or_ta/translate/bita-plants/01.md

6.0 KiB

ବୃକ୍ଷଲତା ସମ୍ପର୍କିତ ବାଇବଲର କେତେକ ଛବିଗୁଡ଼ିକୁ ବର୍ଣ୍ଣମାଳା କର୍ମରେ ନିମ୍ନରେ ତାଲିକାଭୁକ୍ତ କରାଯାଇଅଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରେ । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ଶାଖା ଜଣେ ବ୍ୟକ୍ତିଙ୍କ ବଂଶକୁ ପ୍ରତିନିଧିତ୍ଵ କରେ

ନିମ୍ନରେ ପ୍ରଦତ୍ତ ଉଦାହରଣଗୁଡ଼ିକରେ, ଯିଶିର ବଂଶ ବିଷୟରେ ଲେଖନ୍ତି ଓ ଯିରିମିୟ ଦାଉଦଙ୍କ ବଂଶ ବିଷୟରେ ଲେଖନ୍ତି ।

ଏଥିଉତ୍ତାରେ ଯିଶୟର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ ହୋଇ ଫଳ ଫଳିବ । ପୁଣି ସଦପ୍ରଭୁଙ୍କ ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ତାହାଙ୍କଠାରେ ଅଧିଷ୍ଠାନ କରିବେ । (ଯିଶାଇୟ 11:1 ULT) ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ କରିବା, ଏପରି ସମୟ ଆସୁଛି । ତହିଁରେ ସେ ରାଜା ହୋଇ ରାଜତ୍ଵ କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ । (ଯିରିମିୟ 23:5 ULT)

ଆୟୁବ ପୁସ୍ତକରେ ଯେବେ ଏପରି କହେ, “ତାହାର ଶାଖା ଉଚ୍ଛିନ୍ନ ହେବ”, ଏହାର ଅର୍ଥ, ତାହାର କୌଣସି ସନ୍ତାନସନ୍ତତି/ ବଂଶ ରହିବ ନାହିଁ ,

ତଳେ ତାହାର ମୂଳ ଶୁଷ୍କ ହେବ; ଉପରେ ତାହାର ଶାଖା ଉଚ୍ଚିନ୍ନ ହେବ । ତଳେ ତାହାର ସ୍ମୃତି ଲୁପ୍ତ ହେବ; ଓ ପଥରେ କେହି ତାହାର ନାମ ଧରିବେ ନାହିଁ । (ଆୟୁବ 18 :17 ULT)

ବୃକ୍ଷ ବା ଲତା ଜଣେ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ଵ କରେ

ପରମେଶ୍ଵର ତଦ୍ରୁପ ତୁମ୍ଭଙ୍କୁ ସଦାକାଳ ବିନାଶ କରିବେ, ସେ .... ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ । (ଗୀତସଂହିତା 52:5 ULT)

ବୃକ୍ଷ ବା ଲତା ଏକ ଆବେଗ କିମ୍ବା ସ୍ଵଭାବକୁ ପ୍ରତିନିଧିତ୍ଵ କରେ

ଯେପରି ଏକ ପ୍ରକାର ବୀଜ ରୋପଣ କରିବାର ଫଳାଫଳ ସେହି ପ୍ରକାର ବୃକ୍ଷ ହିଁ ବଢିଥାଏ, ଠିକ୍ ସେହିପରି ଯେପ୍ରକାର ବ୍ୟବହାରକୁ ସେହି ପ୍ରକାର ପରିଣାମ ମିଳିଥାଏ । ଆବେଗ ବା ସ୍ଵଭାବ ଶବ୍ଦ ତଳେ ଗାର ଦିଆଯାଇଛି ।

ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ , ଦୟାନୁଯାୟୀ ଶସ୍ୟ କାଟ । (ହୋଶେୟ 10:12 ULT)

ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି । (ଆୟୁବ 18 :17 ULT)

କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୁପ ଶସ୍ୟ କାଟନ୍ତି । (ହୋଶେୟ 8:7 ULT )

ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ନାଗଦଅଣାରେ ପରିଣତ କରୁଅଛ । (ଆମୋଷ 6:12 ULT)

ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜା ବୋଧ କରୁଛ । (ରୋମୀୟ 6:21 ULT)

ଗୋଟିଏ ବୃକ୍ଷ ଜଣେ ବ୍ୟକ୍ତିକୁ ପ୍ରତିନିଧିତ୍ଵ କରେ

ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ , ଯେ ସ୍ଵସମୟରେ ଫଳ ଉତ୍ପନ କରେ , ଯାହାର ପତ୍ର ହିଁ ମଳିନ ହୁଏ ନାହିଁ , ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ । (ଗୀତସଂହିତା 1:3 ULT)

ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ଵଭୂମିରେ ସତେଜ ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି । (ଗୀତସଂହିତା 37:35 ULT)

ମାତ୍ର ମୁଁ ପରମେଶ୍ଵରଙ୍କ ଗୃହରେ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି । (ଗୀତସଂହିତା 52:8 ULT)