or_ta/translate/bita-part2/01.md

8.8 KiB
Raw Permalink Blame History

ବାଇବଲରୁ କେତେକ ସାଧାରଣ ଲାକ୍ଷଣିକ ଶବ୍ଦସମୂହକୁ ନିମ୍ନରେ ବର୍ଣ୍ଣମାଳାର କ୍ରମାନୁସାରେ ତାଲିକାଭୁକ୍ତ କରା ଯାଇଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛି । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ଏକ ପାତ୍ର ବା ତାଟିଆ ତହିଁ ଭିତରେ ଥିବା ବିଷୟକୁ ପ୍ରତିନିଧିତ୍ଵ କରେ

ମୋ’ ପାନପାତ୍ର ଉଛୁଳି ପଡୁଅଛି । (ଗୀତସଂହିତା 23:5 ULT)

ପାତ୍ରରେ ଅଧିକ ମାତ୍ରାରେ ଭର୍ତ୍ତି ହେବା ହେତୁ ତହିଁ ଉପର ଦେଇ ତରଳ ପଦାର୍ଥ ଉଛୁଳି ପଡିଥାଏ

କାରଣ ଯେତେଥର ତୁମ୍ଭେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ର ରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ । (1ମ କରନ୍ଥୀୟ 11:26 ULT) ଲୋକେ ପାତ୍ରକୁ ପାନ କରନ୍ତି ନାହିଁ ।

ପାତ୍ର ଭିତରେ ଯାହା ଥାଏ ତାହା ସେମାନେ ପାନ କରନ୍ତି ।

ମୁଖ ବକ୍ତୃତାକୁ ବା ଶବ୍ଦାବଳୀକୁ ପ୍ରତିନିଧିତ୍ଵ କରେ

ମୂର୍ଖର ମୁଖ<\u> ତାହାର ବିନାଶର କାରଣ । (ହିତୋପଦେଶ 18:7 ULT)

ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି! (ଆୟୁବ 16:5 ULT)

ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢାଇଅଛ । ଆମ୍ଭେ ତାହା ଶୁଣିଅଛୁ । (ଯିହିଜିକଲ 35:13 ULT)

ଏହି ଦୃଷ୍ଟାନ୍ତରେ ମୁଖ ଜଣେ ବ୍ୟକ୍ତିଙ୍କ କଥନକୁ ଦର୍ଶାଉଛି ।

ଜଣେ ବ୍ୟକ୍ତିଙ୍କ ସ୍ମରଣ ତାହାର ସନ୍ତାନମାନଙ୍କୁ ପ୍ରତିନିଧିତ୍ଵ କରେ ।

ଜଣେ ବ୍ୟକ୍ତିଙ୍କ ସ୍ମୃତି ତାହାର ସନ୍ତାନମାନଙ୍କୁ ପ୍ରତିନିଧିତ୍ଵ କରେ, କାରଣ ସେମାନେ ହିଁ ତାହାକୁ ସ୍ମରଣ ଓ ଶ୍ରଦ୍ଧା କରିଥାନ୍ତି । ଯେତେବେଳେ ବାଇବଲ କହେ ଯେ ଜଣଙ୍କର ସ୍ମରଣ ଲୁପ୍ତ ହୋଇଅଛି, ଏହାର ଅର୍ଥ, ତାହାର କୌଣସି ସନ୍ତାନ ରହିବେ ନାହିଁ, ବା ତାହାର ସମସ୍ତ ସନ୍ତାନ ମାରିବେ ।

ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ; ତୁମ୍ଭେ ଦୁଷ୍ଟମାନଙ୍କୁ ସଂହାର କରିଅଛ; ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ନିଭାଇ ଦେଇଅଛ । ଶତ୍ରୁମାନେ ଶେଷ ପାଇଅଛନ୍ତି, ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ । ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି । (ଗୀତସଂହିତା 9:5-6 ULT)

ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ (ଆୟୁବ 18:17 ULT)

କୁକର୍ମକାରୀମାନଙ୍କ ପ୍ରତିକୂଳରେ ସଦପ୍ରଭୁଙ୍କ ମୁଖ ଥାଏ, ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବା ନିମନ୍ତେ । (ଗୀତସଂହିତା 34:16 ULT)

ଏକ ଜଣ ଲୋକମାନଙ୍କର ଏକ ଦଳକୁ ପ୍ରତିନିଧିତ୍ଵ କରେ

କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ;

ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାକୁ ଅବଜ୍ଞା କରେ (ଗୀତସଂହିତା 10:3 ULT)

ଏହା କୌଣସି ନିର୍ଦ୍ଦିଷ୍ଟ ଦୁଷ୍ଟ ବ୍ୟକ୍ତିକୁ ନୁହେଁ, କିନ୍ତୁ ସାଧାରଣରେ ଦୁଷ୍ଟଲୋକମାନଙ୍କୁ ଦର୍ଶାଇ ଥାଏ ।

ଜଣେ ବ୍ୟକ୍ତିଙ୍କ ନାମ ତାହାର ସନ୍ତାନମାନଙ୍କୁ ପ୍ରତିନିଧିତ୍ଵ କରେ

ଗାଦ ସୈନ୍ୟଦଳ ତାହାକୁ ଆକ୍ରମଣ କରିବେ; ମାତ୍ର ସେ ପାଶ୍ଚାତ୍ ସେମାନଙ୍କୁ ଆକ୍ରମଣ କରିବ । ଆଶେର ଆଶେରଠାରୁ ଅତ୍ୟୁତମ ଖାଦ୍ୟ ଉତ୍ପନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ । ନପ୍ତାଲି ନପ୍ତାଲି ଦୀର୍ଘଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ । (ଆଦିପୁସ୍ତକ 49:19-21 ULT)

ଗାଦ, ଆଶେର, ଓ ନପ୍ତାଲି ନାମଗୁଡିକ କେବଳ ସେହି ବ୍ୟକ୍ତିମାନଙ୍କୁ ହିଁ ଦର୍ଶାଉନାହିଁ, ମାତ୍ର ସେମାନଙ୍କର ସନ୍ତାନମାନଙ୍କୁ ମଧ୍ୟ ଦର୍ଶାଉଅଛି ।

ଜଣେ ବ୍ୟକ୍ତି ନିଜକୁ ଓ ତାଙ୍କ ସହ ଥିବା ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ

ଅନନ୍ତର ଅବ୍ରାମ ମିଶର ଦେଶରେ ପ୍ରବେଶ କରନ୍ତେ, ମିଶରୀୟ ଲୋକମାନେ ସେହି ସ୍ତ୍ରୀ(ସାରୀ)ଙ୍କୁ ପରମସୁନ୍ଦରୀ ଦେଖିଲେ । (ଆଦିପୁସ୍ତକ 12 :14 ULT)

ଏଠାରେ ଯେବେ “ଅବ୍ରାମ” ବୋଲି କୁହା ଯାଉଛି, ଏହା ଅବ୍ରାମ ଓ ତାହାଙ୍କ ସହ ଯାତ୍ରା କରୁଥିବା ସମସ୍ତ ଲୋକମାନଙ୍କୁ ପ୍ରତିନିଧିତ୍ଵ କରୁଛି । ଅବ୍ରାମ କେନ୍ଦ୍ରବିନ୍ଦୁ ଥିଲେ ।

ବିନ୍ଧିବା ବଧ କରିବା ବିଷୟକୁ ପ୍ରତିନିଧିତ୍ଵ କରେ

ତାହାଙ୍କ ହସ୍ତ ଶୀଘ୍ରଗାମୀ ନାଗକୁ ବିଦ୍ଧ କରିଅଛି । (ଆୟୁବ 26:13 ULT) ଏହାର ଅର୍ଥ ସେ ନାଗକୁ ବଧ କରିଅଛି ।

ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧି ଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ । (ପ୍ରକାଶିତ ବାକ୍ୟ 1:7 ULT)

“ଯେଉଁମାନେ ତାହାଙ୍କୁ ବିନ୍ଧି ଥିଲେ”, ଅର୍ଥ, ଯେଉଁମାନେ ଯୀଶୁଙ୍କୁ ବଧ କରିଥିଲେ ଶବ୍ଦକୁ ପ୍ରତିନିଧିତ୍ଵ କରେ ।

ପାପ (ଅପରାଧ), ଅର୍ଥ ଯେଉଁମାନେ ପାପ କରନ୍ତି, ସେମାନଙ୍କ ନିମନ୍ତେ ଥିବା ଦଣ୍ଡକୁ ପ୍ରତିନିଧିତ୍ଵ କରେ

ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବାର୍ତ୍ତାଇଅଛନ୍ତି (ଯିଶାଇୟ 53:6 ULT)

ଏହାର ଅର୍ଥ ଯେ ସଦାପ୍ରଭୁ ତାହାଙ୍କ ଉପରେ ଦଣ୍ଡ ବାର୍ତ୍ତାଇଲେ, ଯାହା ଆମ ସମସ୍ତଙ୍କ ଉପରେ ବର୍ତ୍ତିବା ଉଚିତ୍ ଥିଲା ।