or_ta/translate/guidelines-equal/01.md

13 KiB

ସମାନ ଅନୁବାଦ ଭାବାତ୍ମକ ଅର୍ଥକୁ ମୂଳ ଭାଷାରୁ ଲକ୍ଷ୍ୟ ଭାଷା ସହିତ ସମାନ ରୁପେ ଯୋଗାଯୋଗ କରେ ।

ମୂଳ ପାଠର ଅଧାରରେ ବିଶେଷ କରି ଏକପ୍ରକାର ଭାବନାକୁ ପ୍ରକାଶ କରେ ଓ ସେହି ଆଧାର ଗୁଡିକ ଯେପରି ସମାନ୍ତରାଳ ଭାବନା ନିର୍ଦ୍ଧିଷ୍ଟ ଭାଷାରେ ମଧ୍ୟ ପ୍ରକାଶିତ ହେଉଥିବା ଆବଶ୍ୟକ ତାହା ଧ୍ୟାନ ରଖ । ସେହି ଅଧାର ଗୁଡିକର କିଛି ଉଦାହରଣ

ରୂଢ଼ି ପ୍ରୟୋଗ

ସଂଜ୍ଞା - ଏକ ରୂଢ଼ି ହେଉଛି ଶବ୍ଦ ପୁଞ୍ଜ ଯାହାର ଅର୍ଥ ଆକ୍ଷରିକ ଶବ୍ଦର ଅର୍ଥ ଠାରୁ ଭିନ୍ନ୍ ଅଟେ । ରୂଢ଼ି, ଉପଦେଶ ଓ ଅଳଙ୍କାର ଅର୍ଥ ନିର୍ଦ୍ଧାରଣ କର ଏବଂ ଆପଣଙ୍କ ଭାଷାରେ ଏହି ଭାବନାକୁ ଅର୍ଥପୁର୍ଣ୍ଣ ଭାବେ ଅନୁବାଦ କର ଯାହାକି ସମାନ ବୁଝା ପଡୁଥିବ ।

ବର୍ଣ୍ଣନା - ସାଧାରଣ ଭାବେ ରୂଢ଼ି ଆକ୍ଷରିକ ଭାବେ ଅନ୍ୟ ଭାଷାରେ ଅନୁବାଦ ହୋଇପାରିବ ନାହିଁ । ଅନ୍ୟ ଭାଷାରେ ସ୍ବାଭାବିକ ଲାଗୁଥିବା ଅର୍ଥରେ ରୂଢ଼ି ଗୁଡିକ ଅନୁବାଦ କରାଯିବା ଆବଶ୍ୟକ । ପ୍ରେରିତ ୧୮:୬ ରେ ତିନିଟି ଅନୁବାଦ ଦିଆଗଲା ଯାହାର ଅର୍ଥ ସମାନ :

  • ”ଆପଣ ମାନଙ୍କ ରକ୍ତ ଆପଣ ମାନଙ୍କ ମୁଣ୍ଡ ଉପରେ ବର୍ତ୍ତୁ! ମୁଁ ନିର୍ଦ୍ଦୋଷ “ ((RSV))
  • ”ଯଦି ତୁମେ ଉଦ୍ଧାର ପାଉନାହିଁ, ତୁମ୍ଭେ ନିଜ ନିଜ ଉପରକୁ ଦୋଷ ନିଅ! ଏହା ମୋର ଦୋଷ ନୁହେଁ” (GNB)
  • ”ଯଦି ଇଶ୍ବର ତୁମକୁ ଦଣ୍ଡ ଦିଅନ୍ତି, ଏହା କେବଳ ତୁମ ପାଇଁ, ମୋର ନୁହେଁ !” (TFT) ଏଗୁଡିକ ସବୁ ଦୋଷ ନିମନ୍ତେ ଦୋଷୀ ହେବା ର ଉକ୍ତି ।

କେହି କେହି ରୂଢ଼ି ବ୍ୟବହାର କରିଛନ୍ତି “ରକ୍ତ” କିମ୍ବା “ଉଦ୍ଧାର ପାଉନାହଁ” ଓ ତୃତୀୟରେ ଆହୁରି ସ୍ପଷ୍ଟ କରି “ଦଣ୍ଡ” ଶବ୍ଦ ବ୍ୟବହାର ହୋଇଛି । ଆପଣଙ୍କ ଅନୁବାଦ ସମାନ ହେବା ପାଇଁ, ଅନୁବାଦ ନିଶ୍ଚିତ ଭାବେ ଦୋଷ କରିଥିବା ମାନସିକତାକୁ ବୁଝାଉ ଥିବା ଶବ୍ଦ ବ୍ୟବହାର କରିବ କିମ୍ବା ରୂଢ଼ି ବ୍ୟବହାର କରିପାରିବ ଯେପର୍ଯ୍ୟନ୍ତ ଏହି ଦୁଇ ପ୍ରକାର ବ୍ୟବହାର ନିର୍ଦ୍ଧାରିତ ଭାଷା ଓ ସଂସ୍କୃତିରେ ଗ୍ରାହଣୀୟ ହୋଇପାରିବ ।

ଅଳଙ୍କାର

ସଂଜ୍ଞା - ଯାହା କୁହା ଯାଇଅଛି କିମ୍ବା ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅଳଙ୍କାର ଏକ ମାଧ୍ୟମ ଅଟେ କିମ୍ବା କହିବାର ଏକ ବିଶେଷ ମାଧ୍ୟମ ଅଟେ । ବର୍ଣ୍ଣନା - ଆକ୍ଷରିକ ଶବ୍ଦ ଗୁଡିକର ଅର୍ଥ ଠାରୁ ଅଳଙ୍କାରିକ ଅର୍ଥ ସମ୍ପୁର୍ଣ୍ଣ ଭିନ୍ନ ଅଟେ ।

ଏହିଠାରେ କିଛି ଉଦାହରଣ ଦିଆଯାଇଛି:

  • ମୁଁ ହତ ହେଲି ! ବକ୍ତା ଆକ୍ଷରିକ ଭାବେ ଭାଙ୍ଗି ପଡି ନାହାନ୍ତି, କିନ୍ତୁ ସେ ଖରାପ ଅନୁଭବ କଲେ ।
  • ମୋର କଥାକୁ ସେ ବେଖାତିର କଲେ. ଅର୍ଥ, “ମୁଁ ଯାହା କହୁଛି ସେ ଶୁଣିବା ପାଇଁ ନାରାଜ” ।
  • ଗଛରେ ପବନର ଶବ୍ଦ ବଳାପ କରୁଛି । ଏହାର ଅର୍ଥ ପବନର ବେଗ ଏତେ ଅଛି ଯେପରି ଜଣେ ଲୋକ ବିଳାପ କଲା ପରି ଶୁଭୁଛି ।
  • ସାରା ପୃଥିବୀ ସଭାକୁ ଆସିଥିଲେ । ପୃଥିବୀର ସମସ୍ତେ ସଭାକୁ ଆସି ନଥିଲେ । ହୋଇଥାଏ ପାରେ ସଭାରେ ବହୁଳ ସଂଖ୍ୟକ ଲୋକ ଥିଲେ । ପ୍ରତ୍ୟେକ ଭାଷା ଭିନ୍ନ ଅଳଙ୍କାର ବ୍ୟବହାର କରନ୍ତି ।

ତୁମେ ନିଶ୍ଚିତ କରିପାରିବ :

  • ଅଳଙ୍କାର ବ୍ୟବହାର ସହିତ ପରିଚିତ ହୁଅ
  • ଅଳଙ୍କାରର ଉଦ୍ଦେଶ୍ୟକୁ ଜାଣ
  • ଅଳଙ୍କାରର ପ୍ରକୃତ ଅର୍ଥକୁ ବୁଝ

ଏହା ହେଉଛି ପ୍ରକୃତ ଅର୍ଥ, ଆପଣଙ୍କ ବ୍ୟବହୃତ ଅଳଙ୍କାର ଭାଷାର ଅନୁବାଦ ହେବା ଆବଶ୍ୟକ, ଆକ୍ଷରିକ ଅର୍ଥରେ ନୁହେଁ । ଯଦି ଆପଣ ପ୍ରକୃତ ଅର୍ଥ ବୁଝିଲେ, ଆପଣ ମନୋନିତ କରି ପାରିବେ ନିର୍ଦ୍ଧିଷ୍ଟ ଭାଷାରେ ବୁଝାଉଥିବା ସମାନ ଅର୍ଥ ଓ ଭାବନାର ପ୍ରୟୋଗ କରି ପାରିବେ ।

(ଅଧିକ ତଥ୍ୟ ନିମନ୍ତେ, ଅଳଙ୍କାର ତଥ୍ୟ) ଦେଖନ୍ତୁ

ଅଳଙ୍କାରିକ ପ୍ରଶ୍ନ

ସଂଜ୍ଞା - ଅଳଙ୍କାରିକ ପ୍ରଶ୍ନ ଆଉ ଏକ ଭିନ୍ନ ମାଧ୍ୟମ ଯେଉଁଠି ବକ୍ତା ପାଠକଙ୍କର ଧ୍ୟାନ ଆକର୍ଷଣ କରେ ।

ବର୍ଣ୍ଣନା - ଅଳଙ୍କାରିକ ପ୍ରଶ୍ନ ହେଉଛି ପ୍ରଶ୍ନ ଯେଉଁଠି ଉତ୍ତର କିମ୍ବା ତଥ୍ୟ ପଚରା ଯାଏ ନାହିଁ କି ଆଶା କରାଯାଏ ନାହିଁ । ସାଧାରଣତଃ ସେଗୁଡିକ କେତେ ପ୍ରକାର ଭାବନା ଓ ଧମକ, ଗୋଟିଏ ସଚେତନ କରାଇବା, ଆଶ୍ଚର୍ଯ୍ୟ ହେବା, ନତୁବା ଆଉ କୌଣସି ବିଷୟରେ ଚିନ୍ତାଧାରା ପ୍ରକାଶ କରିବା ।

ଦେଖ , ଉଦାହରଣ ସ୍ବରୁପ, ମାଥିଉ ୩:୭ : “ରେ କାଳ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭ ମାନଙ୍କୁ ଚେତନ ଦେଲା?” ଏହିଠାରେ କୌଣସି ଉତ୍ତର ଆଶା କରାଯାଇ ନାହିଁ ।

ବକ୍ତା ତଥ୍ୟ ମାଗୁ ନାହାନ୍ତି; ସେ ତାଙ୍କର ଶ୍ରୋତା ମାନଙ୍କୁ ଚେତାବନୀ ଦେଉ ଅଛନ୍ତି । ପରମେଶ୍ବରଙ୍କ କ୍ରୋଧର ଲୋକମାନଙ୍କୁ ଚେତାବନୀ ଦ୍ବାରା କୌଣସି ଉତ୍ତମତା ନାହିଁ କାରଣ ସେମାନେ ଆପଣା ଆପଣା ପାପ ସ୍ବୀକାର କରିବାକୁ ନାରାଜ ହୁଅନ୍ତି । ଯଦି ଆପଣଙ୍କ ଭାଷା ଏହିପରି ବ୍ୟାଖ୍ୟାମୁଳକ ପ୍ରଶ୍ନ ବ୍ୟବହାର କରୁନାହାନ୍ତି, ହୁଏତ ଆପଣ ଏହି ବ୍ୟାଖ୍ୟାମୁଳକ ପ୍ରଶ୍ନ ଗୁଡିକୁ ଉକ୍ତିରେ ପରିବର୍ତ୍ତନ କରି ଅନୁବାଦ କରିପାରିବେ । କିନ୍ତୁ ମନେ ରଖନ୍ତୁ, ଯେପରି ସମାନ ଉଦ୍ଦେଶ୍ୟ ଓ ଅର୍ଥ ପରିବର୍ତ୍ତନ ନହୁଏ ଓ ଅଳଙ୍କାରିକ ପ୍ରଶ୍ନ ଗୁଡିକରେ ସମାନ ଭାବନା ଯୋଗାଯୋଗ କରୁଥିବ । ଯଦି ଆପଣଙ୍କ ଭାଷା ଅନ୍ୟ ଅଳଙ୍କାରରେ ଉଦ୍ଦେଶ୍ୟ, ଅର୍ଥ ଓ ବ୍ୟାଖ୍ୟାମୁଳକ ପ୍ରଶ୍ନର ଭାବନାକୁ ବୁଝାଇ ପାରୁଥିବା ତେବେ ସେହି ଅଳଙ୍କାର ବ୍ୟବହାର କରନ୍ତୁ ।

(ଦେଖ ବ୍ୟାଖ୍ୟା ମୁଳକ ପ୍ରଶ୍ନ)

ବିସ୍ମୟ ସୁଚକ

ସଂଜ୍ଞା - ଭାଷାରେ ଭାବପ୍ରବଣକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ବିସ୍ମୟ ସୁଚକ ବ୍ୟବହାର କରାଯାଏ । ସମୟ ସମୟରେ ବିସ୍ମୟ ସୁଚକ କୌଣସି ବାକ୍ୟ କିମ୍ବା ଶବ୍ଦର ଅର୍ଥ ନଥାଇ କେବଳ ଭାବ ପ୍ରବଣ କୁ ବୁଝାଏ, ଯଥା ଯେପରି ଶବ୍ଦ “ଓହୋ” କିମ୍ବା “ଆହାଃ” ।

ଦେଖ, ଉଦାହରଣ, ୧ମ ଶାମୁଏଲ ୪:୮: ହାୟ ହାୟ ଆମ୍ଭ ମାନଙ୍କୁ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭ ମାନଙ୍କୁ କିଏ ଉଦ୍ଧାର କରିବ? (ୟୁଏଲବି )

ଏବ୍ରୀ ଶବ୍ଦ ଅନୁବାଦ ହୋଇଛି “ହାୟ” ଏହିଠାରେ କିଛି ଗୋଟେ ମନ୍ଦ ଘଟି ଅଛିର ଶକ୍ତ ଭାବନା ଆମେ ପାଉଛୁ । ଯଦି ସମ୍ଭବ, ଆପଣଙ୍କ ଭାଷାରେ ବିସ୍ମୟ ଭାବ ଖୋଜନ୍ତୁ ଯେପରି ଏହି ସମାନ ଭାବନା ପ୍ରକାଶ କରିବ ।

କବିତା

ସଂଜ୍ଞା - କୌଣସି ବିଷୟରେ ଭାବ ପ୍ରକାଶ କରିବା ନିମନ୍ତେ କବିତା ବ୍ୟବହାର କରାଯାଏ ।

ବର୍ଣ୍ଣନା - ଭିନ୍ନ ଭାଷାରେ ଭିନ୍ନ ସ୍ବାଦର ଭାବନାକୁ କବିତା ମାଧ୍ୟମରେ ପ୍ରକାଶ କରେ । ଏହିପରି ମାଧ୍ୟମ ଦ୍ବାର ଆମେ ଏପର୍ଯ୍ୟନ୍ତ ଯେଉଁ ବିଷୟ ଗୁଡିକ ଆଲୋଚନା କରିଛୁ, ଯଥା ଅଳଙ୍କାର ଓ ବିସ୍ମୟ ସୁଚକ ଉଲ୍ଲେଖ କରାଯାଇ ପାରେ। ସାଧାରଣ ବକ୍ତୃତା ଠାରୁ କବିତା ବ୍ୟାକରଣକୁ ଭିନ୍ନ ଭାବରେ ବ୍ୟବହାର କରେ, କିମ୍ବା ସମଶବ୍ଦ ବା ସମବର୍ଣ୍ଣ ନତୁବା ଉପଯୁକ୍ତ ତାଳ ଦ୍ବାରା ଭାବନାକୁ ଜଣାଏ ।

ଦେଖ: ଉଦାହରଣ, ଗୀତ ସଂହିତା ୩୬:୫: ହେ ସଦାପ୍ରଭୁ, ତୁମ୍ଭର ସ୍ନେହ ପୁର୍ଣ୍ଣ କରୁଣା, (ସ୍ବର୍ଗରେ) ଥାଏ; ତୁମ୍ଭର ବିଶ୍ବସ୍ତତା ଗଗନ (ସ୍ପର୍ଶୀ) । (ୟୁଏଲବି )

ଏହି କବିତା ଦୁଇ ପଦରେ ସମାନ ଚିନ୍ତାଧାରା ପୁନରାବୃତ୍ତି ହୋଇଛି, ଯାହା ଉତ୍ତମ ଏବ୍ରୀୟ ଭାଷାରେ କବିତା ଶୈଳୀ ଅଟେ । ଆହୁରି ମଧ୍ୟ, ମୂଳ ଏବ୍ରିୟ ଭାଷାରେ କ୍ରିୟାପଦ ନାହିଁ, ଯାହା ଏକ ଭିନ୍ନ ମାଧ୍ୟମରେ ବ୍ୟାକରଣ ବ୍ୟବହାର ଠାରୁ ସ୍ବାଭାବିକ ଉକ୍ତିର ବ୍ୟବହାର କରେ। ଆପଣଙ୍କ ଭାଷାରେ କବିତା ଭିନ୍ନ ହୋଇପାରେ ଯାହା କବିତା ପରି ଚିହ୍ନା ପଡୁଥିବ ।

ଯେତେବେଳେ ଆପଣ କବିତା ଅନୁବାଦ କରୁଛନ୍ତି, ଆପଣଙ୍କ ଭାଷାରେ ଥିବା ଆକାର ଗୁଡିକୁ ବ୍ୟବହାର କରନ୍ତୁ ଯାହା ପାଠକ ବୁଝି ପାରିବେ ଯେ ଏହା ଏକ କବିତା, ଓ ମୂଳ କବିତା ଯେଉଁ ଭାବନା ଅବସ୍ଥାପନ କରିବା ପାଇଁ ଚାହାନ୍ତି ସେହି ସମାନ ଭାବନାକୁ ପରିପ୍ରକାଶ କରିବେ ।

ମନେରଖ: ମୂଳ ପାଠର ଅନୁଭବ ଓ ସ୍ବଭାବକୁ ଯୋଗାଯୋଗ କରନ୍ତୁ । ଆପଣଙ୍କ ଭାଷା ପରି ଯେପରି ଯୋଗାଯୋଗ ହୋଇପାରିବ ସେହିପରି ଅନୁବାଦ କରନ୍ତୁ ।

ବିଚାର କର ଯେ ଲକ୍ଷ୍ୟ ଭାଷାରେ ତାହାର ଅର୍ଥ ସବୁଠାରୁ ଯେମିତି ସଠିକ, ସ୍ପଷ୍ଟ, ସମାନ, ସ୍ବାଭାବିକ ପରିବେଷଣ ହେବ ।