or_tw/bible/names/tirzah.md

2.6 KiB

ତିର୍ସା

ତଥ୍ୟଗୁଡିକ:

ତିର୍ସା ଏକ ମହତ୍‌ୱ୍ତ୍ୱପୂର୍ଣ୍ଣ କିଣାନୀୟ ନଗରୀଥିଲା ଯାହା ଇସ୍ରାଏଲୀୟମାନଙ୍କ ଦ୍ୱାରା ଜୟଲାଭ ଏବଂ ଅଧିକୃତ ହୋଇଥିଲା I ଏହା ମଧ୍ୟ ଗିଲିୟଦଙ୍କ ଏକ କନ୍ୟାର ନାମଥିଲା ଏବଂ ଏହି ଗିଲିୟଦ ମନଃଶି ବଂଶଜାତଥିଲେ I

  • ତିର୍ସା ନଗରୀ ମନଃଶି ଗୋଷ୍ଠୀ ଦ୍ୱାରା ଅଧିକୃତ ଅଞ୍ଚଳରେ ଅବସ୍ଥିତଥିଲା I

ଏହା ଅନୁମାନ କରାଯାଏ ଯେ ଏହି ନଗରୀ ଶିଖିମ ନଗରୀଠାରୁ 10 ମାଇଲ ଉତ୍ତର ଦିଗରେ ଅବସ୍ଥିତଥିଲା I

  • ଅନେକ ବର୍ଷ ପରେ, ତିର୍ସା ଚାରିଜଣ ଇସ୍ରାଏଲ ରାଜାମାନଙ୍କ ରାଜତ୍ଵ ସମୟରେ ଅସ୍ଥାୟୀ ଭାବରେ ଇସ୍ରାଏଲର ଉତ୍ତର ରାଜ୍ୟର ରାଜଧାନୀ ନଗରୀ ହୋଇଥିଲା I
  • ମନଃଶିଙ୍କର ପୌତ୍ରୀମାନଙ୍କ ମଧ୍ୟରୁ ଜଣକର ନାମ ମଧ୍ୟ ତିର୍ସାଥିଲା I

ସେମାନେ ଦେଶର କିଛି ଅଂଶ ଆପଣାମାନଙ୍କୁ ଦେବା ନିମନ୍ତେ ମାଗିଲେ, କାରଣ ସେମାନଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ ସ୍ୱାଭାବିକ ପରମ୍ପରା ଅନୁସାରେ ଉତ୍ତରାଧିକାରୀ ଭାବରେ ଦେଶର ଅଂଶ ପାଇବା ନିମନ୍ତେ ତାହାଙ୍କର କୌଣସି ପୁତ୍ର ନଥିଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: କିଣାନ, ଉତ୍ତରାଧିକାରୀ ହେବା, ଇସ୍ରାଏଲର ରାଜ୍ୟ, ମନଃଶି, ଶିଖିମ୍)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H8656