or_tw/bible/names/phinehas.md

2.7 KiB

ପିନହସ୍

ତଥ୍ୟଗୁଡିକ:

ପୁରାତନ ନିୟମରେ ପିନହସ ଦୁଇ ଜଣ ବ୍ୟକ୍ତିଙ୍କର ନାମଥିଲା I

  • ହାରୋଣଙ୍କ ନାତିମାନଙ୍କ ମଧ୍ୟରୁ ପିନହସ ନାମକ ଜଣେ ନାତି ଯାଜକଥିଲେ I ସେ ଇସ୍ରାଏଲରେ ପ୍ରତିମା ପୂଜାର ଘୋର ବିରୋଧ କରିଥିଲେ I
  • ମିଦିୟନୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିବାରୁ ଏବଂ ସେମାନଙ୍କର ମିଥ୍ୟା ଦେବତାଗଣକୁ ପୂଜା ଉପାସନା କରିଥିବାରୁ ଇସ୍ରାଏଲୀୟମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସଦାପ୍ରଭୁ ପରମେଶ୍ୱର ପ୍ରେରଣ କରିଥିବା ଏକ ମହାମାରୀରୁ ପିନହସ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିଥିଲେ I
  • ଅନେକ ଘଟଣାଗୁଡ଼ିକ ବେଳେ ପିନହସ ଇସ୍ରାଏଲୀୟମାନଙ୍କ ସୈନ୍ୟମାନଙ୍କ ସହିତ ଯାଇ ମିଦିୟନୀୟମାନଙ୍କୁ ଧ୍ୱଂସ କରିଥିଲେ I
  • ପୁରାତନ ନିୟମରେ ଉଲ୍ଲେଖ ହୋଇଥିବା ଅନ୍ୟ ପିନହସ, ଭାବବାଦୀ ଶାମୁୟେଲଙ୍କ ସମୟରେ ଥିବା ଏଲୀ ଯାଜକଙ୍କର ଅନ୍ୟତମ ଦୁଷ୍ଟ ପୁତ୍ରଥିଲେ I
  • ଯେତେବେଳେ ପଲେଷ୍ଟୀୟମାନେ ଇସ୍ରାଏଲକୁ ଆକ୍ରମଣ କଲେ ଏବଂ ନୀୟମ ସିନ୍ଦୁକ ହରଣ କରି ନେଇଗଲେ ସେତେବେଳେ ପିନହସ ଏବଂ ତାହାର ଭାଇ ହଫନି ଉଭୟେ ନିହତ ବା ବଧ ହେଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ ଅନୁବାଦ କର)

(ଆହୁରି ଦେଖ: ନୀୟମ ସିନ୍ଦୁକ, ଯର୍ଦ୍ଦନ ନଦୀ, ମିଦିୟନୀୟ, ଫିଲିଷ୍ଟାଇନ୍, ଶାମୁୟେଲ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6372