or_tw/bible/names/silas.md

4.6 KiB
Raw Permalink Blame History

ସିଲ୍ୱା, ସିଲ୍ୱାନ

ତଥ୍ୟବଳୀ:

ଯିରୂଶାଲମର ବିଶ୍ଵାସୀମାନଙ୍କ ମଧ୍ୟରେ ସିଲ୍ୱା ଜଣେ ପ୍ରଧାନ ଥିଲେ।

  • ଯିରୂଶାଲମ ମଣ୍ଡଳୀର ପ୍ରାଚୀନମାନେ ସିଲ୍ୱାଙ୍କୁ ପାଉଲ ଏବଂ ବର୍ଣ୍ଣବ୍ବାଙ୍କ ସହ ଆନ୍ତିୟଖିଆକୁ ଏକ ପତ୍ର ନେବାକୁ ନିଯୁକ୍ତ କରିଥିଲେ।
  • ସିଲ୍ୱା ପରେ ପାଉଲଙ୍କ ସହ ଅନ୍ୟ ସହରକୁ ଯାତ୍ରା କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇଥିଲେ।
  • ପାଉଲ ଏବଂ ସିଲ୍ୱାଙ୍କୁ ଫିଲିପ୍ପି ସହରରେ କାରାଗାରରେ ରଖାଯାଇଥିଲା। ସେମାନେ ସେଠାରେ ଥିବାବେଳେ ଈଶ୍ଵରଙ୍କୁ ପ୍ରଶଂସା ଗାନ କରିଥିଲେ ଏବଂ ଈଶ୍ଵର ସେମାନଙ୍କୁ କାରାଗାରରୁ ମୁକ୍ତ କରିଥିଲେ। ସେମାନଙ୍କ ସାକ୍ଷ୍ୟର ଫଳ ସ୍ୱରୂପ କାରାଗାର ରକ୍ଷକ ଖ୍ରୀଷ୍ଟିଆନ ହୋଇଥିଲେ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଆନ୍ତିୟଖିଆକୁ, ବର୍ଣ୍ଣବ୍ବା, ଯିରୂଶାଲମ, ପାଉଲ, ଫିଲିପ୍ପି, ବନ୍ଦୀ, ସାକ୍ଷ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀଗୁଡ଼ିକରୁ ଉଦାହରଣଗୁଡ଼ିକ:

  • ୪୭:୧ ଦିନେ, ପାଉଲ ଏବଂ ତାଙ୍କ ବନ୍ଧୁ ସିଲ୍ୱା ଫିଲିପ୍ପି ସହରକୁ ଯାଇ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କଲେ।
  • ୪୭: ସେ (ଲିଦିଆ) ପାଉଲ ଏବଂ ସିଲ୍ୱାଙ୍କୁ ତାଙ୍କ ଘରେ ରହିବାକୁ ନିମନ୍ତ୍ରଣ କଲେ, ତେଣୁ ସେମାନେ ଏବଂ ତାଙ୍କ ପରିବାର ସହ ରହିଲେ।
  • ୪୭:୩ ପାଉଲ ଏବଂ ସିଲ୍ୱା ପ୍ରାର୍ଥନା ସମୟରେ ଲୋକମାନଙ୍କ ସହ ପ୍ରାୟ ସାକ୍ଷାତ କରୁଥିଲେ।
  • ୪୭:୭ ତେଣୁ ଦାସୀର ମାଲିକମାନେ ପାଉଲ ଏବଂ ସିଲ୍ୱାଙ୍କୁ ରୋମୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ନେଲେ, ଯେଉଁମାନେ ସେମାନଙ୍କୁ ମାଡ଼ ମାରି କାରାଗାରରେ ରଖିଲେ।
  • ୪୭:୮ ସେମାନେ ପାଉଲ ଏବଂ ସିଲ୍ୱାଙ୍କୁ କାରାଗାରର ସବୁଠାରୁ ସୁରକ୍ଷିତ ସ୍ଥାନରେ ରଖିଲେ ଏବଂ ଏପରିକି ସେମାନଙ୍କ ପାଦକୁ ମଧ୍ୟ ବନ୍ଦ କରିଦେଲେ।
  • ୪୭:୧୧ କାରାରକ୍ଷକ ପାଉଲ ଓ ସିଲ୍ୱାଙ୍କ ନିକଟକୁ ଆସି ପଚାରିଲେ, “ପରିତ୍ରାଣ ପାଇବା ପାଇଁ ମୁଁ କ’ଣ କରିବି?”
  • ୪୭:୧୩ ପରଦିନ ସହରର ନେତାମାନେ ପାଉଲ ଏବଂ ସିଲ୍ୱାଙ୍କୁ କାରାଗାରରୁ ମୁକ୍ତ କରି ଫିଲିପ୍ପି ସହରକୁ ଛାଡିବାକୁ କହିଥିଲେ। ପାଉଲ ଏବଂ ସିଲ୍ୱା ଲିଦିଆ ଏବଂ ଅନ୍ୟ କିଛି ବନ୍ଧୁମାନଙ୍କୁ ଦେଖା କରି ସହର ଛାଡି ଚାଲିଗଲେ।

ଶବ୍ଦବିନ୍ୟାସ:

• Strongs: G46090, G46100