or_ta/intro/gl-strategy/01.md

5.2 KiB

  • ଏହି ଦଲିଲ୍ ର କ୍ଷମତାପ୍ରାପ୍ତ ସଂସ୍କରଣ ରେ ମିଳେ* * ।

ବର୍ଣ୍ଣନା କରିବା

ବାଇବଲ ଭିତ୍ତିକ ବିଷୟବସ୍ତୁ ସହ ବିଶ୍ଵ ମଣ୍ଡଳୀକୁ ଗଠନ କରୁଥିବା ଶତ ପ୍ରତିଶତ ଲୋକଦଳକୁ ପ୍ରସ୍ତୁତ କରିବା gateway (ପ୍ରବେଶ ପଥ) ଭାଷା କୌଶଳର ଲକ୍ଷ୍ୟ ଅଟେ, ଯାହାକି ସେମାନେ ସମ୍ପୂର୍ଣ୍ଣ ଭାବେ ବୁଝୁଥିବା (ସେମାନଙ୍କ ନିଜ ଭାଷା) ମଧ୍ୟକୁ ଏହା ଅନୁବାଦ କରିବା ପାଇଁ ସେମାନଙ୍କୁ ସକ୍ଷମ କରୁଥିବା କଟକଣାରହିତ ଅନୁବାଦ ତାଲିମ ଓ ଉପକରଣ ସହିତ ଏକତ୍ର ପ୍ରକାଶନ ଅଧିକାରର କଟକଣାରୁ ମୁକ୍ତ ହୋଇ ସେମାନେ ଭଲ ବୁଝୁଥିବା ଭାଷା (ବ୍ୟାପକ ଯୋଗାଯୋଗର ଭାଷା)ରେ ଉପଲବ୍ଧ ହେଲା । Gateway language (ବା ପ୍ରବେଶ ପଥ ଭାଷା) ଏକ ବ୍ୟାପକ ଯୋଗାଯୋଗର ଭାଷା ଅଟେ, ଯାହା ମଧ୍ୟଦେଇ ସେହି ଭାଷାର ଦ୍ଵିତୀୟ ଭାଷା ବକ୍ତାମାନେ ବିଷୟବସ୍ତୁକୁ ବ୍ୟବହାର କରିବାର ସୁଯୋଗ ପ୍ରାପ୍ତ ହୋଇ ସେମାନଙ୍କ ନିଜ ଭାଷା ମଧ୍ୟକୁ ଏହା ଅନୁବାଦ କରି ପାରିବେ ।

Gateway ଭାଷା ଭାଷାଗୁଡ଼ିକର କ୍ଷୁଦ୍ରତମ ସଂଖ୍ୟାକୁ ବିଶ୍ଵ ସ୍ତରରେ ଗଠନ କରେ, ଯାହା ମଧ୍ୟଦେଇ ପ୍ରତି ଅନ୍ୟ ଭାଷାକୁ, ଦ୍ଵିଭାଷୀ ବକ୍ତାମାନଙ୍କ ଦ୍ଵାରା ଅନୁବାଦର ଜରିଆରେ ପାଠର ବିଷୟବସ୍ତୁ ପହଞ୍ଚି ପାରିବ । ଉଦାହରଣ ସ୍ଵରୂପେ, ଫ୍ରାଙ୍କୋଫୋନେ ଆଫ୍ରିକାର ସଂଖ୍ୟାଲଘୁ ଭାଷାଗୁଡ଼ିକରେ ଫରାସୀ ଗୋଟିଏ gateway (ପ୍ରବେଶ ପଥ) ଭାଷା ଅଟେ, ସେଥିରେ ରହିଥିବା ବିଷୟବସ୍ତୁ ଫରାସୀ ଭାଷାରେ ଉପଲବ୍ଧ, ଯାହା ଦ୍ଵିଭାଷୀ ବକ୍ତାମାନଙ୍କ ଦ୍ଵାରା ଫରାସୀ ଭାଷାରୁ ସେମାନଙ୍କର ନିଜ ଭାଷା ମଧ୍ୟକୁ ଅନୁବାଦ କରାଯାଇ ପାରିବ ।

ରାଷ୍ଟ୍ର ସ୍ତରରେ, ଦତ୍ତ ରାଷ୍ଟ୍ରର gateway ଭାଷାଗୁଡ଼ିକ ଅତି ସ୍ୱଳ୍ପ ସଂଖ୍ୟା ବିଶିଷ୍ଟ ବ୍ୟାପକ ଯୋଗାଯୋଗର ଭାଷା ଅଟେ, ଯାହାକି ପ୍ରତ୍ୟକ ସଂଖ୍ୟାଲଘୁ ଭାଷାରେ ଦେଶରେ ବାସ କରୁଥିବା ସ୍ଥାନୀୟ ଅଧିବାସୀ ଦ୍ଵିଭାଷୀ ବକ୍ତାମାନଙ୍କ ନିମନ୍ତେ ଆବଶ୍ୟକ ଅଟେ (ବିଦେଶକୁ ଯାଇ ବାସ କରୁ ନଥିବା) ।ଉଦାହରଣ ସ୍ଵରୂପେ, ଉତ୍ତର କୋରିଆ ପାଇଁ ଇଂରାଜୀ ଏକ gateway ଭାଷା, ଉତ୍ତର କୋରିଆର ସମସ୍ତ ଲୋକଦଳ ଅଧିବାସୀ ଦିଆଗଲା, ଯାହା ଇଂରାଜୀରୁ ସେମାନଙ୍କ ଭାଷା ମଧ୍ୟକୁ ବିଷୟବସ୍ତୁର ଅନୁବାଦ ଦ୍ଵାରା ପହଞ୍ଚା ଯାଇ ପାରିବ ।

ପରିଣାମଗୁଡ଼ିକ

ଏହି ନମୁନାର ଦୁଇଟି ମୌଳିକ ପରିଣାମ ରହିଅଛି: ସର୍ବ ପ୍ରଥମେ, ଏହା ସେମାନଙ୍କ ଭାଷାକୁ ବିଷୟବସ୍ତୁକୁ “ଟାଣିବା” ପାଇଁ ସମସ୍ତ ଭାଷାକୁ ସଶକ୍ତିକରଣ କରିଥାଏ, ଯଦି ଏକଦା ବିଷୟବସ୍ତୁ ଓ ସହାୟତାଗୁଡ଼ିକ ବିଶ୍ଵର (a gateway language) ର ପ୍ରତ୍ୟେକ ଭାଷାକୁ ପ୍ରବେଶଯୋଗ୍ୟ ଭାଷା ମଧ୍ୟକୁ “ଠେଲି” ଦିଆଯାଏ । ଦ୍ଵିତୀୟରେ, ଏହା ଅନୁବାଦର ପରିମାଣକୁ ସୀମିତ କରିଥାଏ ଯାହା gateway ଭାଷା ମଧ୍ୟକୁ ଅନୁବାଦିତ ହେଲା ପରେ ହିଁ ଅନୁବାଦ ସହାୟତା ରୂପେ କାର୍ଯ୍ୟ କରାଯିବା ଆବଶ୍ୟକ । ଅନୁବାଦ ସହାୟତାକୁ ବୁଝିବା ନିମନ୍ତେ କୌଣସି ଭାଷା ସେମାନଙ୍କ ଉପରେ ନିର୍ଭର କରୁ ନ ଥିବା ହେତୁ, ସମସ୍ତ ଅନ୍ୟ ଭାଷାଗୁଡ଼ିକ କେବଳ ବାଇବଲ ଭିତ୍ତିକ ବିଷୟବସ୍ତୁକୁ ହିଁ ଅନୁବାଦ କରିପାରିବେ ।