or_ta/intro/uw-intro/01.md

6.7 KiB
Raw Permalink Blame History

unfoldingWord ପରିଯୋଜନା ପରିଦୃଷ୍ଟ କାରଣ ଆମେ ପ୍ରତ୍ୟେକ ଭାଷାରେ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁକୁ ଦେଖିବାକୁ ଚାହୁଁ ।

ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରତ୍ୟେକ ଲୋକଦଳରେ ଶିଷ୍ୟ କରିବା ପାଇଁ ଆଦେଶ ଦେଲେ:

“ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ‘ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।’ ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର । ସେମାନଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହିସବୁ ପାଳନ କରିବା ନିମନ୍ତେ ସେମାନଙ୍କୁ ଶିକ୍ଷା ଦିଅ । ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।” (ମାଥିଉ ୨୮:୧୮- ULT)

ଆମର ପ୍ରତିଜ୍ଞା ଯେ ପ୍ରତ୍ୟେକ ଭାଷାରୁ ଆଗତ ଲୋକମାନେ ସ୍ଵର୍ଗରେ ଥିବେ:

“ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବ ଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଲା ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି ।” (ପ୍ରକାଶିତ ବାକ୍ୟ ୭:୯ ULT)

ଜଣଙ୍କର ନିଜସ୍ଵ ଭାଷାରେ ଈଶ୍ବରଙ୍କ ବାକ୍ୟକୁ ବୁଝିବା ଗୁରୁତ୍ଵାପୂର୍ଣ୍ଣ ଅଟେ:

“ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ, ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ ।” (ରୋମୀୟ ୧୦:୧୭ ULT)

କିପରି ଆମେ ଏହାକୁ କରିବା ?

କିପରି ଆମେ ପ୍ରତ୍ୟେକ ଭାଷାରେ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁ ର ଲକ୍ଷ୍ୟକୁ ସମ୍ପାଦନ କରିବା ?

ଆମେ କଣ କରିଥାଉ ?

  • ବିଷୟବସ୍ତୁ - ମାଗଣା ଓ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁର ଅନୁବାଦ ନିମନ୍ତେ ଆମେ ତିଆରି କରି ଉପଲବ୍ଧି କରିଥାଉ । ସମ୍ବଳ ଓ ଅନୁବାଦଗୁଡ଼ିକର ସଂପୂର୍ଣ୍ଣ ତାଲିକା ନିମନ୍ତେ http://ufw.io/content/ କୁ ଦେଖନ୍ତୁ ।

ଏଠାରେ କେତେକ ନମୁନାଗୁଡ଼ିକ ଦିଆଗଲା:

  • ମୁକ୍ତ ବାଇବଲ କାହାଣୀଗୁଡ଼ିକ - ସୁସମାଚାର ପ୍ରଚାର ଓ ଶିଷ୍ୟତ୍ଵ ନିମନ୍ତେ ସୃଷ୍ଟିରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ୫୦ଟି ପ୍ରମୁଖ ବାଇବଲ କାହାଣୀ ଅନ୍ତର୍ଭୁକ୍ତ ଥିବା ଏକ ବଂଶାବଳୀ କ୍ଷୁଦ୍ର ବାଇବଲ, ଯାହା ମୁଦ୍ରଣ, ଅଡିଓ, ଓ ଚଳଚ୍ଚିତ୍ରରେ ଉପଲବ୍ଧ ଅଟେ ( ରେ ଦେଖନ୍ତୁ) ।
  • ବାଇବଲ - ଈଶ୍ଵରଙ୍କ ମୁଖ ନିଶ୍ରୁତ, ଦୋଷରହିତ, ପର୍ଯ୍ୟାପ୍ତ, ବିଶ୍ୱାସଯୋଗ୍ୟ ବାକ୍ୟକୁ ଉନ୍ମୁକ୍ତ ଅନୁବାଦ, ବ୍ୟବହାର ଓ ବିତରଣ ନିମନ୍ତେ ଏକ ମୁକ୍ତ ଅନୁମତି ପତ୍ର ଅଧୀନରେ ଉପଲବ୍ଧ କରାଯାଇଛି ( ରେ ଦେଖନ୍ତୁ).
  • ଅନୁବାଦ ଟିପ୍ପଣୀ - ଅନୁବାଦଗୁଡ଼ିକ ନିମନ୍ତେ ଭାଷାଶାସ୍ତ୍ର, ସଂସ୍କୃତି, ବ୍ୟାଖ୍ୟାମୂଳକ ସହାୟତା

ସେମାନେ ମୁକ୍ତ ବାଇବଲ କାହାଣୀ ଓ ବାଇବଲକୁ ଅସ୍ତିତ୍ଵ ବଜାୟ ରଖନ୍ତି ( କୁ ଦେଖନ୍ତୁ) ।

  • ଅନୁବାଦ ପ୍ରଶ୍ନାବଳୀ - ପାଠର ପ୍ରତ୍ୟେକ ଖଣ୍ଡ ନିମନ୍ତେ ରହିଥିବା ପ୍ରଶ୍ନଗୁଡ଼ିକ ଯାହା ଅନୁବାଦକ ଓ ଯାଞ୍ଚକାରୀ ଏହାକୁ ନିଶ୍ଚିତ କରି ସାହାଯ୍ୟ କରିବା ପାଇଁ ପଚାରି ପାରନ୍ତି ଯେ ସେମାନଙ୍କର ଅନୁବାଦକୁ ସଠିକ୍ ଭାବରେ ବୁଝିଲେ । ସେମାନେ ମୁକ୍ତ ବାଇବଲ କାହାଣୀ ଓ ବାଇବଲ ନିମନ୍ତେ ଉପଲବ୍ଧ ( କୁ ଦେଖନ୍ତୁ) ।