39 lines
5.5 KiB
Markdown
39 lines
5.5 KiB
Markdown
# ଯୋଷେଫ (NT)
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
ଯୋଷେଫ ଯୀଶୁଙ୍କର ଜାଗତିକ ପିତା ଥିଲେ ଓ ତାହାଙ୍କୁ ନିଜ ସନ୍ତାନ ପରି ପାଳନପୋଷଣ କରିଥିଲେ I ସେ ଜଣେ ଧାର୍ମିକ ବ୍ୟକ୍ତିଥିଲେ ଯିଏ ଏକ ବଢ଼ାଇ ରୂପରେ କାମ କରୁଥିଲେ I
|
||
|
||
* ଯୋଷେଫ ଏକ ଯିହୁଦୀ କନ୍ୟା ମରୀୟମ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଯେତେବେଳେ ସେମାନେ ଆବଦ୍ଧ ଥିଲେ ଈଶ୍ଵର ମରୀୟମଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମାତା ହେବାକୁ ମନୋନୀତ କଲେ I
|
||
* ଜଣେ ସ୍ୱର୍ଗଦୂତ ଯୋଷେଫକୁ କହିଲେ ଯେ ମରୀୟମକୁ ପବିତ୍ର ଆତ୍ମା ଶକ୍ତିରେ ଗର୍ଭଧାରଣ କରିବେ ଓ ମରୀୟମର ଶିଶୁ ଈଶ୍ଵରଙ୍କ ପୁତ୍ର ହେବେ I
|
||
* ଯୀଶୁ ଜନ୍ମ ହେଲା ପରେ, ଏକ ସ୍ୱର୍ଗଦୂତ ଯୋଷେଫକୁ ସାବଧାନ କରାଇଲେ, ସେ ମରୀୟମ ଓ ଶିଶୁକୁ ନେଇ ହେରୋଦଠାରୁ ରକ୍ଷା ପାଇବା ନିମନ୍ତେ ମିସରକୁ ପଳାଇଲେ I
|
||
* ପରେ ଯୋଷେଫ ଓ ତାର ପରିବାର ଗାଲିଲୀର ନାଜରିତ ସହରରେ ବାସ କଲେ ଯେଉଁଠାରେ ସେ ବଢ଼ାଇ କାମ କରି ନିଜର ଜୀବିକା ଅର୍ଜନ କଲେ I
|
||
|
||
(<u>ନାମଗୁଡ଼ିକୁ କିପରି ଅନୁବାଦ କରିବେ</u>: ଅନୁବାଦ ପ୍ରସ୍ତାବଗୁଡ଼ିକ)
|
||
|
||
([ଖ୍ରୀଷ୍ଟ](../kt/christ.md), [ଗାଲିଲୀ](../names/galilee.md), [ଯୀଶୁ](../kt/jesus.md), [ନାଜରିତ](../names/nazareth.md), [ଈଶ୍ଵରଙ୍କ ପୁତ୍ର](../kt/sonofgod.md), [କୁଆଁରୀ](../other/virgin.md): ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଯୋହନ 1:43-45](rc://*/tn/help/jhn/01/43)
|
||
* [ଲୂକ 1:26-29](rc://*/tn/help/luk/01/26)
|
||
* [ଲୂକ 2:4-5](rc://*/tn/help/luk/02/04)
|
||
* [ଲୂକ 215-16](rc://*/tn/help/luk/02/15)
|
||
* [ମାଥିଉ 1:18-19](rc://*/tn/help/mat/01/18)
|
||
* [ମାଥିଉ 1:24-25](rc://*/tn/help/mat/01/24)
|
||
* [ମାଥିଉ 2: 19-21](rc://*/tn/help/mat/02/19)
|
||
* [ମାଥିଉ 13:54-56](rc://*/tn/help/mat/13/54)
|
||
|
||
## ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
|
||
|
||
* [22:4](rc://*/tn/help/obs/22/04) ସେ (ମରୀୟମ) କୁଆଁରୀ ଥିଲେ ବିବାହ ନିମନ୍ତେ **ଯୋଷେଫ** ନାମକ ଏକ ବ୍ୟକ୍ତି ସହ ତାହାଙ୍କର ନିର୍ବନ୍ଧ ହୋଇଥିଲା I
|
||
* [23:1](rc://*/tn/help/obs/23/01) **ଯୋଷେଫ** ଯାହାର ନିର୍ବନ୍ଧ ହୋଇଥିଲା ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲା I ସେ ଯେତେବେଳେ ଶୁଣିଲା ଯେ ମରୀୟମ ଗର୍ଭବତୀ ଅଛି, ସେ ଜାଣିଲେ ଯେ ଏହା ତାହାଙ୍କର ଶିଶୁ ନୁହେଁ I ସେ ତାହାକୁ ଲଜ୍ଜିତ କରିବାକୁ ଚାହୁଁ ନଥିଲେ, ତେଣୁ ସେ ଗୁପ୍ତ ଭାବରେ ତ୍ୟାଗ କରିବାକୁ ବିଚାର କଲେ I
|
||
* [23:2](rc://*/tn/help/obs/23/02) ସ୍ୱର୍ଗଦୂତ କହିଲେ, “**ଯୋଷେଫ**, ମରୀୟମକୁ ନିଜର ପତ୍ନୀ ରୂପରେ ଗ୍ରହଣ କରିବାକୁ ଭୟକର ନାହିଁ I ଯେଉଁ ଶିଶୁ ତାହାର ଶରୀରରେ ଅଛି ତାହା ପବିତ୍ର ଆତ୍ମା ଦ୍ୱାରା ହୋଇଅଛି I ସେ ଏକ ପୁତ୍ର ସନ୍ତାନ ଜାତ କରିବ I ତାହାର ନାମ ଯୀଶୁ ହେବ (ଯାହାର ଅର୍ଥ “ଯିହୋବା ଉଦ୍ଧାର କରନ୍ତି”) କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ I”
|
||
* [23:3](rc://*/tn/help/obs/23/03) ତେଣୁ ମରୀୟମ ସହ ବିବାହ କଲେ ଓ ତାହାକୁ ନିଜର ପତ୍ନୀରୂପେ ନିଜ ଗୃହକୁ ନେଲେ କିନ୍ତୁ ସେ ପର୍ଯ୍ୟନ୍ତ ଶିଶୁକୁ ଜନ୍ମ ଦେଲେ ନାହିଁ ସେ ତାହା ସହବାସ କଲେ ନାହିଁ I
|
||
* [23:4](rc://*/tn/help/obs/23/04) **ଯୋଷେଫ** ଓ ମରୀୟମକୁ ନାଜରିତରେ ରହୁଥିବା ସ୍ଥାନରୁ ବେଥଲିହିହମ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା କରିବାକୁ ପଡିଲା କାରଣ ସେମାନଙ୍କର ପୂର୍ବଜ ଦାଉଦ ଥିଲେ ଯାହାର ନଗର ବେଥଲିହିହମ ଥିଲା I
|
||
* [26:4](rc://*/tn/help/obs/26/04) ଯୀଶୁ କହିଲେ, “ମୁଁ ତୁମ୍ଭକୁ ପାଠକରି ଶୁଣାଇଥିବା ବିଷୟ ବର୍ତ୍ତମାନ ଘଟୁଛି।” ସମସ୍ତଲୋକ ଆଶ୍ଚର୍ଯ୍ୟ ହେଲେ। "ଏ କ'ଣ ଯୋଷେଫଙ୍କ ପୁତ୍ର ନୁହେଁ?" ସେମାନେ କହିଲେ I
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: G25010
|