or_ta/translate/guidelines-natural/01.md

10 KiB
Raw Permalink Blame History

ସ୍ବାଭାବିକ ଅନୁବାଦ ଗୁଡିକ

ବାଇବଲକୁ ଅନୁବାଦ କରିବା ହେଉଛି ଏହା ସ୍ବଭାବିକ ଅର୍ଥ ହେଉଛି:

ଅନୁବାଦ ଏହିପରି ହେବା ଆବଶ୍ୟକ ଯେପରି ଲକ୍ଷ୍ୟ ଲୋକଦଳର ସଦସ୍ୟଙ୍କ ଦ୍ବାରା ଲେଖା ଯାଇଅଛି ଜଣେ ବିଦେଶୀ ଦ୍ବାରା ନୁହେଁ । ସ୍ବାଭାବିକ ଅନୁବାଦ ନିମନ୍ତେ କିଛି ଧାରଣା:

ଛୋଟ ଛୋଟ ବାକ୍ୟଗୁଡିକ ବ୍ୟବହାର କରନ୍ତୁ

ସ୍ବାଭାବିକ ଅନୁବାଦ ନିମନ୍ତେ, ଛୋଟ ଛୋଟ ବାକ୍ୟ ଖଣ୍ଡ, ଲମ୍ବା ବାକ୍ୟରୁ ସରଳ ବାକ୍ୟ, ଜଟିଳ ବାକ୍ୟକୁ ମଧ୍ୟ ସହଜ କରିବା ବେଳେବେଳେ ଏହା ଅତି ଜରୁରୀ । ଗ୍ରୀକ୍ ଭାଷାରେ ସାଧାରଣତ ଲମ୍ବା ଓ ଜଟିଳ ବ୍ୟାକରଣର ବାକ୍ୟ ଗୁଡିକ ଥାଏ ।

କିଛି କିଛି ବାଇବଲ ଅନୁବାଦକ ଗୁଡିକ ଭାଷାର ରୁପକୁ ଅନୁସରଣ କରନ୍ତି ଓ ସେମାନଙ୍କର ଅନୁବାଦରେ ଲମ୍ବା ବାକ୍ୟ ଗୁଡିକୁ ରଖନ୍ତି, ଏପରିକି ସେଗୁଡିକ ସ୍ବାଭାବିକ ଲାଗେନାହିଁ ଓ ଲକ୍ଷ୍ୟ ଭାଷାରେ ଦ୍ଵନ୍ଦ ଉତ୍ପନ୍ନ କରେ । ଯେତେବେଳେ ଅନୁବାଦ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଶାସ୍ତ୍ରଂଶକୁ ପୁନର୍ବାର ଲେଖନ୍ତୁ, ଲମ୍ବା ବାକ୍ୟ ଗୁଡିକୁ ଛୋଟ ଛୋଟ ବାକ୍ୟରେ ପରିଣତ କରନ୍ତୁ ।

ଏହା ଆପଣଙ୍କୁ ଅର୍ଥ ସ୍ପଷ୍ଟ ରୁପେ ବୁଝିବା ଓ ଉତ୍ତମ ଅନୁବାଦ କରିବାରେ ସାହାଯ୍ୟ କରିବ । ଅଧିକାଂଶ ଭାଷାରେ, ଛୋଟ ଛୋଟ ବାକ୍ୟ ଭଲ, ନତୁବା, ଯେତେବେଳେ ବାକ୍ୟ ଲମ୍ବା , ଜଟିଳତାକୁ ଦୁର କରିବା କଷ୍ଟସାଧ୍ୟ ହେବ । ନିର୍ଦ୍ଧିଷ୍ଟ ଭାଷାରେ ପୁନଃଅର୍ଥ ଦେବା, ଏଥି ନିମନ୍ତେ ବେଳେବେଳେ ମୂଳ ଲମ୍ବା ବାକ୍ୟକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବା ଆବଶ୍ୟକ ଅଟେ ।

ଯେହେତୁ ଅଧିକାଂଶ ଭାଷାରେ ଗୋଟିଏ କିମ୍ବା ଦୁଇଟି ଶବ୍ଦ ପୁଞ୍ଜକୁ ବ୍ୟବାହର କରନ୍ତି, ଛୋଟ ଛୋଟ ବାକ୍ୟଖଣ୍ଡ ଗୁଡିକ ଅଧିକ ଗ୍ରହଣୀୟ ହୁଏ । ଛୋଟ ଛୋଟ ବାକ୍ୟ ଗୁଡିକ ପାଠକ ଅତି ସହଜରେ ବୁଝିପାରିବେ ଯେହେତୁ ଏହାର ଅର୍ଥ ସ୍ପଷ୍ଟ ଅଟେ । ନୁତନ, ଛୋଟ ଓ ବାକ୍ୟ ଗୁଡିକୁ ସ୍ପଷ୍ଟ କରି ନିଶ୍ଚୟ ସଂଯୋଗୀକରଣ କରିବାରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ । ଲମ୍ବା ବାକ୍ୟ, ଜଟିଳ ବାକ୍ୟ ଗୁଡିକୁ ଛୋଟ ବାକ୍ୟରେ ପରିଣତ କରି, ସେହି ବାକ୍ୟକୁ ପରସ୍ପର ସହିତ ସିଧାସଳଖ ଯୋଡ ଯେପରି ସେଗୁଡିକ ଗୋଟିଏ ଶବ୍ଦପୁଞ୍ଜପରି ଲାଗିବ । ସାଧାରଣ, ପ୍ରତ୍ୟେକ କ୍ରିୟା କିମ୍ବା କାର୍ଯ୍ୟକାରୀ ଶବ୍ଦ ଥିଲା ଶବ୍ଦ ଯେକୌଣସି ପକ୍ଷରେ ଆଗକୁ କିମ୍ବା ପଛକୁ କ୍ରିୟା କାର୍ଯ୍ୟରେ ହିଁ ପରିଣତ ହୁଏ ।

ଗୋଟିଏ ଶବ୍ଦପୁଞ୍ଜ ପରି ନିଜକୁ ଏକ ସ୍ବାଧୀନ ଖଣ୍ଡବାକ୍ୟ ବା ସରଳ ବାକ୍ୟ ଭାବରେ ରହି ପାରିବ । ପ୍ରତ୍ୟକ ଶବ୍ଦପୁଞ୍ଜ ଏକତ୍ର କରନ୍ତୁ ଓ ଏହି ମାଧ୍ୟମରେ ହିଁ ବାକ୍ୟ ଗୁଡିକୁ ଭିନ୍ନ ଭାବଧାରା କିମ୍ବା ଅଂଶ କରି ପାରିବେ । ସୃଷ୍ଟି ହୋଇଥିବା ନୁତନ ବାକ୍ୟକୁ ନିଶ୍ଚୟ କରିବା ନିମନ୍ତେ ପଠ କରନ୍ତୁ । ଯଦି ଅସୁବିଧା ଅଛି, ଆପଣ ଲମ୍ବା ବାକ୍ୟକୁ ଅଲଗା କରି ଖଣ୍ଡ ଖଣ୍ଡ କରିପାରିବେ । ଯେତେବେଳେ ନୁତନ ବାକ୍ୟର ସମ୍ବାଦ ବୁଝି ପାରନ୍ତି, ତେବେ ଲକ୍ଷ୍ୟ ଭାଷାରେ ଅନୁବାଦ କରନ୍ତୁ, ବାକ୍ୟ ଗୁଡିକୁ ସ୍ବାଭାବିକ ଲମ୍ବା କରି ପ୍ରାକୃତିକ ଭାବେ ଯୋଡନ୍ତୁ । ତାପରେ ଆପଣଙ୍କର ଅନୁବାଦକୁ ସେହି ଭାଷାବାଦୀ ସଦସ୍ୟଙ୍କୁ ପଢାଇ ଦେଖନ୍ତୁ ଯେ ଆପଣଙ୍କର ଅନୁବାଦ ସ୍ବାଭାବିକ ଲାଗୁଛି ନା ନାହିଁ ପରୀକ୍ଷା କରନ୍ତୁ ।

ଆପଣଙ୍କର ଲୋକମାନେ ଯେଉଁପରି କଥା କହନ୍ତି ସେହିପରି ଲେଖନ୍ତୁ ।

ବାଇବଲ ଶାସ୍ତ୍ରଂଶ କିମ୍ବା ଅଧ୍ୟାୟଟି ପଢନ୍ତୁ ଓ ଆପଣ ନିଜକୁ ପଚାରନ୍ତୁ “ଏହା କିପ୍ରକାର ସମ୍ବାଦ?” ତାପରେ ସେହି ଶାସ୍ତ୍ରଂଶ କିମ୍ବା ଅଧ୍ୟାୟକୁ ଆପଣଙ୍କ ଲୋକମାନେ ବୁଝିପାରୁଥିଵା ଭଳି ଅନୁବାଦ କରନ୍ତୁ । ଉଦାହରଣ, ଯଦି କବିତା ଅଟେ, ଯେପରି ଗୀତ ସଂହିତା, ତେବେ ଆପଣଙ୍କ ଲୋକମାନେ ଯେପରି ବୁଝି ପାରିବେ ଯେ ଏହା ଏକ କବିତା ଅଟେ ।

କିମ୍ବା ଯଦି ଶାସ୍ତ୍ରଂଶଟି ପବିତ୍ର ଜୀବନଯାପନ ସମ୍ବନ୍ଧେ, ଯେପରି ନୁତନ ନିୟମ ପତ୍ର ଗୁଡିକରେ, ତେବେ ଆପଣଙ୍କ ଭାଷାରେ ଲୋକମାନେ ପରସ୍ପରକୁ ଉପଦେଶ ଦେଲେ ଯେମିତି କୁହନ୍ତି ସେହିପରି ଅନୁବାଦ କରନ୍ତୁ । କେହି ଜଣେ କିଛି କରିଛି ପରି ଯଦି ଶାସ୍ତ୍ରଂଶ କାହାଣୀ ଅଟେ, ତେବେ ଏହାକୁ କାହାଣୀ ପରି ଅନୁବାଦ କରନ୍ତୁ (ଯେପରି ପ୍ରକୃତରେ ଏହା ଘଟି ଅଛି) । ବାଇବଲରେ ଏହପରି କାହାଣୀ ଅନେକ ଅଛି ଓ ଲୋକମାନେ ପରସ୍ପର ସହିତ କାହାଣୀ କହିବାର ରୂପ ମଧ୍ୟ ଅଲଗା ଅଛି ।

ଉଦାହରଣ, ଲୋକମାନେ ପରସ୍ପରକୁ ଧମକ, ଚମକ ଓ ପ୍ରଶଂଶା କିମ୍ବା ଗାଳି ଦିଅନ୍ତି । ଆପଣଙ୍କର ଅନୁବାଦକୁ ସ୍ବାଭାବିକ କରିବା ନିମନ୍ତେ, ଆପଣଙ୍କୁ ପ୍ରତ୍ୟେକ ବିଷୟକୁ ଅନୁବାଦ କରିବା ଆବଶ୍ୟକ ଯେପରି ଆପଣଙ୍କ ଭାଷାରେ ଲୋକମାନେ ଜଣେ ଅନ୍ୟ ଜଣକୁ ଧମକ, ସଚେତନ କରାଇବା, ପ୍ରଶଂସା କିମ୍ବା ଗାଳି ଦିଅନ୍ତି । ଆପଣ କିପରି ଏହି ପ୍ରଭେଦ ଗୁଡିକୁ ଲେଖିବେ ଜାଣିବା ନିମନ୍ତେ, ଆପଣଙ୍କ ଚତୁପାର୍ଶ୍ବରେ ଲୋକମାନେ କ’ଣ କହୁଛନ୍ତି ଶୁଣିବା ଆବଶ୍ୟକ ଅଟେ, ଏବଂ ଲୋକମାନେ କହିବା ଓ ଦୈନନ୍ଦିନ ଜୀବନରେ ଅଭ୍ୟାସ କରୁଥିବା ପ୍ରଭେଦକୁ ଲେଖ ଯେପରି ଲୋକାମାନଙ୍କର କଥାବାର୍ତ୍ତାରେ ଓ ଅଭ୍ୟାସ ସହିତ ଆପଣ ପରିଚିତ ହେପାରିବେ ।

ଲକ୍ଷ୍ୟ ଭାଷାବାଦୀ ଲୋକମାନଙ୍କର ଭାଷାରେ ବ୍ୟବହାର କରୁଥିବା ଶବ୍ଦ ଗୁଡିକୁ ଜଣେ ଉତ୍ତମ ଅନୁବାଦକ ବ୍ୟବହାର କରେ । ଏହା ସେମାନଙ୍କର ପଢିବା ଓ ଶୁଣିବା ନିମନ୍ତେ ସହଜ ହେବ । ଯେପରି କୌଣସି ଅପରିଚିତ କିମ୍ବା ଜଟିଳ ବାକ୍ୟ ନଥାଏ । ଅନୁବାଦ ଏହିପରି ହେବା ଉଚିତ ଯେପରି ଜଣଙ୍କର ଘନିଷ୍ଠ ବନ୍ଧୁଙ୍କ ନିକଟରୁ ଆସିଥିବା ଚିଠି ପଢୁଛନ୍ତି ।

Gateway Language ନିମନ୍ତେ ଅନୁବାଦ ନୁହେଁ ।

ଏହି ବିଭାଗ ୟୁଏଲବି ଓ ୟୁଡିବି ନିମନ୍ତେ Gateway Language ରେ ଅନୁବାଦ ନୁହେଁ । ଏଗୁଡିକ ହେଉଛି ବାଇବଲ ଯାହାର ମୌଳିକ ବୈଶିଷ୍ଟ୍ୟ ହେଉଛି ଲକ୍ଷ୍ୟ ଭାଷାରେ ସ୍ବାଭାବିକ ଆଣିବା । ସେହିଗୁଡିକ ହେଉଛି ବାଇବାଲ ଅନୁବାଦ ଉପକରଣ, ଏହା ବାଇବଲ ବ୍ୟବହାରିକାରୀ ନୁହେଁ ।

ଅଧିକ ତଥ୍ୟ ଜାଣିବା ପାଇଁ , ଦେଖ the Gateway Languages ର “ୟୁଏଲବି ଅନୁବାଦ” ଏବଂ “ୟୂଡିବିର ଅନୁବାଦ” ପାଠ୍ୟକ୍ରମ ।