or_tw/bible/names/herodthegreat.md

3.0 KiB
Raw Permalink Blame History

ହେରୋଦ, ମହାନ ହେରୋଦ

ସତ୍ୟ ଘଟଣାବଳୀ:

ଯୀଶୁ ଯେତେବେଳେ ଜନ୍ମ ହେଲେ ମହାନ ହେରୋଦ ଯିହୂଦାରେ ଶାସନ କରୁଥିଲେ I ଅନେକଙ୍କ ମଧ୍ୟରେ ସେ ପ୍ରଥମ ଇଦୋମୀୟ ଶାସକ ଥିଲେ ଯାହାର ନାମ ହେରୋଦ ଥିଲା ଯିଏ ରୋମୀୟ ସାମ୍ରାଜ୍ୟରେ କେତେକ ଅଞ୍ଚଳରେ ଶାସନ କରୁଥିଲେ I

  • ତାହାର ପୂର୍ବ ପୁରୁଷମାନେ ଯିହୁଦୀ ଧର୍ମରେ ପରିବର୍ତ୍ତିତ ହେଲେ ଓ ସେ ଜଣେ ଯିହୁଦୀ ପରି ପ୍ରତିପାଳିତ କରାଗଲେ I
  • କାଇସର ଅଗଷ୍ଟ ତାହାଙ୍କୁ “ରାଜା ହେରୋଦ” ନାମରେ ନାମିତ କଲେ ଯଦିଓ ସେ ରାଜା ନଥିଲେ I ସେ ଯିହୂଦାରେ ପ୍ରାୟ 33 ବର୍ଷ ଶାସନ କଲେ I
  • ମହାନ ହେରୋଦ ବଡ଼ବଡ଼ ଅଟାଳିକା ନିମନ୍ତେ ପ୍ରସିଦ୍ଧ ଥିଲେ, ସେ ଯୁହୁଦୀ ଲୋକମାନଙ୍କ ଯିରୂଶାଲମରେ ମନ୍ଦିର ନିର୍ମାଣ ଓ ପ୍ରତିନିର୍ମାଣ କରିବାକୁ ଆଜ୍ଞା ଦେଇଥିଲେ I
  • ମହାନ ହେରୋଦ ନିଷ୍ଠୁର ଥିଲେ, ବହୁତ ଲୋକମାନଙ୍କ ହତ୍ୟାକାରୀ ଥିଲେ I ଯେତେବେଳେ ସେ ଶୁଣିଲେ ଯେ ଯିହୁଦୀମାନଙ୍କ ରାଜା ବେଥଲିହିମରେ ଜନ୍ମହେଲେ, ସେ ସେହି ସହରର ସମସ୍ତ ଶିଶୁକୁ ହତ୍ୟା କରି ଦେଇଥିଲେ I
  • ତାହାର ପୁତ୍ର ହେରୋଦ ଆନ୍ତିପା ଓ ହେରୋଦ ଫିଲିପ ଓ ତାହାଙ୍କ ନାତି ଆଗ୍ରିପ୍ପା ମଧ୍ୟ ରୋମୀୟ ଶାସକ ଥିଲେ I ତାହାର ନାତି ହେରୋଦ ଆଗ୍ରିପ୍ପା 2 (ରାଜା ଆଗ୍ରିପ୍ପା) ଯିହୂଦାର ସମସ୍ତ ପ୍ରଦେଶରେ ଶାସନ କରୁଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ହେରୋଦ ଆନ୍ତିପାଯିହୁଦୀୟରାଜାମନ୍ଦିର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G22640