or_tw/bible/names/samaria.md

5.0 KiB
Raw Permalink Blame History

ଶମରୀୟା, ଶମରୀୟ

ସତ୍ୟ ଘଟଣାବଳୀ:

ଶମରୀୟା ଇସ୍ରାଏଲର ଉତ୍ତର ଭାଗର ଏବଂ ଏହାର ଆଖପାଖ ଅଞ୍ଚଳର ଏକ ସହରର ନାମ ଥିଲା । ଏହି ଅଞ୍ଚଳ ଏହାର ପଶ୍ଚିମରେ ଶାରୋଣର ସମସ୍ତ ତଳିଭୂମିଏବଂ ପୂର୍ବରେ ଜର୍ଦ୍ଦନ ନଦୀ ମଧ୍ୟରେ ଅବସ୍ଥିତ ଥିଲା ।

  • ପୁରାତନ ନିୟମରେ, ଶମରୀୟା ଇସ୍ରାଏଲ ଉତ୍ତର ରାଜ୍ୟର ରାଜଧାନୀ ଥିଲା ପରବର୍ତ୍ତୀ ସମୟରେ ଏହାର ଚତୁପାର୍ଶ୍ୱ ଅଞ୍ଚଳଗୁଡ଼ିକୁ ମଧ୍ୟ ଶମରୀୟା କୁହାଗଲା।
  • ଯେତେବେଳେ ଅଶୂରୀୟମାନେ ଇସ୍ରାଏଲର ଉତ୍ତର ରାଜ୍ୟକୁ ଅଧିକାର କଲେ, ସେମାନେ ଶମରୀୟା ସହରକୁ ମଧ୍ୟ ଅଧିକାର କଲେ ଓ ଉତ୍ତର ଇସ୍ରାଏଲ ଲୋକମାନଙ୍କୁ ବଳ ପୂର୍ବକ ସେହି ଅଞ୍ଚଳରୁ ବିତାଡିତ କରି ଅଶୂରୀୟମାନଙ୍କ ଭିନ୍ନ ସହରକୁ ପଠାଇଦେଲେ ।
  • ଶମରୀୟା ଅଞ୍ଚଳକୁ ଅଶୂରୀୟମାନେ ବିଦେଶୀମାନଙ୍କୁ ଆଣିଲେ ଓ ବିତାଡିତ ଇସ୍ରାଏଲ ଲୋକମାନଙ୍କ ସ୍ଥାନରେ ସେମାନଙ୍କୁ ଥଇଥାନ କଲେ ।
  • କେତେକ ଇସ୍ରାଏଲୀୟମାନେ ସେହି ଅଞ୍ଚଳରେ ରହିଲେ, ସେମାନେ ବାହାରୁ ଥଇଥାନ ହୋଇଥିବା ବିଦେଶିମାନଙ୍କୁ ବିବାହ କଲେ ଏବଂ ସେମାନଙ୍କର ସନ୍ତାନମାନେ ଶମରୀୟ କୁହାଗଲେ।
  • ଯିହୁଦୀମାନେ ଶମରୀୟମାନଙ୍କୁ ଅବହେଳିତ କରୁଥିଲେ କାରଣ ସେମାନେ ଅର୍ଦ୍ଧଯିହୁଦୀ ଥିଲେ ଓ ସେମାନଙ୍କର ପୂର୍ବ ପୁରୁଷମାନେ ମିଥ୍ୟା ଦେବାଦେବୀମାନଙ୍କର ଉପାସକ ଥିଲେ ।
  • ନୂତନ ନିୟମ ସମୟରେ, ଶମରୀୟା ଅଞ୍ଚଳ ଗାଲିଲୀର ଉତ୍ତର ସୀମା ଆଡକୁ ଏବଂ ଏହାର ଉତ୍ତରକୁ ଯିହୂଦା  ପ୍ରଦେଶକୁ ବିକାଶ ହୋଇଥିଲା ।

(ଅଶୂରୀୟଗାଲିଲୀଯିହୂଦାଶାରୋଣଇସ୍ରାଏଲ ରାଜ୍ୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ   କାହାଣୀରୁ ଉଦାହରଣଗୁଡ଼ିକ:

  • 20:4 ତା’ପରେ ଅଶୂରର ରାଜା ବିଦେଶୀୟ ଲୋକମାନଙ୍କୁ ଆଣି ଇସ୍ରାଏଲ ସନ୍ତାନ ବଦଳେ ରଖିଲେ ବିଦେଶୀୟମାନେ ଧ୍ୱଂସ ହୋଇଥିବା ସହରକୁ ପୁନଃନିର୍ମାଣ କଲେ ଏବଂ ଯେଉଁ ଇସ୍ରାଏଲୀୟମାନେ ସେହିଠାରେ ରହିଯାଇଥିଲେ ସେମାନଙ୍କୁ ବିବାହ କଲେ, ଇସ୍ରାଏଲ ସନ୍ତାନଗଣ ଯେଉଁ ବିଦେଶିମାନଙ୍କୁ ବିବାହ କଲେ ସେମାନଙ୍କୁ ଶମରୀୟ ବୋଲି ନାମିତ ହେଲେ ।
  • 27:8 କିନ୍ତୁ ଜଣେ ଶମରୀୟ ପଥିକ ସେହି ବାଟ ଦେଇ ଗଲେ । ଶମରୀୟ ଯିହୁଦୀମାନଙ୍କର ସନ୍ତାନ ଯେଉଁମାନେ ବିଦେଶିନୀମାନଙ୍କୁ ବିବାହ କରିଥିଲ । ଶମରୀୟ ଏବଂ ଯିହୁଦୀମାନେ ପରସ୍ପରକୁ ଘୃଣା କରନ୍ତି ।
  • 27:9  ”ଆଉ ଶମରୀୟ ସେହି ଲୋକକୁ ଆପଣା ବାହାନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନି ଯାଇ ତାହାର ସେବା କଲେ।“
  • 45:7 ସେ (ଫିଲିପ୍ପ) ଶମରୀୟାକୁ ଗଲେ ଯେଉଁଠି ସେ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଓ ଅନେକ ଲୋକ ପରିତ୍ରାଣ ପାଇଲେ ।

ଶବ୍ଦବିନ୍ୟାସ:

  • Strongs: H8111, H8115, H8118, G45400, G45410, G45420