or_tw/bible/names/amalekite.md

3.5 KiB

ଅମାଲେକ, ଅମାଲେକୀୟ, ଅମାଲେକୀୟଗଣ

ତଥ୍ୟମାନ:

ଅମାଲେକୀୟ ଲୋକମାନେ ଏକ ଯାଯାବର ଦଳର ଲୋକଥିଲେ, ଯେଉଁମାନେ କିଣାନର ଦକ୍ଷିଣ ଦିଗରେ ନେଗେଭ୍‌ ମରୁଭୂମିଠାରୁ ଆରବ ଦେଶ ପର୍ଯ୍ୟନ୍ତ ବସବାସ କରୁଥିଲେ I ଏହି ଦଳର ଲୋକମାନେ ଏଷୌଙ୍କ ନାତି ଅମାଲେକଙ୍କ ବଂଶରୁ ଆନୀତ I

  • ଯେତେବେଳେ ଇସ୍ରାଏଲ ଲୋକମାନେ ପ୍ରଥମ ଥର ପାଇଁ କିଣାନକୁ ଜୀବନଯାପନ କରିବାକୁ ଆସିଲେ, ସେହି ସମୟଠାରୁ ଅମାଲେକୀୟମାନେ ଇସ୍ରାଏଲର ତିକ୍ତ ଶତ୍ରୁଗଣଥିଲେ I
  • କେତେକ ସମୟରେ “ଅମାଲେକ” ପଦଟି ସାଂକେତିକ ଭାବେ ସମସ୍ତ “ଅମାଲେକୀୟଗଣ”କୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି I

(ଦେଖନ୍ତୁ: ସିନେକ୍‌ଡୋକେ)

  • ଅମାଲେକୀୟମାନଙ୍କ ବିରୋଧରେ ଏକ ଯୁଦ୍ଧ ସମୟରେ, ମୋଶା ଯେତେବେଳେ ତାଙ୍କରି ହସ୍ତଗୁଡ଼ିକ ଉପରକୁ ଉଠାଇଥିଲେ, ସେତେବେଳେ ଇସ୍ରାଏଲ ଲୋକମାନେ ଜୟଯୁକ୍ତ ହେଉଥିଲେ I

ଯେତେବେଳେ ସେ କ୍ଲାନ୍ତ ହୋଇଯାଉଥିଲେ ଏବଂ ତାଙ୍କ ହାତ ତଳକୁ ହୋଇଯାଉଥିଲା, ସେତେବେଳେ ସେମାନେ ପରାଜୟ ହେଉଥିଲେ I ତେଣୁ ଅମାଲେକୀୟମାନଙ୍କୁ ହରାଇବା ପର୍ଯ୍ୟନ୍ତ, ହାରଣ ଏବଂ ହୂର ମୋଶାଙ୍କ ଦୁଇ ହାତକୁ ଉପରେ ରଖିବାକୁ ସାହାଯ୍ୟ କଲେ,

  • ଅମାଲେକୀୟମାନଙ୍କ ବିରୁଦ୍ଧରେ ଉଭୟେ ଶାଉଲ ରାଜା ଓ ଦାଉଦ ସାମରିକ ଅଭିଯାନ ଚଳାଇଲେ I
  • ଅମାଲେକୀୟମାନଙ୍କ ଉପରେ ଏକ ବିଜୟ ପରେ, ଶାଉଲ ପ୍ରଭୁଙ୍କ ଆଦେଶ କ୍ରମେ ଅମାଲେକୀୟ ରାଜାଙ୍କୁ ହତ୍ୟା କଲେ ନାହିଁ ଏବଂ ଲୁଣ୍ଠନ ସମ୍ପତ୍ତି ରଖିବା ଦ୍ୱାରା ଅବାଧ୍ୟ ହେଲେ I

(ଅନୁବାଦର ପ୍ରସ୍ତାବିତ ବିଷୟ: ନାମ ଗୁଡ଼ିକର ଅନୁବାଦ)

(ମଧ୍ୟ ଦେଖିପାରିବା: ଆରବ, ଦାଉଦ, ଏଷୌ, ‌ନେଗେଭ୍‌, ଶାଉଲ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H6002, H6003