or_tw/bible/other/wisemen.md

5.7 KiB
Raw Permalink Blame History

ବୁଦ୍ଧିମାନ ଲୋକମାନେ

ତଥ୍ୟ:

ବାଇବଲରେ, ବାକ୍ୟାଂଶ “ବୁଦ୍ଧିମାନ ବ୍ୟକ୍ତି” ଅଧିକାଂଶ ସମୟରେ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ପରମେଶ୍ୱରଙ୍କର ସେବା କରନ୍ତି ଓ ବୁଦ୍ଧିମାନର ସହିତ ବ୍ୟବହାର କରନ୍ତି ଓ ମୁର୍ଖାମୀ ର ସହିତ ନୁହଁ I ଏହା ଏକ ବିଶେଷ ଶବ୍ଦ ଅଟେ ଯାହା ଯେଉଁ ବ୍ୟକ୍ତିମାନଙ୍କର ଅସାଧାରଣ ବୁଦ୍ଧି ଓ ଦକ୍ଷତା ଅଛି ଓ ଯେଉଁମାନେ ରାଜ ପ୍ରସାଦରେ ସେବା କରନ୍ତି ତାହାଙ୍କୁ ଦର୍ଶାଏ I

  • ଅନେକ ସମୟରେ “ବୁଦ୍ଧିମାନ ବ୍ୟକ୍ତି” ଅନୁଛେଦରେ ଏକ “ପ୍ରବୀଣ ବ୍ୟକ୍ତି “କିଅବା “ଯେଉଁ ମଣିଷ ର ବୁଝାମଣାଅଧିକ ଅଛି ତାହାକୁ ଦର୍ଶାଏ I
  • ଏହା ସେହି ବ୍ୟକ୍ତିମାନଙ୍କୁ ଦର୍ଶାଏ ଯେଉଁମାନେ ବୁଦ୍ଧିମାନର ସହିତ ଓ ଧାର୍ମିକତା ର ସହିତ କାମ କରନ୍ତି କାରଣ ସେମାନେ ପରମେଶ୍ୱରଙ୍କର ଆଜ୍ଞାକାରୀ ଅଟନ୍ତି I
  • “ବୁଦ୍ଧିମାନ ବ୍ୟକ୍ତିମାନେ” ଯେଉଁମାନେ ଫାର ଓ ଅନ୍ୟ ରାଜାମାନଙ୍କର ସେବା କରୁଥିଲେ ସେହିମାନେ ବିଜ୍ଞଥିଲେ, ଓ ସେମାନେ ତାରକା ର ଅଧ୍ୟୟନ କରୁଥିଲେ, ବିଶେଷ କରି ତାରକାର ଆକାଶରେ ଗତିବିଧି ଦେଖି ଏକ ବିଶେଷ ଅର୍ଥ ଖୋଜୁଥିଲେI
  • ଅଧିକାଂଶ ସମୟରେ ବୁଦ୍ଧିମାନ ବ୍ୟକ୍ତିମାନେ ସ୍ୱପ୍ନ ର ଅର୍ଥ କହିବେ ବୋଲେ ଅପେକ୍ଷା କରାଯାଉଥିଲା I

ଉଦାହରଣ, ସ୍ୱରୂପେ, ରାଜା ନବୁକଦ୍‌ନେସର୍ ଏହା ଚାହିଁଲେ କି ତାହାର ବୁଦ୍ଧିମାନ ବ୍ୟକ୍ତିମାନେ ତାହାର ସ୍ୱପ୍ନ କୁହନ୍ତୁ ଓ ତାହାର ଅର୍ଥ ମଧ୍ୟ କୁହନ୍ତୁ କିନ୍ତୁ ଦାନିଏଲ କୁ ଛାଡ଼ି ଆଉ କେହି ଏହି ପରି କରି ପାରିଲେ ନାହିଁ କାରଣ ସେ ପରମେଶ୍ୱର ଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଥିଲେ I

  • କେତେକ ସମୟରେ ବୁଦ୍ଧିମାନ ଲୋକମାନେ ଆଶ୍ଚର୍ଯ୍ୟ କର୍ମ ଓ ତନ୍ତ୍ର ମନ୍ତ୍ର କରି ଯାଦୁ ବିଦ୍ୟା କରନ୍ତି ଓ ଏହି ସବୁ ମନ୍ଦ ଆତ୍ମା ର ଶକ୍ତିରେ ଏହି ସବୁ କରନ୍ତି I
  • ନୂତନ ନୀୟମ ସମୟରେ, ପୂର୍ବ ଦେଶରୁ ଏକ “ବୁଦ୍ଧିଜୀବୀ” ସମୁହ ଯୀଶୁଙ୍କର ଆରାଧନା କରିବାକୁ ଆସିଲେ, ଯାହାକୁ ଅଧିକାଂଶ ସମୟରେ ଅନୁବାଦ କଲେ “ବୁଦ୍ଧିମାନ ବ୍ୟକ୍ତି” ହୋଇ ଥାଏ I ହୋଇପାରେ ପୂର୍ବ ଦେଶରେ ଏହି ବିଜ୍ଞମାନେ ଶାସକ ରୂପରେ ଶାସନ କରୁଥିଲେ I
  • ଏହା ହୋଇପାରେ କି ଏହି ଲୋକମାନେ “ଯ୍ୟୋତିଷୀ “ହୋଇ ପାରନ୍ତି ଯେ ତାରକା ଅଧ୍ୟୟନ କରନ୍ତି I

କେତେକ ଲୋକମାନେ ଏହା କହନ୍ତି କି ଡାନିଏଲ୍ ଯେଉଁ ଲୋକଙ୍କୁ ବାବିଲନରେ ଶିକ୍ଷା ଦେଇଥିଲେ ସେହିମାନଙ୍କର ବଂଶଧର ହୋଇ ଥାଇ ପାରନ୍ତି I

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ବୁଦ୍ଧିମାନ ବ୍ୟକ୍ତି ” ଶବ୍ଦ କୁ ଅନୁବାଦ କରି “ବୁଦ୍ଧିମାନ” ବ୍ୟବହାର କଲେ ବାକ୍ୟାଂଶ ଯେପରିକି “ଦକ୍ଷ ବ୍ୟକ୍ତି” କିଅବା “ଶିକ୍ଷିତ ବ୍ୟକ୍ତି” ଓ ଅନ୍ୟ ଶବ୍ଦ ସବୁ ଯାହା ଯେଉଁମାନେ ରାଜ ଦରବାରରେ ଏକ ଉତ୍ତମ ସେବାରେ ନିବୃତ ଅଛନ୍ତି, ତାହାଙ୍କୁ ଦର୍ଶାଏ I
  • ଯେତେବେଳେ “ବୁଦ୍ଧିମାନ ବ୍ୟକ୍ତି” ଏକ ବିଶେଷ ବାକ୍ୟାଂଶ ହୁଏ, ବୁଦ୍ଧିମାନ ଶବ୍ଦ ଏହି ପରି ହୀ ଅନୁବାଦ କରାଯାଇପାରେ ଯେପରି ବାଇବଲର ଅଲଗା ଭାଗରେ କରାଯାଇଅଛି I

(ଆହୁରି ଦେଖନ୍ତୁ: ବବିଳନ, ଦାନିଏଲ, ତନ୍ତ୍ର, ଯାଦୁ, ନବୁକଦ୍‌ନେସର, ଶାସକ, ବୁଦ୍ଧିମାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2445, H2450, H3778, H3779, G4680