULT)

ଯଦି କେହି ଅନ୍ୟ ବ୍ୟକ୍ତିର ମୁଖ ଅନ୍ଵେଷଣ କରୁଛି, ତେବେ ସେ ଆଶା କରେ ଯେ ସେହି ବ୍ୟକ୍ତି ତାଙ୍କ ପ୍ରତି ଧ୍ୟାନ ଦେଉ ।

ମୁଖ କୌଣସି ବସ୍ତୁର ସାମ୍ନାକୁ ପ୍ରତିନିଧିତ୍ୱ କରେ

ତହିଁରେ ହଥକ୍‍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦି ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲେ।( ଏଷ୍ଟର 4:6 ULT)                                                                                                                                                        ଏଷ୍ଟର ରାଜାଙ୍କ ନିକଟରେ ପୁନର୍ବାର ନିବେଦନ କଲେ, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମନ୍‍ର କୃତ ଅମଙ୍ଗଳ ଓ ତାହାର କଳ୍ପିତ କଳ୍ପନା ନିବାରଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲେ।(ଏଷ୍ଟର 8:3b ULT)

ମୁଖ ଭୂମିର ଉପରିଭାଗକୁ ବା ପରସରକୁ ପ୍ରତିନିଧିତ୍ଵ କରେ

ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ । (ଆଦି ପୁସ୍ତକ 41:56a ULT)                                                                                                                                                                                                                                                 ସେ ଆପଣା ସିଂହାସନର ମୁଖ ବନ୍ଦ କରନ୍ତି ଓ ତହିଁ ଉପରେ ଆପଣା ମେଘ ବିସ୍ତୀର୍ଣ୍ଣ କରନ୍ତି ।(ଆୟୁବ 26:9 ULT)

ଜଣେ ପିତା ପୂର୍ବଜ (ମାନଙ୍କୁ) ପ୍ରତିନିଧିତ୍ୱ କରନ୍ତି

ଏକ ପୁତ୍ର ଉତ୍ତରାଧିକାରୀ ପ୍ରତିନିଧିତ୍ୱ କରେ

ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ । ( ନିହିମୀୟା 9:16 ULT)                                                                                                                                                                                                                                              "ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭମାନଙ୍କର ରାଜାଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ। ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ…"(ଦାନିୟେଲ 9:6-7a ULT)

ହସ୍ତ ଜଣେ ବ୍ୟକ୍ତିଙ୍କର ହସ୍ତକ୍ଷେପ ବା ଶକ୍ତିକୁ ପ୍ରତିନିଧିତ୍ଵ କରେ

ପରମେଶ୍ଵର ମୋ’ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁ ଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି । (୧ମ ବଂଶାବଳି 14:11 ULT)

“ପରମେଶ୍ଵର ମୋ’ ହସ୍ତରେ ମୋହର ଶତ୍ରୁମାନଙ୍କୁ ଭଗ୍ନ କରିଅଛନ୍ତି” ର ଅର୍ଥ “ପରମେଶ୍ଵର ମୋତେ ମୋହର ଶତ୍ରୁମାନଙ୍କୁ ଭଗ୍ନ କରିବା ପାଇଁ ବ୍ୟବହାର କରିଅଛନ୍ତି ।”

ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ । (ଗୀତସଂହିତା 21:8 ULT)

“ତୁମ୍ଭ ହସ୍ତ ତୁମ୍ଭ ସମସ୍ତ ଶତ୍ରୁଙ୍କୁ ଧରିବ ର “ଅର୍ଥ “ତୁମ୍ଭେ ଆପଣା ଶକ୍ତି ଦ୍ଵାରା ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ ।”

ଦେଖ, ସଦାପ୍ରଭୁଙ୍କ ହସ୍ତ ଛୋଟ ହୋଇ ଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ । (ଯିଶାଇୟ 59:1 ULT)

“ତାହାଙ୍କ ହସ୍ତ ଛୋଟ ନୁହେଁ” ଏହାର ଅର୍ଥ ସେ ଦୁର୍ବଳ ନୁହଁନ୍ତି ।

ମସ୍ତକ, ଅନ୍ୟମାନଙ୍କ ଉପରେ ଅଧିକାର ଥିବା ଶାସକକୁ ପ୍ରତିନିଧିତ୍ଵ କରେ ।

ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ (ଏଷ୍ଟର 5:2b ULT)

ହୃଦୟ ଚିନ୍ତା କିମ୍ବା ହୃଦୟ ଅନୁଭବର କାର୍ଯ୍ୟକୁ ପ୍ରତିନିଧିତ୍ୱ କରେ

ପୁଣି ଭୋଜନପାନ ସାରି ବୋୟଜର ମନ ଆନନ୍ଦିତ ହୁଅନ୍ତେ, ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା। (ରୂତ 3:7a ULT)                                                                                                                                                      ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍… (ଏଷ୍ଟର1:10a ULT)

ହୃଦୟ ଏକ ବ୍ୟକ୍ତିର ମନୋ ଭାବକୁ ପ୍ରତିପାଦିତ କରେ

ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି, ସେ କିଏ ? ଓ ସେ କେଉଁଠାରେ ଅଛି ?” (ଏଷ୍ଟର 7:5 ULT)

ଏହି ପ୍ରସଙ୍ଗରେ, ପୂର୍ଣ୍ଣ ହୃଦୟର ଅର୍ଥ ହେଉଛି ଗର୍ବ କିମ୍ବା ଅହଂକାର କରିବା ।

ଦାମ୍ଭିକ ଚକ୍ଷୁ ଜ୍ଞାନ,ଇନ୍ଦ୍ରିୟଲବ୍ଧ ଜ୍ଞାନ, ଧ୍ୟାନ, କିମ୍ବା ବିଚାରକୁ ପ୍ରତିନିଧିତ୍ଵ କରେ

କାରଣ ରାଣୀଙ୍କ ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ, ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ। (ଏଷ୍ଟର 1:17a ULT)

ଦାମ୍ଭିକ ଚକ୍ଷୁ ଅହଙ୍କାର ବା ଗର୍ବକୁ ପ୍ରତିନିଧିତ୍ଵ କରେ

ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ ! (ଗୀତସଂହିତା 18:27b ULT)

ଦାମ୍ଭିକ ଚକ୍ଷୁ ପ୍ରକାଶ କରେ ଯେ ସେହି ବ୍ୟକ୍ତି ଗର୍ବୀ ଅଟେ ।

ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ ଓ ସେ ନମ୍ର ଲୋକକୁ ରକ୍ଷା କରିବେ । (ଆୟୁବ 22:29 ULT)

ଅବନତ ହେବା ପ୍ରକାଶ କରେ ଯେ ସେହି ବ୍ୟକ୍ତି ନମ୍ର ଅଟନ୍ତି ।

ଶାସକ, ଜଣେ ନେତା, କିମ୍ବା ଜଣେ ବ୍ୟକ୍ତି ଯିହାର ଅନ୍ୟମାନଙ୍କ ଉପରେ ଥିବା ଅଧିକାରକୁ ପ୍ରତିନିଧିତ୍ୱ କରେ

ପୁଣି ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ। (ଗଣନା ପୁସ୍ତକ1:4 ULT)

ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକ ସ୍ଵରୂପେ ମଣ୍ତଳୀକୁ ଦାନ କଲେ, ସେହି ମଣ୍ତଳୀ ତାହାଙ୍କ ଶରୀର ସ୍ଵରୂପ, ଅର୍ଥାତ୍, ଯେ ସମସ୍ତ ବିଷୟକୁ ସର୍ବତୋ ଭାବରେ ପୂର୍ଣ୍ଣ କରନ୍ତି, ତାହାଙ୍କର ପୂର୍ଣ୍ଣତା। (ଏଫିସୀୟ 1:22-23 ULT)

କର୍ତ୍ତା ଯେକୌଣସି ବିଷୟକୁ ପ୍ରତିନିଧିତ୍ଵ କରେ ଯାହା ଜଣଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ

କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣଙ୍କୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ଵର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ । (ମାଥିଉ 6:24 ULT)

ଈଶ୍ଵରଙ୍କୁ ସେବା କରିବା ଅର୍ଥ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଈଶ୍ଵରଙ୍କ ଦ୍ଵାରା ପ୍ରରୋଚିତ ହେବା । ଟଙ୍କା ବା ଧନର ସେବା କରିବା ଅର୍ଥ ଧନ ଦ୍ଵାରା ପ୍ରରୋଚିତ ହେବା ।

ମୁଖର ଅର୍ଥ ଶବ୍ଦ କିମ୍ଭ ବକ୍ତବ୍ୟା

ମୂର୍ଖର ମୁଖ ତାହାର ବିନାଶର କାରଣ। (ହିତୋପଦେଶ 18:7 ULT)

ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ।(ଆୟୁବ 16:5 ULT)

ଏହି ଉଦାହରଣଗୁଡିକରେ ମୁଖ ଜଣେ ବ୍ୟକ୍ତିର ବାର୍ତ୍ତାକୁ ସୁଚିତ କରେ ।

ନାମ ଜଣେ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ଵ କରେ ଯାହାର ସେହି ନାମ ଅଛି

“ଆପଣଙ୍କ ପରମେଶ୍ଵର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ, ଓ ଆପଣଙ୍କ ସିଂହାସନ ଅପେକ୍ଷା ତାହାଙ୍କ ସିଂହାସନ ବଡ କରନ୍ତୁ ।” (1 ରାଜାବଳି 1:47 ULT)

ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, “ପ୍ରଭୁ, ସଦାପ୍ରଭୁ ଜୀବିତ” ବୋଲି ମିଶର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ.”(ଯିରିମିୟ 44:26 ULT)

ଯଦି କାହାର ନାମ ମହାନ ଅଟେ, ଏହାର ଅର୍ଥ, ଯେ ସେ ମହାନ ଅଟନ୍ତି ।

ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭର ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ…. (ନିହିମିୟା 1:11 ULT)

ଜଣଙ୍କର ନାମକୁ ଭୟ କରିବାର ଅର୍ଥ, ତାହାକୁ ସମାଦର କରିବା ଅଟେ ।

ନାମ ଜଣେ ବ୍ୟକ୍ତିଙ୍କର ସୁଖ୍ୟାତି ବା ପ୍ରତିଷ୍ଠାକୁ ପ୍ରତିନିଧିତ୍ଵ କରେ ।

ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ । (ଯିହିଜିକଲ 20:39 ULT)

ଈଶ୍ଵରଙ୍କ ନାମକୁ ଅପବିତ୍ର କରିବା ଅର୍ଥ, ତାହାଙ୍କ ପ୍ରତିଷ୍ଠାକୁ ଅପବିତ୍ର କରିବା, ଯାହାକି, ତାହାଙ୍କ ବିଷୟରେ ଲୋକମାନେ ଯାହା ଚିନ୍ତା କରନ୍ତି, ତାହା ଅପବିତ୍ର କରିବା ବିଷୟକୁ ବୁଝାଏ ।

ଯାହା ତୁମ୍ଭେମାନେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଅପବିତ୍ର କରିଅଛ, ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା….(ଯିହିଜିକଲ 36:23 ULT)

ଈଶ୍ଵରଙ୍କ ନାମକୁ ପବିତ୍ର କରିବାର ଅର୍ଥ, ଈଶ୍ଵର ଯେ ପବିତ୍ର ଏହାକୁ ଦେଖିବା ପାଇଁ ଲୋକମାନଙ୍କୁ କହିବା ।

ସଦାପ୍ରଭୁ ଆପଣଙ୍କ ପରମେଶ୍ଵରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି । କାରଣ ତାହାଙ୍କର କୀର୍ତ୍ତି ଓ ସେ ମିଶର ଦେଶରେ ଯେସମସ୍ତ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ । (ଯିହୋଶୂୟ 9:9 ULT)

ବାସ୍ତବିକତା ହେଉଛି ଯେ ମନୁଷ୍ୟମାନେ କହିଲେ ଯେ ସେମାନେ ଈଶ୍ଵରଙ୍କର କର୍ମସବୁ ଶୁଣିଅଛନ୍ତି, ଏହା ପ୍ରକାଶ କରେ ଯେ "ପରମେଶ୍ଵରଙ୍କ ନାମ ସକାଶୁ"ର ଅର୍ଥ, "ପରମେଶ୍ଵରଙ୍କ ପ୍ରତିଷ୍ଠା ସକାଶୁ" କୁ ବୁଝାଏ ।

ଏକ ନାମ ଜଣଙ୍କର ଶକ୍ତି, ଅଧିକାର,ସ୍ଥିତି,କିମ୍ଭା ପଦମର୍ଯ୍ୟାଦାକୁ ପ୍ରତିନିଧିତ୍ୱ କରେ

ତାହା ଅକ୍ଷଶ୍ଵେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା ।(ଏଷ୍ଟର 3:12b ULT)

ନାକ ବା ନାସିକା କ୍ରୋଧକୁ ପ୍ରତିନିଧତିତ୍ଵ କରେ

ସେତେବେଳେ… ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକା ର ପ୍ରଶ୍ଵାସବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା ।(ଗୀତସଂହିତା 18:15 ULT)

ତୁମ୍ଭ ନାସିକାର ନିଶ୍ଵାସ ଦ୍ଵାରା ଜଳ ରାଶୀକୃତ ହେଲା.... (ଯାତ୍ରାପୁସ୍ତକ 15:8a ULT)

ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ଵାରା ଅଙ୍ଗାର ପ୍ରଜ୍ଵଳିତ ହେଲା…. ( ଶାମୁଏଲ 22:9a ULT)

“ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ଵର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ...( ଯାତ୍ରା ପୁସ୍ତକ 34:6a ULT)

ହିବ୍ରୁ ଭାଷାରେ, ଏକ ଗରମ ନାକ କ୍ରୋଧକୁ ପ୍ରତିପାଦିତ କରେ, ଯେପରିକି ଜଣଙ୍କ ନାକରୁ ଗରମ ପବନ ବା ଧୁଆ ନିର୍ଗତ ହେବା ଏହା ତାହାଙ୍କ ମହାନ କ୍ରୋଧକୁ ପ୍ରକାଶ କରେ ।

ଏକ “ଗରମ ନାକ” ର ବିପରୀତ ହେଉଛି “ଲମ୍ବା ନାକ” । ହିବ୍ରୁ ଭାଷାରେ “କ୍ରୋଧରେ ଧୀର” ଶବ୍ଦର ଯଥାର୍ଥା ଅର୍ଥ ହେଉଛି “ଏକ ଲମ୍ବା ନାକ” । ଏକ ଲମ୍ବା ନାକ ଧର୍ଯ୍ୟର ପ୍ରତିନିଧିତ୍ୱ କରେ, ଅର୍ଥାତ୍ ସେହି ବ୍ୟକ୍ତିଙ୍କୁ  ରାଗିବା ପାଇଁ ବହୁତ ସମୟ ଲାଗେ ।

କିଛି ବିଷୟର ସନ୍ତାନ କହିଲେ ଏଥିର ଗୁଣଗୁଡ଼ିକର ଅଂଶୀ ହେବା ବିଷୟକୁ ବୁଝାଏ

ଦୁଷ୍ଟତାର ସନ୍ତାନ ତାହାକୁ କ୍ଲେଶ ଦେବ ନାହିଁ । (ଗୀତସଂହିତା 89:22b ULT)

ଦୁଷ୍ଟତାର ସନ୍ତାନ କହିଲେ ଦୁଷ୍ଟ ବ୍ୟକ୍ତିକୁ ବୁଝାଏ ।

ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ତୁମ୍ଭ ପରାକ୍ରମର ମହାତ୍ତ୍ଵାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର । (ଗୀତସଂହିତା 79:11 ULT)

ମରଣାର୍ଥେ ନିରୂପିତ ସନ୍ତାନଗଣ କହିଲେ ସେହି ଲୋକମାନଙ୍କୁ ବୁଝାଏ ଯାହାକୁ ଅନ୍ୟମାନେ ବଧ କରିବାକୁ ଯୋଜନା କରିଛନ୍ତି ।

ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ । (ଏଫିସୀୟ :୩ ULT)

କ୍ରୋଧର ପାତ୍ର ସେହି ଲୋକମାନଙ୍କୁ ବୁଝାଏ ଯାହା ପ୍ରତି ପରମେଶ୍ଵର ଅତି କ୍ରୋଧୀ ଅଟନ୍ତି ।

ଭାଷା ଜଣେ ବ୍ୟକ୍ତି କିମ୍ବା ଏକ ଗୋଷ୍ଠୀ ଦ୍ୱାରା କଥିତ ଭାଷାକୁ ପ୍ରତିନିଧିତ୍ୱ କରେ

ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ଵ କରୁ ଓ ସ୍ଵଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।

ଅନୁବାଦ କୌଶଳ

(ବାଇବଲଭିତ୍ତିକ ରୂପକ ଶବ୍ଦ ସାଧାରଣ ଢାଞ୍ଚା ପାଠରେ ଆନୁବାଦ ଶୈଳୀ ପାଠଂଶକୁ ଦେଖନ୍ତୁ)