or_tw/bible/names/egypt.md

4.1 KiB
Raw Permalink Blame History

ମିସର, ମିସରୀୟ

ତଥ୍ୟବଳୀ:

ମିସର ଆଫ୍ରିକାର ଉତ୍ତର-ପୂର୍ବ ଭାଗରେ, କିଣାନ ଦେଶର ଦକ୍ଷିଣ-ପଶ୍ଚିମ ଦିଗର ଏକ ଦେଶ ଅଟେ । ଜଣେ ମିସରୀୟ ମିସର ଦେଶରୁ ଆସିଥିବା ଜଣେ ବ୍ୟକ୍ତି ଅଟେ ।

  • ପ୍ରାଚୀନ କାଳରେ, ମିସର ଏକ ଶକ୍ତିଶାଳୀ ଏବଂ ଧନୀ ଦେଶ ଥିଲା ।
  • ପ୍ରାଚୀନ ମିସରକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା, ନୀଚତର ମିସର (ଉତ୍ତର ଭାଗ ଯେଉଁଠାରୁ ନୀଳ ନଦୀ ସମୁଦ୍ରକୁ ପ୍ରବାହିତ ହେଉଥିଲା) ଏବଂ ଉପର ମିସର (ଦକ୍ଷିଣ ଭାଗ) । ପୁରାତନ ନିୟମରେ, ଏହି କ୍ଷେତ୍ରକୁ ମୂଳ ଭାଷା ପାଠ୍ୟରେ

“ମିସର” ଏବଂ “ପାଥ୍ରୋସ୍” ବୋଲି ଉଲ୍ଲେଖ କରାଯାଇଛି ।

  • ଅନେକ ଥର ଯେବେ କିଣାନରେ ଖାଦ୍ୟର ଅଭାବ ଥିଲା, ଇସ୍ରାଏଲର ପିତୃପୁରୁଷମାନେ ସେମାନଙ୍କ ପରିବାର ପାଇଁ ଖାଦ୍ୟ କିଣିବା ପାଇଁ ମିସରକୁ ଯାତ୍ରା କରିଥିଲେ ।
  • ଶହେ ବର୍ଷ ଧରି ଇସ୍ରାଏଲୀୟମାନେ ମିସରର ଦାସ ଥିଲେ।
  • ଯୋଷେଫ ଏବଂ ମରୀୟମ  ହେରୋଦଙ୍କଠାରୁ ଶିଶୁ ଯୀଶୁଙ୍କ ରକ୍ଷା କରିବାକୁ ମିସରକୁ ଯାତ୍ରା କରିଥିଲେ।

(ଅନୁବାଦ କରିବା ନିମନ୍ତେ ପ୍ରସ୍ତାବଗୁଡ଼ିକ:ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ:ମହାନ ହେରୋଦ, ଯୋଷେଫ (NT), ନୀଳ ନଦୀ, ପିତୃପୁରୁଷ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:4 ବ୍ୟବସାୟୀମାନେ ଯୋଷେଫଙ୍କୁ ମିସରକୁ ନେଇଗଲେ। ମିସର ନୀଳ ନଦୀ କୂଳରେ ଅବସ୍ଥିତ ଏକ ବୃହତ୍, ଶକ୍ତିଶାଳୀ ଦେଶ ଥିଲା ।
  • 8:8 ଫାରୋ ଯୋଷେଫଙ୍କ ଉପରେ ଏତେ ପ୍ରଭାବିତ ହେଲେ ଯେ ସେ ତାଙ୍କୁ

ସମଗ୍ର ମିସରର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଭାବରେ ନିଯୁକ୍ତ କଲେ!

  • 8:11  ତେଣୁ ଯାକୁବ ତାଙ୍କର ବଡ଼ ପୁଅମାନଙ୍କୁ ଖାଦ୍ୟ କିଣିବା ପାଇଁ ମିସର କୁ ପଠାଇଲେ ।
  • 8:14 ଯାକୁବ ଜଣେ ବୃଦ୍ଧ ଥିଲେ ମଧ୍ୟ ସେ ତାଙ୍କର ସମସ୍ତ ପରିବାର ସହ ମିସରକୁ ଚାଲିଗଲେ ଏବଂ ସମସ୍ତେ ସେଠାରେ ବାସ କଲେ ।
  • 9:1 ଯୋଷେଫଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପର୍କୀୟ ମିସରରେ ରହିଲେ ।

ଶବ୍ଦବିନ୍ୟାସ:

  • Strongs: H4713, H4714, G01240, G01250