or_tw/bible/names/josephnt.md

5.5 KiB
Raw Permalink Blame History

ଯୋଷେଫ (NT)

ସତ୍ୟ ଘଟଣାବଳୀ:

ଯୋଷେଫ ଯୀଶୁଙ୍କର ଜାଗତିକ ପିତା ଥିଲେ ଓ ତାହାଙ୍କୁ ନିଜ ସନ୍ତାନ ପରି ପାଳନପୋଷଣ କରିଥିଲେ I ସେ ଜଣେ ଧାର୍ମିକ ବ୍ୟକ୍ତିଥିଲେ ଯିଏ ଏକ ବଢ଼ାଇ ରୂପରେ କାମ କରୁଥିଲେ I

  • ଯୋଷେଫ ଏକ ଯିହୁଦୀ କନ୍ୟା ମରୀୟମ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଯେତେବେଳେ ସେମାନେ ଆବଦ୍ଧ ଥିଲେ ଈଶ୍ଵର ମରୀୟମଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମାତା ହେବାକୁ ମନୋନୀତ କଲେ I
  • ଜଣେ ସ୍ୱର୍ଗଦୂତ ଯୋଷେଫକୁ କହିଲେ ଯେ ମରୀୟମକୁ ପବିତ୍ର ଆତ୍ମା ଶକ୍ତିରେ ଗର୍ଭଧାରଣ କରିବେ ଓ ମରୀୟମର ଶିଶୁ ଈଶ୍ଵରଙ୍କ ପୁତ୍ର ହେବେ I
  • ଯୀଶୁ ଜନ୍ମ ହେଲା ପରେ, ଏକ ସ୍ୱର୍ଗଦୂତ ଯୋଷେଫକୁ ସାବଧାନ କରାଇଲେ, ସେ ମରୀୟମ ଓ ଶିଶୁକୁ ନେଇ ହେରୋଦଠାରୁ ରକ୍ଷା ପାଇବା ନିମନ୍ତେ ମିସରକୁ ପଳାଇଲେ I
  • ପରେ ଯୋଷେଫ ଓ ତାର ପରିବାର ଗାଲିଲୀର ନାଜରିତ ସହରରେ ବାସ କଲେ ଯେଉଁଠାରେ ସେ ବଢ଼ାଇ କାମ କରି ନିଜର ଜୀବିକା ଅର୍ଜନ କଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଖ୍ରୀଷ୍ଟଗାଲିଲୀଯୀଶୁନାଜରିତଈଶ୍ଵରଙ୍କ ପୁତ୍ରକୁଆଁରୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 22:4 ସେ (ମରୀୟମ) କୁଆଁରୀ ଥିଲେ ବିବାହ ନିମନ୍ତେ ଯୋଷେଫ ନାମକ ଏକ ବ୍ୟକ୍ତି ସହ ତାହାଙ୍କର ନିର୍ବନ୍ଧ ହୋଇଥିଲା I
  • 23:1 ଯୋଷେଫ ଯାହାର ନିର୍ବନ୍ଧ ହୋଇଥିଲା ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲା I ସେ ଯେତେବେଳେ ଶୁଣିଲା ଯେ ମରୀୟମ ଗର୍ଭବତୀ ଅଛି, ସେ ଜାଣିଲେ ଯେ ଏହା ତାହାଙ୍କର ଶିଶୁ ନୁହେଁ I ସେ ତାହାକୁ ଲଜ୍ଜିତ କରିବାକୁ ଚାହୁଁ ନଥିଲେ, ତେଣୁ ସେ ଗୁପ୍ତ ଭାବରେ ତ୍ୟାଗ କରିବାକୁ ବିଚାର କଲେ I
  • 23:2 ସ୍ୱର୍ଗଦୂତ କହିଲେ, “ଯୋଷେଫ, ମରୀୟମକୁ ନିଜର ପତ୍ନୀ ରୂପରେ ଗ୍ରହଣ କରିବାକୁ ଭୟକର ନାହିଁ I ଯେଉଁ ଶିଶୁ ତାହାର ଶରୀରରେ ଅଛି ତାହା ପବିତ୍ର ଆତ୍ମା ଦ୍ୱାରା ହୋଇଅଛି I ସେ ଏକ ପୁତ୍ର ସନ୍ତାନ ଜାତ କରିବ I ତାହାର ନାମ ଯୀଶୁ ହେବ (ଯାହାର ଅର୍ଥ “ଯିହୋବା ଉଦ୍ଧାର କରନ୍ତି”) କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ I”
  • 23:3 ତେଣୁ ମରୀୟମ ସହ ବିବାହ କଲେ ଓ ତାହାକୁ ନିଜର ପତ୍ନୀରୂପେ ନିଜ ଗୃହକୁ ନେଲେ କିନ୍ତୁ ସେ ପର୍ଯ୍ୟନ୍ତ ଶିଶୁକୁ ଜନ୍ମ ଦେଲେ ନାହିଁ ସେ ତାହା ସହବାସ କଲେ ନାହିଁ I
  • 23:4 ଯୋଷେଫ ଓ ମରୀୟମକୁ ନାଜରିତରେ ରହୁଥିବା ସ୍ଥାନରୁ ବେଥଲିହିହମ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା କରିବାକୁ ପଡିଲା କାରଣ ସେମାନଙ୍କର ପୂର୍ବଜ ଦାଉଦ ଥିଲେ ଯାହାର ନଗର ବେଥଲିହିହମ ଥିଲା I
  • 26:4 ଯୀଶୁ କହିଲେ, “ମୁଁ ତୁମ୍ଭକୁ ପାଠକରି ଶୁଣାଇଥିବା ବିଷୟ ବର୍ତ୍ତମାନ ଘଟୁଛି।” ସମସ୍ତଲୋକ ଆଶ୍ଚର୍ଯ୍ୟ ହେଲେ। "ଏ କ'ଣ ଯୋଷେଫଙ୍କ ପୁତ୍ର ନୁହେଁ?" ସେମାନେ କହିଲେ I

ଶବ୍ଦବିନ୍ୟାସ:

  • Strongs: G25010