or_tw/bible/names/jerusalem.md

6.3 KiB
Raw Permalink Blame History

ଯିରୂଶାଲମ

ସତ୍ୟ ଘଟଣାବଳୀ:

ଯିରୂଶାଲମ ମୂଳତଃ କିଣାନର ଏକ ପୁରାତନ ସହର ଥିଲା  ଯାହା ପରେ ଇସ୍ରାଏଲର ଏକ ମହତ୍ଵପୂର୍ଣ୍ଣ ସହର ହେଲା I ଏହା ଲବଣ ସାଗରର ପ୍ରାୟ 34 କିଲୋମିଟର ପଶ୍ଚିମ ଏବଂ ବେଥଲିହିହମର ଉତ୍ତରରେ ଅବସ୍ଥିତ ଥିଲା | ଏହା ଆଜି ମଧ୍ୟ ଇସ୍ରାଏଲର ରାଜଧାନୀ ଅଟେ I

  • “ଯିରୂଶାଲମ” ନାମ ଯିହୋଶୂୟ ପୁସ୍ତକରେ ପ୍ରଥମେ ଉଲ୍ଲେଖ ଅଛି I ଏହି ନଗର ପାଇଁ ଅନ୍ୟ ପୁରାତନ ନିୟମ ନାମଗୁଡ଼ିକ ହେଉଛି “ଶାଲେମ” “ଯିବୂଷ ସହର” ଏବଂ “ସିୟୋନ” I ଉଭୟ “ଯିରୂଶାଲମ” ଏବଂ “ଶାଲେମ” ର ମୂଳ ଅର୍ଥ ହେଉଛି “ଶାନ୍ତି” I
  • ମୂଳତଃ ଯିରୂଶାଲମ ଏକ ଯିବୂଷୀୟ ଦୁର୍ଗ ଯାହାକୁ ସିୟୋନ କୁହା ଯାଉଥିଲା ଯାହାକୁ ଦାଉଦ ରାଜା ଅଧିକାର କରି ରାଜଧାନୀ କଲେ I
  • ଏହା ଯିରୂଶାଲମରେ ଥିଲା ଯାହା ଦାଉଦର ପୁତ୍ର ଶଲୋମନ ପ୍ରଥମ ମନ୍ଦିର ଯିରୂଶାଲମ ମୋରିଆ ପର୍ବତରେ ‌ନିର୍ମାଣ କଲେ ଏହା ସେହି ପର୍ବତ ଅଟେ ଯେଉଁଠାରେ ଅବ୍ରହାମ ନିଜ ପୁତ୍ର ଇସହାକକୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାକୁ ଯାଇଥିଲେ I କଲ୍‍ଦୀୟମାନେ ମନ୍ଦିର ଧ୍ୱଂଶ କଲାପରେ ସେଠାରେ ପୁନଃସ୍ଥାପନ କରାଗଲା I
  • କାରଣ ମନ୍ଦିର ଯିରୂଶାଲମରେ ଥିଲା ତେଣୁ ଅନେକ ପର୍ବ ସେହିସ୍ଥାନରେ ପାଳନ କରାଯାଉଥିଲା I
  • ଲୋକମାନେ ସାଧାରଣ ଭାବେ ଯିରୂଶାଲମ ଉପରକୁ ଯାଆନ୍ତି ବୋଲୁ କହୁଥିଲେ କାରଣ ଏହା ପର୍ବତ ଉପରେ ଅବସ୍ଥିତ ଥିଲା I

(ବାବିଲଖ୍ରୀଷ୍ଟଦାଉଦଯିବୂଷଯୀଶୁଶଲୋମନମନ୍ଦିରସିୟୋନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 17:5 ଯିରୂଶାଲମ ଦାଉଦ ରାଜା ଅଧିକାର କଲେ ଓ ତାହାଙ୍କ ରାଜଧାନୀ କଲେ I
  • 18:2 ଯିରୂଶାଲମରେ ଶଲୋମନ ମନ୍ଦିର ନିର୍ମାଣ କଲେ ଯାହା ନିମନ୍ତେ ତାର ପିତା ଦାଉଦ ଯୋଜନା କରିଥିଲେ ଓ ସମସ୍ତ ଆବଶ୍ୟକ ପଦାର୍ଥ ଏକତ୍ରିତ କରିଥିଲେ I
  • 20:7 ସେମାନେ(ବାବିଲୋନୀୟ) ଯିରୂଶାଲମ ସହର ଅଧିକାରରେ ନେଲେ, ମନ୍ଦିରକୁ ଧ୍ୱଂଶ କଲେ ଓ ସହରର ଓ ମନ୍ଦିରର ସମସ୍ତ ସମ୍ପତି ନେଇଗଲେ I
  • 20:12 ତେଣୁ, ସତୁରୀ ବର୍ଷ ବନ୍ଧନରେ ରହିଲା ପରେ, ଯିହୁଦୀ ଲୋକର ଏକ ଛୋଟ ସମୁହ ଯିହୂଦାର ଯିରୂଶାଲମ ସହରକୁ ଫେରି ଆସିଲେ I
  • 38:1 ତିନି ବର୍ଷଯାଏ ଯୀଶୁ ସର୍ବସାଧାରଣରେ ପ୍ରଚାର ଓ ଶିକ୍ଷା ଦେଲା ପରେ, ସେ ତାର ଶିଷ୍ୟମାନଙ୍କୁ କହିଲେ ଯେ ସେ ନିସ୍ଥାର ପର୍ବ ଯିରୂଶାଲମରେ ପାଳନ କରିବେ ଓ ତାହାଙ୍କୁ ସେହି ସ୍ଥାନରେ ବଧ କରାଯିବ I
  • 38:2 ଯୀଶୁ ଓ ତାହାଙ୍କ ଶିଷ୍ୟ ଯିରୂଶାଲମକୁ ଆସିବାପରେ, ଯିହୂଦା  ଯିହୁଦୀନେତାମାନଙ୍କ ପାଖକୁ ଯାଇ କହିଲା ଯେ ସେ ଅର୍ଥ ବଦଳରେ ଯୀଶୁଙ୍କ ସହିତ ବିଶ୍ୱାସଘାତ କରିପାରେ I
  • 42:8 “ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଇଛି ଯେ ମୋହର ଶିଷ୍ୟମାନେ ଘୋଷଣା କରିବେ ଯେ ସେମାନଙ୍କର ପାପ କ୍ଷମା ପାଇବା ପାଇଁ ସମସ୍ତେ ଅନୁତାପ କରିବା ଉଚିତ୍। ସେମାନେ ଯିରୂଶାଲମରୁ ଏହା ଆରମ୍ଭ କରିବେ ଏବଂ ପରେ ସବୁ ଜାଗାରେ ସମସ୍ତ ଲୋକମାନଙ୍କ ଗୋଷ୍ଠୀକୁ ଯିବେ।”
  • 42:11 ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର ଚାଳିଶ ଦିନ ପରେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେଉଁ ପର୍ଯ୍ୟନ୍ତ ପବିତ୍ରଆତ୍ମା ତୁମ୍ଭ ଉପରେ ଆସି ନାହିଁ ସେପର୍ଯ୍ୟନ୍ତ ଯିରୂଶାଲମରେ ରୁହ।”

ଶବ୍ଦବିନ୍ୟାସ:

  • Strongs: H3389, H3390, G24140, G24150, G24190