or_tw/bible/names/mary.md

7.0 KiB
Raw Permalink Blame History

ଯୀଶୁଙ୍କ ମାତା ମରୀୟମ

ସତ୍ୟ ଘଟଣାବଳୀ:

ମରୀୟମ ନାଜରିତରେ ରହୁଥିବା ଜଣେ ଯୁବତୀ ଥିଲେ, ଯିଏ ଯୋଷେଫ ନାମକ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ I ଈଶ୍ଵର ମରୀୟମଙ୍କୁ ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ମାତା ହେବାକୁ ମନୋନୀତ କଲେ I

  • ପବିତ୍ର ଆତ୍ମା ଆଶ୍ଚର୍ଯ୍ୟଜନକ ଭାବରେ ମରୀୟମଙ୍କୁ କୁମାରୀ ଥିବାବେଳେ ଗର୍ଭବତୀ କରାଇଲେ I
  • ସ୍ୱର୍ଗଦୂତ ମରୀୟମକୁ କହିଲେ ଯେ ଯେଉଁ ପୁତ୍ର ତାହାଙ୍କ ଗର୍ଭରୁ ଜାତ ହେବ ସେ ଈଶ୍ଵରଙ୍କର ପୁତ୍ର ଅଟେ, ସେ ତାହାର ନାମ ଯୀଶୁ ଦେବ I
  • ମରୀୟମ ଈଶ୍ଵରଙ୍କୁ ପ୍ରେମ କରୁଥିଲେ ଓ ଈଶ୍ଵର  ତାହା ପ୍ରତି ଅନୁଗ୍ରହ କରିଥିବାରୁ ଈଶ୍ଵରଙ୍କର ପ୍ରଶଂସା କରୁଥିଲେ I
  • ଯୋଷେଫ ମରୀୟମକୁ ବିବାହ କଲେ କିନ୍ତୁ ସେ ତାହାର ପ୍ରଥମ ଜାତ ସନ୍ତାନ ଜନ୍ମ ନେବାଯାଏ କୁମାରୀ ରହିଲେ I
  • ମରୀୟମ ମେଷପାଳକ ଏବଂ ଜ୍ଞାନୀ ଲୋକମାନେ ଶିଶୁ ଯୀଶୁଙ୍କ ବିଷୟରେ କହିଥିବା ଆଶ୍ଚର୍ଯ୍ୟଜନକ ବିଷୟଗୁଡ଼ିକ ବିଷୟରେ ଗଭୀର ଭାବରେ ଚିନ୍ତା କଲେ I
  • ମରୀୟମ ଓ ଯୋଷେଫ ଶିଶୁ ଯୀଶୁକୁ ଅର୍ପଣ କରିବା ନିମନ୍ତେ ମନ୍ଦିରକୁ ନେଲେ I ତା’ପରେ ସେମାନେ ତାହାକୁ ମିସରକୁ ନେଇ ପଳାୟନ କଲେ କାରଣ ରାଜା ହେରୋଦ ଶିଶୁ ଯୀଶୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିଲା I ଶେଷରେ ସେମାନେ ନାଜରିତକୁ ଫେରିଗଲେ I
  • ଯେତେବେଳେ ଯୀଶୁ ବୟସରେ ବଡ଼ ହେଲେ କାନା ନଗର ବିବାହରେ ଜଳକୁ ଦ୍ରକ୍ଷାରସ କଲେ ସେତେବେଳେ ମରୀୟମ ତାହାଙ୍କ ସହିତ ଥିଲେ I
  • ସୁସମାଚାର ମଧ୍ୟ ଏହା ବର୍ଣ୍ଣନା କରେ ଯେ ଯୀଶୁଙ୍କର ଯେତେବେଳେ ମୃତ୍ୟୁହେଲା ମରୀୟମ ସେଠାରେ ଥିଲେ I ଯୀଶୁ ଆପଣା ଶିଷ୍ୟମାନଙ୍କୁ ତାହାଙ୍କର ମାତାର ଯତ୍ନନେବାକୁ କହିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(କାନାମିସରମହାନ ରାଜା ହେରୋଦଯୀଶୁଯୋଷେଫଈଶ୍ଵରଙ୍କ ପୁତ୍ରକୁମାରୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 22:4 ଯେତେବେଳେ ଏଲୀଶାବେଥ ଛଅ ମାସର ଗର୍ଭବତୀ ଥିଲେ, ସେହି ସ୍ୱର୍ଗଦୂତ ଏଲୀଶାବେଥଙ୍କ ସମ୍ପର୍କୀୟଙ୍କୁ ଦେଖାକଲେ, ଯାହାର ନାମ ମରୀୟମ I ସେ କୁମାରୀ ଥିଲେ ଏବଂ ଯୋଷେଫ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ସ୍ଥିର ହୋଇଥିଲେ I ସ୍ୱର୍ଗଦୂତ କହିଲେ, “ତୁମେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତୁମ୍ଭେ ତାଙ୍କୁ ଯୀଶୁ ନାମ ଦେବେ ଏବଂ ସେ ଖ୍ରୀଷ୍ଟ ହେବେ।”
  • 22:5 ସ୍ୱର୍ଗଦୂତ କହିଲେ, “ପବିତ୍ରଆତ୍ମା ତୁମ୍ଭ ନିକଟକୁ ଆସିବେ ଏବଂ ଈଶ୍ଵରଙ୍କ ଶକ୍ତି ତୁମ୍ଭକୁ ଛାୟା କରିବ I ତେଣୁ ଶିଶୁଟି ପବିତ୍ର ଈଶ୍ୱରଙ୍କ ପୁତ୍ର ହେବ। ” ଦୂତ ଯାହା କହିଲେ ତାହା ମରୀୟମ ବିଶ୍ୱାସ କଲେ ଏବଂ ଗ୍ରହଣ କଲେ I
  • 22:6 ଦୂତ ମରୀୟମଙ୍କ ସହ କଥା ହେବାର କିଛି ସମୟ ପରେ ସେ ଯାଇ ଏଲୀଶାବେଥଙ୍କୁ ଦେଖାକଲେ I ଏଲୀଶାବେଥ ମରୀୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଶିଶୁ ତା’ଭିତରେ ଡେଇଁ ପଡିଲା I
  • 23:2 ସ୍ୱର୍ଗଦୂତ କହିଲେ, “ଯୋଷେଫ, ମରିୟମଙ୍କୁ ତୁମ୍ଭର ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ଭୟ କର ନାହିଁ। ତାଙ୍କ ଗର୍ଭରେ ଥିବା ଶିଶୁ ପବିତ୍ରଆତ୍ମାଙ୍କଠାରୁ ଅଟେ ।”
  • 23:4 ଯୋଷେଫ ଏବଂ ମରୀୟମଙ୍କୁ ନାଜରିତରେ ରହୁଥିବା ସ୍ଥାନରୁ ବେଥଲିହିମ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା କରିବାକୁ ପଡିଲା କାରଣ ସେମାନଙ୍କର ପୂର୍ବଜ ଦାଉଦ ଥିଲେ ଯାହାର ନଗର ବେଥଲିହିମ ଥିଲା I
  • 49:1 ଜଣେ ସ୍ୱର୍ଗଦୂତ ମରିୟମ ନାମକ ଏକ କୁମାରୀଙ୍କୁ କହିଲେ ଯେ ସେ ଈଶ୍ଵରଙ୍କ ପୁତ୍ରକୁ ଜନ୍ମ ଦେବେ I ତେଣୁ ସେ କୁମାରୀ ଥିବାବେଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ ଏବଂ ଯୀଶୁ ନାମ ରଖିଲେ I

ଶବ୍ଦବିନ୍ୟାସ:

  • Strongs: G31370