or_ta/translate/guidelines-church-approved/01.md

6.2 KiB

ମଣ୍ଡଳୀ –ସ୍ବୀକୃତ ଅନୁବାଦ

ଗୋଟିଏ ଭଲ ଅନୁବାଦର ପ୍ରଥମ ତିନିଟି ଗୁଣ ହେଉଛି ସ୍ପଷ୍ଟ (ଦେଖ /ସ୍ପଷ୍ଟ ଅନୁବାଦ ଗୁଡିକ ସୃଷ୍ଟି କରିବା), ପ୍ରାକୃତିକ (ଦେଖ /[ପ୍ରକୃତିକ ଅନୁବାଦ ଗୁଡିକ ଆରମ୍ଭ କରିବା]), ଓ ସଠିକ (ଦେଖ /[ସଠିକ ଅନୁବାଦ ଗୁଡିକ ଆରମ୍ଭ କର]) ।

ଏହି ତିନିଟି ସୋପାନ ସିଧାସଳଖ ଶବ୍ଦ ଓ ବାକ୍ୟଖଣ୍ଡ ଯାହା ଅନୁବାଦରେ ବ୍ୟବହାର ହୋଇଛି ତାହା ଉପରେ ପ୍ରଭାବ ପକାଏ । ଯଦି ଏହି ତିନିଟି ପ୍ରଣାଳୀରେ ଅନୁବାଦ ହୋଇନାହିଁ, ତେବେ ଏହା କେବଳ ଶବ୍ଦ ପରିବର୍ତ୍ତନ କିମ୍ବା ସମସ୍ୟା ସମାଧାନ କରିବା ବାକ୍ୟ ଅଟେ । ଚତୁର୍ଥ ଗୁଣଟି, ମଣ୍ଡଳୀ ସ୍ବୀକୃତ, ଅଳ୍ପ କିଛି ଶବ୍ଦ ବ୍ୟବହାର ଓ ବହୁତ ବ୍ୟବହୃତ ପ୍ରଣାଳୀ ।

ଅନୁବାଦର ଲକ୍ଷ୍ୟ

ବାଇବଲ ସୁଚିପତ୍ରର ଲକ୍ଷ୍ୟ କେବଳ ଉଚ୍ଚ ମାନର ଅନୁବାଦ ପ୍ରକାଶ କରିବା ନହୋଇ ବରଂ ଉଚ୍ଚ ମାନର ଅନୁବାଦ ପ୍ରକାଶନ ଅଟେ ଯାହା ମଣ୍ଡଳୀରେ ବ୍ୟବହାର ଓ ସମସ୍ତଙ୍କର ଆଦରଣୀୟ ହୋଇପାରିବ । ଉଚ୍ଚ ମାନର ଅନୁବାଦ ଗୁଡିକ ସ୍ପଷ୍ଟ, ପ୍ରାକୃତିକ ଓ ସଠିକ ହେବା ଆବଶ୍ୟକ । କିନ୍ତୁ ଯେଉଁ ଅନୁବାଦ ବ୍ୟବହାର ଯୋଗ୍ୟ ଓ ମଣ୍ଡଳୀରେ ଆଦରଣୀୟ, ଏହାକୁ ନିଶ୍ଚିତ ଭାବେ ମଣ୍ଡଳୀ ସ୍ବୀକୃତି ହେବା ଆବଶ୍ୟକ ।

କିପରି ମଣ୍ଡଳୀ-ସ୍ବୀକୃତି ଅନୁବାଦ କରିବେ

ମଣ୍ଡଳୀ-ସ୍ବୀକୃତି ଅନୁବାଦ କରିବା ହେଉଛି ଅନୁବାଦ, ଯାଞ୍ଚକରିବା ଓ ବିତରଣ କରିବା ପ୍ରଣାଳୀ। ଏହି ପ୍ରଣାଳୀରେ ଯେତେ ମଣ୍ଡଳୀ ସହଯୋଗ କରିବା, ସେତେ ଅଧିକ ଏହି ଅନୁବାଦ ଗୁଡିକୁ ସ୍ବୀକୃତ ମିଳିବ। ଅନୁବାଦ ପ୍ରକଳ୍ପକୁ ଆରମ୍ଭ କରିବା ପୁର୍ବରୁ, ଯେତେ ମଣ୍ଡଳୀର ସଂସ୍ପର୍ଶ ଅଛି ସେମାନଙ୍କୁ ଯୋଗାଯୋଗ ଓ ଅନୁବାଦର ଅଂଶ ହେବା ନିମନ୍ତେ ଉତ୍ସାହ କରନ୍ତୁ ଏବଂ ସେହିମାନଙ୍କ ମଧ୍ୟରୁ କିଛି ବିଶ୍ବାସୀଙ୍କୁ ଅନୁବାଦ ଦଳରେ ସାମିଲ କରନ୍ତୁ ।

ସେମାନଙ୍କର ମତ ପଚାରନ୍ତୁ ଓ ଅନୁବାଦ ପ୍ରକଳ୍ପ, ଲକ୍ଷ୍ୟ ଏବଂ ପଦ୍ଧତି ବିଷୟରେ ସେମାନଙ୍କର କିଛି ଉପଦେଶ ନିଅନ୍ତୁ । ମଣ୍ଡଳୀ ସକ୍ରିୟ ଭାବେ ବାଇବଲ ଅନୁବାଦକୁ ପରିଚାଳନା କରିବା ଓ ସମସ୍ତ ପ୍ରଯତ୍ନ ସଂଯୋଗ କରିବା ନିତାନ୍ତ ଆବଶ୍ୟକ ନୁହେଁ କିନ୍ତୁ ଯେକେହି ଏହି ଅନୁବାଦ କାର୍ଯ୍ୟ କରୁଛନ୍ତି ମଣ୍ଡଳୀ ଓ ସଂସ୍ପର୍ଶ ଗୁଡିକ ସ୍ବୀକୃତି ପ୍ରଦାନ କରିବା ଆବଶ୍ୟକ ସେମାନେ ଏହି କାର୍ଯ୍ୟକୁ ଆରମ୍ଭ କରିବା ପୁର୍ବରୁ ।

ମଣ୍ଡଳୀ ସ୍ବୀକୃତି ଓ ଯାଞ୍ଚ କରିବା ସ୍ତର ଗୁଡିକ

ମଣ୍ଡଳୀ ସ୍ବିକୃତିର ଆବଶ୍ୟକତା ଅନୁବାଦ ଯାଞ୍ଚ ତାଲିକା ସ୍ତରରେ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଅଛି । ଏହାସୁଦ୍ଧା, ଯାଞ୍ଚ ସ୍ତରଟି ହେଉଛି ଏକ ବଡ ମାପକାଠି ଯେ ଅନୁବାଦକୁ ମଣ୍ଡଳୀ କେତେ ପରିମାଣରେ ସ୍ବୀକୃତି ପ୍ରଦାନ କରୁଛି ।

  • ପ୍ରଥମ ସ୍ତର ହେଉଛି ଯେ ମଣ୍ଡଳୀ ସ୍ବୀକୃତି ଅନୁବାଦ ଦଳକୁ ଅନୁବାଦକୁ ସ୍ବୀକୃତି ଦେଇଛନ୍ତି।
  • ଦ୍ଵିତୀୟ ସ୍ତରଟି ସ୍ଥାନୀୟ ମଣ୍ଡଳୀର ପାଳକ, ନେତା ମାନେ ଅନୁବାଦକୁ ସ୍ବୀକୃତି ଦେଉଛନ୍ତି ।
  • ତୃତୀୟ ସ୍ତରଟି ମଣ୍ଡଳୀ ସଂସ୍ପର୍ଶରେ ଆସିଥିବା ନେତାଗଣ ଅନୁବାଦକୁ ସ୍ବୀକୃତି ଦେଉଛନ୍ତି ।

ପ୍ରତ୍ୟେକ ସ୍ତରରେ, ଅନୁବାଦ ପରିଚାଳନା କରୁଥିବା ଲୋକମାନଙ୍କୁ ଅଂଶୀଦାର ଓ ମଣ୍ଡଳୀ ସଂସ୍ପର୍ଶ ଠାରୁ ମିଳିଥିବା ଉପଦେଶ ଗୁଡିକ ଉତ୍ସାହିତ କରିବା । ଏହି ପ୍ରଣାଳୀ ବ୍ୟବହାର ଦ୍ବାରା, ଆମ୍ଭେମାନେ ମଣ୍ଡଳୀ ଗୁଡିକର ସଂସ୍ପର୍ଶରେ ଆସିଥିବା ସମସ୍ତମଣ୍ଡଳୀ ଗୁଡିକୁ ଅନୁବାଦର ସ୍ବାମୀତ୍ଵ ନେବା ନିମନ୍ତେ ଆଶା କରୁ । ଏହି ସ୍ବୀକୃତି ପ୍ରାପ୍ତିରେ, କୌଣସି ବିଷୟ ଅନୁବାଦ କରିବା ମଣ୍ଡଳୀ ଉତ୍ସାହିତ ଓ ସକ୍ଷମ ହେବାରେ ପ୍ରତିରୋଧ କରିପାରିବ ନାହିଁ ।