or_tw/bible/names/nazareth.md

3.8 KiB
Raw Permalink Blame History

ନାଜରିତ, ନାଜରିତୀୟ

ସତ୍ୟ ଘଟଣାବଳୀ:

ନାଜରିତ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ଏକ ସହର ଅଟେ । ଏହା ଯିରୂଶାଲମର ଉତ୍ତରରେ ପ୍ରାୟ 100 କିଲୋମିଟର ଦୂରରେ ଅବସ୍ଥିତ ଏବଂ ସେଠାକୁ ପାଦରେ ଯାତ୍ରା କରିବାକୁ ପ୍ରାୟ ତିନିରୁ ପାଞ୍ଚ ଦିନ ଲାଗେ ।

  • ଯୋଷେଫ ଓ ମରୀୟମ ନାଜରିତ ବାସିନ୍ଦା ଥିଲେ ଏବଂ ସେଠାରେ ହିଁ ସେମାନେ ଯୀଶୁଙ୍କୁ ବଢ଼ାଇଥିଲେ ଏହି କାରଣରୁ ଯୀଶୁ “ନାଜରିତୀୟ” ଭାବେ ପରିଚିତ ଥିଲେ ।
  • ଅଧିକାଂଶ ନାଜରିତରେ ବାସ କରୁଥିବା ଯିହୁଦୀମାନେ ଯୀଶୁଙ୍କ ଶିକ୍ଷାକୁ ଅବମାନନା କରିଥିଲେ କାରଣ ସେମାନଙ୍କ ମଧ୍ୟରେ ହିଁ ଯୀଶୁ ବଢିଥିଲେ ଏବଂ ସେମାନେ ତାହାଙ୍କୁ  ଜଣେ ସାଧାରଣ ମନୁଷ୍ୟ ବୋଲି ବିଚାର କରୁଥିଲେ ।
  • ଥରେ, ନାଜରିତର ସମାଜଗୃହରେ ଯୀଶୁ ଶିକ୍ଷା ଦେଉଥିଲେ, ଯିହୁଦୀମାନେ ତାହାଙ୍କୁ  ବଧ କରିବା ପାଇଁ ଚେଷ୍ଟା କଲେ କାରଣ ସେ ମସୀହ ବୋଲି କହୁଥିଲେ ଏବଂ ସେମାନେ ତାହାଙ୍କୁ ବରଖାସ୍ତ କରୁଥିବାରୁ ସେ ସେମାନଙ୍କୁ ଧମକ ଦେଲେ ।
  • ଯେତେବେଳେ ନିଥନିୟେଲ ଯୀଶୁ ନାଜରିତରୁ ବୋଲି ଶୁଣିଲେ, ସେତେବେଳେ ସେ ଦେଇଥିବା ମନ୍ତବ୍ୟ ସୂଚାଏ  ଯେ ଏହି ସହର ଏହି ବିଷୟକୁ ଅଧିକ ଚିନ୍ତା କରି ନଥିଲେ  ।

(ଖ୍ରୀଷ୍ଟଗାଲିଲୀଯୋଷେଫମରୀୟମ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 23:4 ଯୋଷେଫ ଏବଂ ମରୀୟମଙ୍କୁ ନାଜରିତରେ ସେମାନେ ରହୁଥିବା ସ୍ଥାନରୁ ବେଥଲିହିମ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା କରିବାକୁ ପଡିଲା କାରଣ ସେମାନଙ୍କର ପୂର୍ବଜ ଦାଉଦ ସେଠାରେ ରହିଥିଲେ ଯାହାର ସହର ବେଥଲିହିମ ଥିଲା ।
  • 26:2 ଯୀଶୁ ନାଜରିତ ସହରକୁ ଗଲେ ଯେଉଁଠାରେ ସେ ପିଲାଦିନେ ରହୁଥିଲେ ।
  • 26:7 ନାଜରିତର ଲୋକମାନେ ଯୀଶୁଙ୍କୁ ଉପାସନା ସ୍ଥାନରୁ ଟାଣି ଆଣିଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଏକ ଶିଖର କଡ଼କୁ ଆଣିଲେ ।

ଶବ୍ଦବିନ୍ୟାସ:

  • Strongs: G34780, G34790, G34800