or_tw/bible/other/tencommandments.md

3.9 KiB

ଦଶ ଆଜ୍ଞା

ତଥ୍ୟଗୁଡିକ:

ଇସ୍ରାଏଲମାନେ କିଣାନ ଦେଶକୁ ଯାତ୍ରା କରୁଥିବା ସମୟରେ ଯେତେବେଳେ ମରୁଭୂମିରେ ବାସ କରୁଥିଲେ, ସେତେବେଳେ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ ଦଶ ଆଜ୍ଞା ଦେଇ ଆଦେଶ ଦେଇଥିଲେ I ଦୁଇଟି ବଡ ପ୍ରସ୍ତର ଫଳକରେ ସଦାପ୍ରଭୁ ଏହି ଆଜ୍ଞାଗୁଡିକ ଲେଖିଥିଲେ I

  • ସଦାପ୍ରଭୁ ଇସ୍ରାଏଲମାନଙ୍କୁ ପାଳନ କରିବା ନିମନ୍ତେ ଅନେକ ଆଜ୍ଞା ଦେଇଥିଲେ, କିନ୍ତୁ ଦଶ ଆଜ୍ଞା ବିଶେଷ ଆଜ୍ଞାଥିଲା, ଯାହାକି ସଦାପ୍ରଭୁଙ୍କୁ ପ୍ରେମ ଏବଂ ଉପାସନା କରିବାକୁ ଏବଂ ଅନ୍ୟ ଲୋକମାନଙ୍କୁ ପ୍ରେମ କରିବାକୁ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିବ I
  • ଏହି ଆଜ୍ଞାଗୁଡିକ ମଧ୍ୟ ତାଙ୍କର ଲୋକମାନଙ୍କ ସହିତ ଈଶ୍ୱରଙ୍କର ନୀୟମର ଏକ ଅଂଶଥିଲା I

ଈଶ୍ୱରଙ୍କ ପ୍ରଦତ୍ତ ଆଜ୍ଞାଗୁଡିକ ପାଳନ କରିବା ଦ୍ୱାରା, ଇସ୍ରାଏଲମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ଏବଂ ସେମାନେ ଯେ ତାହାଙ୍କର ଅଟନ୍ତି, ତାହା ପ୍ରଦର୍ଶିତ କରୁଥିଲେ I

  • ପ୍ରସ୍ତର ଫଳକରେ ଲେଖା ଯାଇଥିବା ଆଜ୍ଞାଗୁଡିକ ନୀୟମ ସିନ୍ଦୁକରେ ରଖା ଯାଇଥିଲା, ଯାହାକି ଆବାସ ସ୍ଥଳର ପବିତ୍ର ସ୍ଥାନରେ ଏବଂ ପରବର୍ତ୍ତୀ ସମୟରେ ମନ୍ଦିରରେ ରଖାଯାଇଥିଲା I

(ଆହୁରି ମଧ୍ୟ ଦେଖ: ନୀୟମ ସିନ୍ଦୁକ, ଆଦେଶ, ନୀୟମ, ମରୁଭୂମି, ନୀୟମ, ବାଧ୍ୟ ବା ପାଳନ କରିବା, ସୀନୟ, ଉପାସନା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 13:07 ତା’ପରେ ଈଶ୍ୱର ଏହି ଦଶ ଆଜ୍ଞା ଦୁଇଟି ପ୍ରସ୍ତର ଫଳକରେ ଲେଖି ମୋଶାଙ୍କୁ ଦେଲେ I
  • 13:13 ଯେତେବେଳେ ମୋଶା ପର୍ବତରୁ ଓହ୍ଲାଇଲେ ଏବଂ ପ୍ରତିମାକୁ ଦେଖିଲେ, ସେ ଏତେଦୂର କ୍ରୋଧାନ୍ୱିତ ହୋଇଥିଲେ ଯେ ସେ ପ୍ରସ୍ତର ଫଳକ ଉପରେ ଈଶ୍ୱରଙ୍କର ଲିଖିତ ଯେଉଁ ଦଶ ଆଜ୍ଞା ଦେଇଥିଲେ, ସେହି ପ୍ରସ୍ତର ଫଳକକୁ ଭାଙ୍ଗି ଚୁରମାର୍ କରିଦେଲେ I
  • 13:15 ମୋଶା ଯେଉଁ ଫଳକକୁ ଭାଙ୍ଗି ଦେଇଥିଲେ, ତାହାର ପରିବର୍ତ୍ତେ ଏକ ନୂତନ ପ୍ରସ୍ତର ଫଳକରେ ଏହି __ଦଶ ଆଜ୍ଞାକୁ__ଲେଖିଲେ I

ବୋର୍ଡ ଡାଟା :

  • Strong's: H1697, H6235