or_tw/bible/names/leah.md

2.1 KiB

ଲେୟା

ସତ୍ୟ ଘଟଣାବଳି:

ଲେୟା ଯାକୁବଙ୍କ ଭାର୍ଯ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ I ସେ ରାହେଲଙ୍କ ବଡ ଭଉଣୀ ଏବଂ ଯାକୁବଙ୍କ ଛଅଟି ପୁତ୍ରର: ରୁବେନ, ଶିମୋନ, ଲେବୀ, ଯିହୁଦା, ଇସାଖର ଏବଂ ସବୂଲୂନର ମାତା ଥିଲେ । ସେ ଯାକୁବଙ୍କ କନ୍ୟା ଦିନାଙ୍କ ମାତା ମଧ୍ୟ ଥିଲେ I

  • ଆଦି ପୁସ୍ତକରେ ଲେୟାଙ୍କ ପିତା ଲାବନ ରାହେଲଙ୍କୁ ବିବାହ କରେଇବା ପୂର୍ବରୁ ଯାକୁବଙ୍କୁ କିପରି ପ୍ରତାରଣା କରିଥିଲେ ତାହାର କାହାଣୀ ବର୍ଣ୍ଣନା କରେ I
  • ଈଶ୍ଵର ଲେୟାଙ୍କୁ ଅନେକ ସନ୍ତାନ ଦେଇ ଆଶୀର୍ବାଦ କଲେ, ତଥାପି ତାଙ୍କ ସ୍ୱାମୀ ଯାକୁବ ରାହେଲଙ୍କୁ ତାଙ୍କ ଅପେକ୍ଷା ଅଧିକ ପ୍ରେମ କଲେ I
  • ଲେୟା ଉଭୟ ରାଜା ଦାଉଦ ଏବଂ ଯୀଶୁଙ୍କ ପୈତୃକ ମାତା ଅଟନ୍ତି I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

( ଯାକୁବ, ଯିହୁଦା, ଲାବାନ, ରାହେଲ, ରିବିକା, ଇସ୍ରାଏଲର ବାର ଗୋଷ୍ଠୀ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H3812