or_tw/bible/names/judah.md

3.0 KiB
Raw Permalink Blame History

ଯିହୂଦା

ସତ୍ୟ ଘଟଣାବଳି:

ଯିହୂଦା  ଯାକୁବଙ୍କର ଚତୁର୍ଥ ପୁତ୍ର ଥିଲେ I ସେ ଲେୟାଙ୍କର ଚତୁର୍ଥ ପୁତ୍ର ଥିଲେ I ତାଙ୍କର ବଂଶଧର ଇସ୍ରାଏଲର ଏକ ଜାତି ହେଲେ I

  • ତାଙ୍କଠାରୁ ଉତ୍ପନ୍ନ ବଂଶଧରମାନେ “ଯିହୂଦା ଗୋଷ୍ଠୀ” ଭାବରେ ପରିଚିତ I
  • ତାଙ୍କ ନାମ ଏବ୍ରୀ ଶବ୍ଦ “ପ୍ରଶଂସା” ଶବ୍ଦ ସହ ସମାନ ଅଟେ I
  • ଯିହୂଦାର ଗୋଷ୍ଠୀ କିଣାନର ଦକ୍ଷିଣ ଭାଗରେ, ଯିରୂଶାଲମ ସହରର ଦକ୍ଷିଣର ପାର୍ବତ୍ୟ ଅଞ୍ଚଳ ସମେତ ଅନେକ ସ୍ଥାନରେ ବାସ କଲେ। ଯେବେ “ଯିହୂଦା“ ଶବ୍ଦ ଏକ ଅଞ୍ଚଳର ନାମ ଭାବରେ ବ୍ୟବହୃତ ହୁଏ, ସେତେବେଳେ ଏହି ଶବ୍ଦ ଯିହୂଦା  ବଂଶକୁ ଦିଆଯାଇଥିବା ଭୂମିକୁ ସୂଚାଏ I
  • ପୁରାତନ ନିୟମରେ, ଯିହୂଦା  ନାମଟି ବେଳେବେଳେ ସମଗ୍ର ଦକ୍ଷିଣ ଇସ୍ରାଏଲର ରାଜ୍ୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ (ଯେପରି ଇଫ୍ରୟିମ ନାମ ସମଗ୍ର ଉତ୍ତର ରାଜ୍ୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ) I
  • ରାଜା ଦାଉଦ ଏବଂ ରାଜା ଶଲୋମନ ଏବଂ ତାପରେ ଦକ୍ଷିଣ ରାଜ୍ୟର ସମସ୍ତ ରାଜା ଯିହୂଦା ବଂଶଧର ଥିଲେ I ଯୀଶୁ ମଧ୍ୟ ଯିହୂଦାର ବଂଶଧର ଥିଲେ I
  • “ଯିହୁଦୀ” ଏବଂ “ଯିହୂଦିୟା” ଶବ୍ଦ “ଯିହୂଦା “ ଶବ୍ଦରୁ ଆସିଅଛି I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଇସ୍ରାଏଲର ବାରଗୋଷ୍ଠୀଯିହୂଦା  (ରାଜ୍ୟ), ଯିହୁଦୀ, ଯିହୂଦିୟାଯାକୁବ, ଲେୟା:  ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3063