or_ta/intro/translation-guidelines/01.md

12 KiB

  • ଏହି ଦଲିଲର କ୍ଷମତାପ୍ରାପ୍ତ ସଂସ୍କରଣକୁ ରେ ପାଇବେ ।*
  • ଅନୁବାଦରେ ବ୍ୟବହୃତ ନିମ୍ନ ଲିଖିତ ସିଦ୍ଧାନ୍ତ ଓ କାର୍ଯ୍ୟପଦ୍ଧତିଗୁଡ଼ିକର ବକ୍ତବ୍ୟ unfoldingWord ପରିଯୋଜନର ଅନ୍ତର୍ଗତ ସମସ୍ତ ସଦସ୍ୟ ଅନୁଷ୍ଠାନ ଓ ଅନୁଦାନକାରୀମାନଙ୍କ ଦ୍ଵାରା ସଭ୍ୟ ରୂପେ ଗ୍ରହଣ କରା ଯାଇଛି । ( ରେ ଦେଖନ୍ତୁ)

ସମସ୍ତ ଅନୁବାଦ କାର୍ଯ୍ୟଗୁଡ଼ିକୁ ଏହି ସାଧାରଣ ମାର୍ଗଦର୍ଶନ ନୀତି ଅନୁଯାଇ କାର୍ଯ୍ୟରେ ପରିଣତ କରାଯାଇଛି ।*

  1. ନିର୍ଭୁଲତା - ମୂଳ ପାଠର ଅର୍ଥରୁ କିଛି ହ୍ରାସ ନ କରି, ତହିଁରେ କିଛି ପରିବର୍ତ୍ତନ ନ କରି, ବା ତହିଁରେ କିଛି ଯୋଗ ନକରି ନିର୍ଭୁଲ ଭାବରେ ଅନୁବାଦ କରିବା । ଅନୁବାଦିତ ବିଷୟବସ୍ତୁ ମୂଳ ପାଠର ଅର୍ଥକୁ ଯେପରି ମୂଳ ଶ୍ରୋତାମାନେ ବୁଝିପାରିଥିଲେ ଠିକ୍ ସେହିପରି ଯେତେ ସମ୍ଭବ ଅମୂଲ୍ୟ ରୂପେ ଏହାକୁ ବିଶ୍ଵସ୍ତ ଭାବରେ ଯୋଗାଯୋଗ କରିବା ଉଚିତ୍ । (ନିର୍ଭୁଲ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ସ୍ପଷ୍ଟ - ବୋଧଶକ୍ତିର ଉଚ୍ଚତମ ସ୍ତରକୁ ହାସିଲ କରିବା ପାଇଁ ଯେକୌଣସି ଭାଷା ଗଠନ ପ୍ରଣାଳୀକୁ ବ୍ୟବହାର କର । ଏଥିରେ ମୂଳ ଅର୍ଥକୁ ଯଥା ସମ୍ଭବ ସ୍ପଷ୍ଟ ଭାବରେ ଯୋଗାଯୋଗ କରିବା ପାଇଁ ଏକ ପାଠର ଗଠନ ପଦ୍ଧତିକୁ ଭିନ୍ନ ପ୍ରକାର ଢାଞ୍ଚାରେ ସଜାଡିବା ଓ ଯେତେ ଅଧିକ କିମ୍ବା ଯେତେ କମ୍ ଆବଶ୍ୟକୀୟ ଭାବ ପ୍ରକାଶକ ପଦକୁ ବ୍ୟବହାର କରିବା ଅନ୍ତର୍ଭୁକ୍ତ ଅଟେ ।
  3. ସ୍ଵାଭାବିକ - ଭାଷା ପଦ୍ଧତିକୁ ବ୍ୟବହାର କରେ ଯାହା ଫଳପ୍ରଦ ଅଟେ ଓ ଅନୁରୂପ ପୃଷ୍ଠଭୂମିରେ ଯେଉଁ ମାଧ୍ୟମରେ ଆପଣଙ୍କ ଅନୁବାଦ ବ୍ୟବହୃତ ହୋଇଛି ତାହାକୁ ପ୍ରତିଫଳିତ କରେ । (ସ୍ଵାଭାବିକ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  4. ବିଶ୍ଵସ୍ତ - ଆପଣଙ୍କ ଅନୁବାଦରେ ଯେକୌଣସି ରାଜନୈତିକ, ଧାର୍ମିକ ସମ୍ପ୍ରଦାୟ, ବିଚାରାଧାରାତ୍ମକ, ସାମାଜିକ, ସାଂସ୍କୃତିକ, ବା ପାରମାର୍ଥିକ ପକ୍ଷପାତକୁ ବର୍ଜନ କର । ମୁଖ୍ୟ ଭାବ ପ୍ରକାଶକ ପଦଗୁଡ଼ିକୁ ବ୍ୟବହାର କର ଯାହା ମୂଳ ବାଇବଲ ଭିତ୍ତିକ ଭାଷାର ଶବ୍ଦାବଳୀ ପ୍ରତି ବିଶ୍ଵସ୍ତ ଅଟେ ।

ପିତା ପରମେଶ୍ଵର ଓ ପୁତ୍ର ପରମେଶ୍ଵରଙ୍କ ମଧ୍ୟରେ ଥିବା ସଂପର୍କକୁ ବର୍ଣ୍ଣନା କରୁଥିବା ବାଇବଲ ଭିତ୍ତିକ ଶବ୍ଦଗୁଡ଼ିକ ନିମନ୍ତେ ସମାନ ସାଧାରଣ ଭାଷା ପଦ୍ଧତିକୁ ବ୍ୟବହାର କର । ଏହାକୁ ଆବଶ୍ୟକତା ଅନୁଯାଇ ବହି ପୃଷ୍ଠାର ନିମ୍ନ ଭାଗରେ ପ୍ରଦତ୍ତ ଟିକାରେ କିମ୍ବା ଅନ୍ୟ ପରିପୂରକ ଶିକ୍ଷା ସାମଗ୍ରୀରେ ବ୍ୟବହାର କରାଯାଇପାରିବ । (ବିଶ୍ଵସ୍ତ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

  1. ପ୍ରାଧିକାରିକ - ବାଇବେଲ ଭିତ୍ତିକ ବିଷୟବସ୍ତୁର ଅନୁବାଦ ନିମନ୍ତେ ସର୍ବୋଚ୍ଚ ଅଧିକାର ରୂପେ ମୂଳ ଭାଷା ବାଇବେଲ ଭିତ୍ତିକ ପାଠକୁ ବ୍ୟବହାର କର । ଅନ୍ୟ ଭାଷାରେ ଥିବା ନିର୍ଭରଯୋଗ୍ୟ ବାଇବେଲ ଭିତ୍ତିକ ବିଷୟବସ୍ତୁକୁ ସ୍ପଷ୍ଟିକରଣ ନିମନ୍ତେ ଓ ମଧ୍ୟବର୍ତ୍ତୀ ମୂଳ ପାଠ ରୂପେ ବ୍ୟବହାର କରିପାର । (ପ୍ରାଧିକାରିକ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ଐତିହାସିକ - ଐତିହାସିକ ଘଟଣାବଳୀ ଓ ତଥ୍ୟକୁ ନିର୍ଭୁଲ ଭାବେ ଯୋଗାଯୋଗ କରେ, ଯାହା ମୂଳ ବିଷୟବସ୍ତୁର ମୂଳ ପ୍ରାପ୍ତିକର୍ତ୍ତାମାନଙ୍କ ପରି ସମାନ ପୃଷ୍ଠଭୂମିକୁ ଓ ସଂସ୍କୃତିକୁ ଅଂଶୀ କରୁ ନଥିବା ଲୋକମାନଙ୍କ ପାଇଁ ଥିବା ଅଭିପ୍ରେତ ବାର୍ତ୍ତାକୁ ନିର୍ଭୁଲ ଭାବେ ଯୋଗାଯୋଗ କରିବା ନିମନ୍ତେ ଆବଶ୍ୟକତା ଅନୁଯାଇ ଅତିରିକ୍ତ ତଥ୍ୟକୁ ପ୍ରଦାନ କରିଥାଏ
  3. ସମାନ - ମୂଳ ପାଠରେ ଯେପରି ଅଛି ସେହି ସମାନ ଉଦ୍ଦେଶ୍ୟକୁ ଯୋଗାଯୋଗ କରେ, ଯେଉଁଥିରେ ଅନୁଭବ ଶକ୍ତି ଓ ମନୋଭାବର ବାକ୍ୟାଂଶ ଅନ୍ତର୍ଭୁକ୍ତ ଅଟେ । ଯେତେ ସମ୍ଭବ ହୋଇପାରେ, ମୂଳ ପାଠରେ ଥିବା ବିଭିନ୍ନ ପ୍ରକାରର ସାହିତ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯତ୍ନ କର, ଯେଉଁଥିରେ ଗଳ୍ପ, କବିତା, ହିତୋପଦେଶ, ଭାବବାଣୀଗୁଡ଼ିକ ଜଡ଼ିତ, ଯାହା ଆପଣଙ୍କ ଭାଷାରେ ସମାନ ମାଧ୍ୟମରେ ଯୋଗାଯୋଗ କରୁଥିବା ଅନୁରୂପ ଗଠନ ପଦ୍ଧତି ସହ ସେମାନଙ୍କୁ ପ୍ରତିନିଧିତ୍ଵ କରେ । (ସମାନ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

ଅନୁବାଦ ଉତ୍କର୍ଷତାକୁ ଚିହ୍ନଟ କରି ପରିଚାଳିତ କରିବା

ଅନୁବାଦର ଉତ୍କର୍ଷ ସାଧାରଣତଃ ଅନୁବାଦର ବିଶ୍ଵସ୍ତତା ମୂଳ ପାଠର ଅର୍ଥକୁ, ଓ ଅନୁବାଦକୁ ଗୃହିତ ଭାଷାର ବକ୍ତାମାନଙ୍କ ନିମନ୍ତେ ବୋଧଯୋଗ୍ୟ ଓ ଫଳପ୍ରଦ କରୁଥିବା ପ୍ରଦତ୍ତ ଉପାଧି ସୂଚିତ କରେ । ଯେଉଁ କୌଶଳ ଆମେ ପ୍ରସ୍ତାବ କରୁ, ସେଥିରେ ଭାଷା ସମ୍ପ୍ରଦାୟ ସହ ଅନୁବାଦର ଢାଞ୍ଚା ଓ ଯୋଗାଯୋଗ ଉତ୍କର୍ଷତାକୁ ଓ ସେହି ଲୋକ ଦଳରେ ମଣ୍ଡଳୀ ସହ ଅନୁବାଦର ବିଶ୍ଵସ୍ତତାକୁ ଯାଞ୍ଚ୍ କରିବା କାର୍ଯ୍ୟ ଜଡ଼ିତ ଅଟେ । ଜଡ଼ିତ ହୋଇଥିବା ନିର୍ଦ୍ଧିଷ୍ଟ ସୋପାନଗୁଡ଼ିକ ଅନୁବାଦ ପରିଯୋଜନାର ଭାଷା ଓ ପୃଷ୍ଠଭୂମିରେ ନିର୍ଭରଶୀଳତା ମହତ୍ଵପୂର୍ଣ୍ଣ ଭାବେ ଭିନ୍ନ ହୋଇପାରେ ।

ସାଧାରଣତଃ, ଆମେ ଏକ ଉତ୍ତମ ଅନୁବାଦ ବିଷୟରେ ଚିନ୍ତା କରୁ ଯାହା ଭାଷା ସମ୍ପ୍ରଦାୟ ଦ୍ଵାରା ଓ ଭାଷା ଦଳରେ ଥିବା ମଣ୍ଡଳୀର ନେତାମାନଙ୍କ ଦ୍ଵାରା ସାଧାରଣ ସମୀକ୍ଷା କରା ଯାଇଥିବ, ଯଦ୍ୱାରା ଏହା:

  1. ନିର୍ଭୁଲ, ସ୍ପଷ୍ଟ, ସ୍ଵାଭାବିକ, ଓ ସମାନ - ମୂଳ ପାଠର ଅଭିପ୍ରେତ ଅର୍ଥ ପ୍ରତି ବିଶ୍ଵସ୍ତ ରହିବା, ଯେପରି ସେହି ଦଳରେ ଥିବା ମଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ ଓ ମଣ୍ଡଳୀ ସହ ଶ୍ରେଣୀବଦ୍ଧ ଭାବରେ ବିଶ୍ଵ, ଐତିହାସିକ, ଓ ପରିଣାମସ୍ଵରୂପ ଅଟେ:
  2. ମଣ୍ଡଳୀ ଦ୍ଵାରା ଦୃଢ - ମଣ୍ଡଳୀ ଦ୍ଵାରା ଅନୁମୋଦିତ ଓ ବ୍ୟବହୃତ । (ମଣ୍ଡଳୀ - ଅନୁମୋଦିତ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

ଆମେ ମଧ୍ୟ ସୁପାରିଷ କରୁ ଯେ ଅନୁବାଦ କାର୍ଯ୍ୟ:

  1. ସହଯୋଗ - ଯେଉଁଠାରେ ସମ୍ଭବ, ଅନୁବାଦ, ଯାଞ୍ଚ୍ କାର୍ଯ୍ୟ ଓ ଅନୁବାଦିତ ସାମଗ୍ରୀକୁ ବିତରଣ କରିବା ପାଇଁ ଆପଣଙ୍କ ଭାଷା କହୁଥିବା ଅନ୍ୟ ବିଶ୍ଵାସୀମାନଙ୍କ ସହିତ ମିଶି ଏକତ୍ର କାର୍ଯ୍ୟ କର, ଓ ଏହାର ସର୍ବୋଚ୍ଚ ଉତ୍କର୍ଷତା ଓ ଯେତେ ଲୋକ ସମ୍ଭବ ସେତେ ଲୋକମାନଙ୍କ ପାଇଁ ଉପଲବ୍ଧ ବିଷୟକୁ ନିଶ୍ଚିତ କର । (ସହଯୋଗ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ଅଗ୍ରଗତି କରୁଥିବା - ଅନୁବାଦ କାର୍ଯ୍ୟ କଦାପି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୁଏ ନାହିଁ । ଯେବେ ଭାଷା ସହ ସୁଦକ୍ଷ୍ୟ ବ୍ୟକ୍ତିମାନେ କିଛି ବିଷୟକୁ ଦୃଷ୍ଟିପାତ କରନ୍ତି ଯେ ସେଥିରେ ଆହୁରି ଉନ୍ନତି କରାଯାଇ ପାରେ, ସେହି ସମୟରେ ସର୍ବୋତ୍ତମ ମାଧ୍ୟମରେ ପରାମର୍ଶ ଦେଇ ସେମାନଙ୍କୁ ପ୍ରୋତ୍ସାହନ କରନ୍ତୁ । ସେମାନେ ଅନୁବାଦରେ ଯେକୌଣସି ତ୍ରୁଟିକୁ ଖୋଜି ପାଇବା ମାତ୍ରେ ତାହାକୁ ସଂଶୋଧନ କରିବା ଉଚିତ୍ । ଆହୁରି ମଧ୍ୟ ଯେବେ ସଂଶୋଧନ କିଅବା ନୂତନ ଅନୁବାଦର ଆବଶ୍ୟକ ହୁଏ, ସେତେବେଳେ ନିର୍ଣ୍ଣୟ କରିବା ପାଇଁ ଅନୁବାଦଗୁଡ଼ିକର ସାମୟିକ ସମୀକ୍ଷା କରିବାକୁ ପ୍ରୋତ୍ସାହନ କରନ୍ତୁ । ଆମେ ସୁପାରିଶ କରୁ ଯେ ଏହି ଅଗ୍ରଗତି କାର୍ଯ୍ୟକୁ ତତ୍ତ୍ୱାବଧାନ କରିବା ପାଇଁ ପ୍ରତ୍ୟକ ଭାଷା ସମ୍ପ୍ରଦାୟ ଗୋଟିଏ ଗୋଟିଏ ଅନୁବାଦ କମିଟି ଗଠନ କରନ୍ତୁ ।

unfoldingWord ଅନଲାଇନ ଉପକରଣଗୁଡିକୁ ବ୍ୟବହାର କରି, ଅନୁବାଦରେ ଶୀଘ୍ର ଓ ସହଜରେ ଏହି ପରିବର୍ତ୍ତନଗୁଡ଼ିକ କରା ଯାଇପାରିବ । (ଅଗ୍ରଗତି ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)