or_ta/intro/statement-of-faith/01.md

7.8 KiB
Raw Permalink Blame History

  • ଏହି ଦଲିଲ୍ ର ଉପଯୁକ୍ତ କ୍ଷମତାପ୍ରାପ୍ତ ସଂସ୍କରଣ http://ufw.io/faith/ ରେ ପାଇବେ ।*
  • unfoldingWord ପରିଯୋଜନାର ସମସ୍ତ ସଭ୍ୟ ଅନୁଷ୍ଠାନ ଓ ଅନୁଦାନକାରୀମାନଙ୍କ ଦ୍ଵାରା ନିମ୍ନ ଲିଖିତ ବିଶ୍ଵାସ ବକ୍ତବ୍ୟର ସଦସ୍ୟତା ଗ୍ରହଣ କରାଯାଇଛି ।

ଏହା ଏହି ଐତିହାସିକ ବିଶ୍ଵାସ ବା ନୀତି ସହ ଚୁକ୍ତିବଦ୍ଧ: ପ୍ରେରିତଙ୍କ ଧର୍ମ ବିଶ୍ଵାସ, [ନିସେନ ଧର୍ମ ବିଶ୍ଵାସ], ଓ [ଆଥାନାସିଆନ୍ ଧର୍ମ ବିଶ୍ଵାସ]; ଆହୁରି ମଧ୍ୟ ଲୁଆସନେ ଚୁକ୍ତିପତ୍ର() ।*

ଆମେ ବିଶ୍ଵାସ କରୁ ଯେ ଖ୍ରୀଷ୍ଟିୟାନ ବିଶ୍ଵାସ ମୌଳିକ ବିଶ୍ଵାସସମୂହ ଓ ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ ମଧ୍ୟକୁ ବିଭାଜିତ ହୋଇପାରିବ ଓ ହେବା ଉଚିତ୍ (ରୋମୀୟ 14) ।

ମୌଳିକ ବିଶ୍ଵାସସମୂହ

ମୌଳିକ ବିଶ୍ଵାସସମୂହ ଯାହାକି ଯୀଶୁ ଖ୍ରୀଷ୍ଟଙ୍କ ଗୋଟିଏ ଅନୁଗାମୀକୁ ପରିଭାଷିତ କରିଥାଏ ଓ କଦାପି ବୁଝାମଣା ବା ଉପେକ୍ଷା କରାଯାଇ ପାରିବନାହିଁ ।

  • ଆମେ ବିଶ୍ଵାସ କରୁ ଯେ ବାଇବଲ ଏକମାତ୍ର ଈଶ୍ଵରନିଶ୍ଵସିତ, ଅତୁଳନୀୟ, ପର୍ଯ୍ୟାପ୍ତ, ବିଶ୍ଵାସଯୋଗ୍ୟ ପରମେଶ୍ଵରଙ୍କ ବାକ୍ୟ ଅଟେ (୧ ଥେସଲନିକୀୟ :୧୩’ ତୀମଥି ୩:୧୬-୧୭) ।
  • ଆମେ ବିଶ୍ଵାସ କରୁ ଯେ ଏକମାତ୍ର ପରମେଶ୍ଵର, ଯିଏ ତିନି ବ୍ୟକ୍ତି ରୂପେ ଅନନ୍ତକାଳ ଅସ୍ତିତ୍ଵରେ ଅଛନ୍ତି । ପିତା ପରମେଶ୍ଵର, ପୁତ୍ର ଯୀଶୁ ଖ୍ରୀଷ୍ଟ, ପବିତ୍ର ଆତ୍ମା (ମାଥିଉ ୨୮:୧୯; ଯୋହନ ୧୦:୩୦) ।
  • ଆମେ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵରେ ବିଶ୍ଵାସ କରୁ (ଯୋହନ ୧:୧-୪; ଫିଲିପୀୟ :୫-୧୧; ପିତର ୧:୧) ।
  • ଆମେ ଯୀଶୁ ଖ୍ରୀଷ୍ଟଙ୍କ ମାନବତାରେ, ତାହାଙ୍କ କୁମାରୀ ଜନ୍ମରେ, ତାହାଙ୍କ ପାପଶୂନ୍ୟ ଜୀବନରେ, ତାହାଙ୍କ ଅଲୌକିକତାରେ, ଅନ୍ୟମାନଙ୍କ ନିମନ୍ତେ ନିଜ ରକ୍ତ ଝରାଇ ପ୍ରାୟଶ୍ଚିତ ମୃତ୍ୟୁରେ, ତାହାଙ୍କ ଶାରୀରିକ ପୁନରୁତ୍ଥାନରେ, ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିବା ପାଇଁ ତାହାଙ୍କ ସ୍ଵର୍ଗାରୋହଣରେ ବିଶ୍ଵାସ କରୁ (ମାଥିଉ ୧:୧୮, ୨୫; ୧ କରନ୍ଥୀୟ ୧୫:୧-୮; ଏବ୍ରୀ ୪:୧୫; ପ୍ରେରିତ ୧:୯-୧୧; ପ୍ରେରିତ :-୨୪) ।
  • ଆମେ ବିଶ୍ଵାସ କରୁ ଯେ ସମସ୍ତେ ସ୍ଵାଭାବିକ ଭାବରେ ପାପ କରିଅଛନ୍ତି ଓ ଅନନ୍ତ ନରକ ନିମନ୍ତେ ଯୋଗ୍ୟ ଅଟନ୍ତି (ରୋମୀୟ ୩:୨୩; ଯିଶାଇୟ ୬୪:୬-୭) ।
  • ଆମେ ବିଶ୍ଵାସ କରୁ ଯେ ପାପରୁ ପରିତ୍ରାଣ ପରମେଶ୍ଵରଙ୍କ ଦାନ, କୃତକର୍ମ ଦ୍ଵାରା ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ସର୍ଗୀକୃତ ମୃତ୍ୟୁ ଦ୍ଵାରା ବିଶ୍ଵାସ ସକାଶୁ ଅନୁଗ୍ରହରେ ସାଧନ କରିଅଛନ୍ତି (ଯୋହନ ୩:୧୬; ଯୋହନ ୧୪:୬; ଏଫିସୀୟ :୮-୯; ତୀତସ ୩:୩-୭) ।
  • ଆମେ ବିଶ୍ଵାସ କରୁ ଯେ ସତ୍ୟ ବିଶ୍ଵାସ ମନପରିବର୍ତ୍ତନ ଦ୍ଵାରା ସାଙ୍ଗରେ ଯାଇଥାଏ ଓ ପବିତ୍ର ଆତ୍ମାଙ୍କ ଦ୍ଵାରା ଆତ୍ମିକ ପୁନର୍ଜନ୍ମ ହୋଇଥାଏ (ଯାକୁବ :୧୪-୨୬; ଯୋହନ ୧୬:୫-୧୬; ରୋମୀୟ ୮:୯) ।
  • ଆମେ ପବିତ୍ର ଆତ୍ମାଙ୍କର ବର୍ତ୍ତମାନର ସେବାକାର୍ଯ୍ୟରେ ବିଶ୍ଵାସ କରୁ ଯାହାଙ୍କର ସ୍ଥାଇ ଭାବରେ ଉପସ୍ଥିତି ଦ୍ଵାରା ଯୀଶୁଙ୍କର ଅନୁଗାମୀମାନେ ଈଶ୍ଵରୀୟ ଜୀବନଯାପନ କରିବା ପାଇଁ ସକ୍ଷମ ଅଟନ୍ତି (ଯୋହନ ୧୪:୧୫-୨୬; ଏଫିସୀୟ :୧୦; ଗାଲାତୀୟ ୫:୧୬-୧୮) ।
  • ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥିବା ସମସ୍ତ ବିଶ୍ଵାସୀମାନଙ୍କର ଆତ୍ମିକ ଏକତାରେ ବିଶ୍ଵାସ କରୁ, ଯେଉଁମାନେ ସମସ୍ତ ଦେଶ ଓ ଭାଷାବାଦୀ ଓ ଲୋକଦଳରୁ ଆସିଛନ୍ତି (ଫିଲିପୀୟ :୧-୪; ଏଫିସୀୟ ୧:-୨୩; ୧ କରନ୍ଥୀୟ ୧୨:୧୨,୨୭) ।
  • ଆମେ ଯୀଶୁଙ୍କର ବ୍ୟକ୍ତିଗତ ଓ ଶାରୀରିକ ଆଗମନରେ ବିଶ୍ଵାସ କରୁ (ମାଥିଉ ୨୪:୩୦; ପ୍ରେରିତ ୧:୧୦-୧୧) ।
  • ଆମେ ଉଭୟ ଉଦ୍ଧାରପ୍ରାପ୍ତ ଓ ହଜା ଆତ୍ମାଙ୍କର ପୁନରୁତ୍ଥାନରେ ବିଶ୍ଵାସ କରୁ; ଉଦ୍ଧାର ପାଇ ନ ଥିବା ଲୋକେ ନରକରେ ଅନନ୍ତ ଦଣ୍ଡ ନିମନ୍ତେ ଓ ଉଦ୍ଧାରପ୍ରାପ୍ତ ଲୋକେ ପରମେଶ୍ଵରଙ୍କ ସହିତ ସ୍ଵର୍ଗରେ ଅନନ୍ତ ଆଶିଷ ଭୋଗିବା ନିମନ୍ତେ ପୁନରୁତ୍ଥିତ ହେବେ (ଏବ୍ରୀ ୯:୨୭-୨୮; ମାଥିଉ ୧୬:୨୭; ଯୋହନ ୧୪:୧-୩; ମାଥିଉ ୨୫:୩୧-୪୬)

ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ

ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ ସମସ୍ତ କିଛି ଯାହାକି ଧର୍ମଶାସ୍ତ୍ରରେ ଅଛି, କିନ୍ତୁ ଯାହାକୁ ଖ୍ରୀଷ୍ଟଙ୍କ ବିଶ୍ଵସ୍ତ ଅନୁଗାମୀମାନେ ଅସମ୍ମତି ହୋଇପାରନ୍ତି (ଯଥା, ବାପ୍ତିସ୍ମ, ପ୍ରଭୁଭୋଜ, ସ୍ଵର୍ଗକୁ ଅନ୍ତର୍ନିହିତ ହେବା ଇତ୍ୟାଦି) । ଆମେ ଏହି ପ୍ରସଙ୍ଗଗୁଡିକରେ ଅସମ୍ମତିକୁ ଖୁସିରେ ସମ୍ମତି ପ୍ରକାଶ କରିବାକୁ ବାଞ୍ଛା କରୁ ଓ ପ୍ରତ୍ୟେକ ଲୋକଦଳର ଲୋକମାନଙ୍କୁ ଶିଷ୍ୟତ୍ଵ କରିବାର ସାଧାରଣ ଲକ୍ଷ୍ୟ ଆଡକୁ ଏକତ୍ର ଗତି କରୁଅଛୁ (ମାଥିଉ ୨୮:୧୮-) ।