or_ta/checking/church-leader-check/01.md

5.6 KiB
Raw Permalink Blame History

ଗୋଟିଏ ମଣ୍ଡଳୀ ନେତା ଯାଞ୍ଚ୍ କିପରି କରିବେ

ଅନୁବାଦର ସୁସ୍ପଷ୍ଟତା ନିମନ୍ତେ ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବା ପରେ, ଏହାର ନିର୍ଭୁଲତା ନିମନ୍ତେ ମଣ୍ଡଳୀ ନେତାମାନଙ୍କର ଗୋଟିଏ ଦଳ ଦ୍ଵାରା ଯାଞ୍ଚ୍ କରାଯିବ । ଏହି ଦଳ ଅନୁନ୍ୟ ତିନିଜଣ ମଣ୍ଡଳୀ ନେତାମାନଙ୍କର ସମିଷ୍ଟ ହେବା ଆବଶ୍ୟକ, ଯେଉଁମାନେକି ନିର୍ଦ୍ଧିଷ୍ଟ ଭାଷାର ସ୍ଥାନୀୟ ଭାଷାବାଦୀ ହୋଇଥିବେ, ଏବଂ ମୂଳ ଲେଖାରେ ଉପଲବ୍ଧ ଯେକୌଣସି ଭାଷାକୁ ସମ୍ପୂର୍ଣ୍ଣରୂପେ ଜାଣୁଥିବେ । ସେମାନେ ଅନୁବାଦକ ଦଳ ସହିତ ସିଧାସଳଖ ହେଉ, କିଅବା ଘନିଷ୍ଠ ଭାବରେ ଜଡିତ ହେବା ଉଚିତ୍ ନୁହେଁ । ସାଧାରଣତଃ ଏହି ସମୀକ୍ଷକଗଣ ପାଳକ ହୋଇଥିବେ । ଏହି ମଣ୍ଡଳୀର ନେତାମାନେ ଭାଷା ସଂପ୍ରଦାୟରେ ଥିବା ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀକୁ ପ୍ରତିନିଧିତ୍ଵ କରୁଥିବା ଉଚିତ୍। ଆମେ ସୁପାରିଶ କରୁ ଯେ, ତିନୋଟି ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀରୁ ମଣ୍ଡଳୀ ନେତାମାନକୁ ନେଇ ଦଳ ଗଠନ କରାଯାଉ, ଯଦି ସେହି ସଂପ୍ରଦାୟରେ ସେତିକି ସଂଖ୍ୟକ ମଣ୍ଡଳୀ ସମ୍ମିଳନୀ ଅଛି ।

ଏହି ସମୀକ୍ଷକଗଣ ନିମ୍ନରେ ପ୍ରଦତ୍ତ ସୋପାନଗୁଡ଼ିକର ଅନୁସରଣ କରିବେ:

୧. ସେମାନେ ଅନୁବାଦକୁ ସମୀକ୍ଷା କରିବା ସମୟରେ ଉକ୍ତ ଅନୁବାଦଟି ଉଭୟଙ୍କ ଚୁକ୍ତିରେ କରାଯାଇଛି କିମ୍ବା ନୁହେଁ ଏହାକୁ ନିଶ୍ଚିତ କରିବା ପାଇଁ ଅନୁବାଦର ନିର୍ଦ୍ଦେଶାବଳୀ କୁ ପାଠ କରନ୍ତୁ । ୧. ଅନୁବାଦକଙ୍କ ଯୋଗ୍ୟତାସମୂହ ପାଠରେ ଅନୁବାଦକ ଓ ଅନୁବାଦକ ଦଳ ବିଷୟରେ ଉଲ୍ଲେଖ ହୋଇଥିବା ପ୍ରଶ୍ନଗୁଡିକର ଉତ୍ତର ଦିଅ । ୧. ଉକ୍ତ ଅନୁବାଦଟି ଅଭିପ୍ରେତ ଶ୍ରୋତାମାନଙ୍କର ଗ୍ରହଣଯୋଗ୍ୟ ଶୈଳୀରେ ପ୍ରସ୍ତୁତ ହୋଇଛି କିମ୍ବା ନୁହେଁ ଏହା ଜାଣିବା ପାଇଁ ଗ୍ରହଣଯୋଗ୍ୟ ଶୈଳୀ ପାଠରେ ଥିବା ପ୍ରଶ୍ନଗୁଡିକ ପଚାରି ନିର୍ଣ୍ଣୟ କରନ୍ତୁ । ୧. ଅନୁବାଦଟି ମୂଳ ଅନୁବାଦର ଅର୍ଥକୁ ସଠିକ୍ ଭାବରେ ଯୋଗାଯୋଗ କରୁଥିବା ବିଷୟକୁ ନିର୍ଭୁଲତା ଯାଞ୍ଚ୍ ପାଠରେ ଥିବା ପ୍ରଶ୍ନଗୁଡିକୁ ଅନୁସରଣ କରି ନିର୍ଣ୍ଣୟ କରନ୍ତୁ । ୧. ନିର୍ଣ୍ଣୟ କରନ୍ତୁ ଯେ ସଂପୂର୍ଣ ଅନୁବାଦ ରେ ଥିବା ନିର୍ଦ୍ଦେଶାବଳୀ ଅନୁଯାଇ ଅନୁବାଦଟି ସଂପୂର୍ଣ୍ଣ ହୋଇଛି । ୧. ଆପଣ ବାଇବଲର କେତେକ ଅଧ୍ୟାୟ କିମ୍ବା ଗୋଟିଏ ପୁସ୍ତକକୁ ସମୀକ୍ଷା କରିବା ପରେ, ଅନୁବାଦକ ଦଳ ସହିତ ସାକ୍ଷାତ କରି ପ୍ରତ୍ୟକ ସମସ୍ୟା ବିଷୟରେ ପ୍ରଶ୍ନ କରନ୍ତୁ । ଅନୁବାଦକ ଦଳ ସମାଧାନ କରିବା ପାଇଁ ଅନୁବାଦକୁ କିପରି ସଜାଇବେ, ତହିଁ ବିଷୟରେ ସେମାନଙ୍କ ସହିତ ଆଲୋଚନା କରନ୍ତୁ । ଅନୁବାଦକ ଦଳ ଅନୁବାଦକୁ ସଜାଡି, ଏହାକୁ ନିର୍ଦ୍ଧିଷ୍ଟ ସଂପ୍ରଦାୟ ସହିତ ପରୀକ୍ଷା କରିବା ପରେ, ପୁନର୍ବାର ପରବର୍ତ୍ତି ସମୟରେ ଅନୁବାଦକ ଦଳ ସହିତ ସାକ୍ଷାତ କରିବାକୁ ଯୋଜନା କରନ୍ତୁ । ୧. ଅନୁବାଦକ ଦଳ ସମସ୍ୟାଗୁଡ଼ିକୁ ସମାଧାନ କରିଥିବା ବିଷୟକୁ ଯାଞ୍ଚ କରି ନିର୍ଣ୍ଣୟ କରିବା ପାଇଁ ସେମାନଙ୍କ ସହିତ ପୁନର୍ବାର ସାକ୍ଷାତ କରନ୍ତୁ ।

୧. ଅନୁବାଦ ସନ୍ତୋଷଜନକ ଅଟେ, ଏହାକୁ ଦୃଢ ଘୋଷଣା କରିବା । ସ୍ତର ଦୃଢ ଘୋଷଣା କୁ କରିବା ପାଇଁ ସ୍ତର ର ଦୃଢ ଘୋଷଣାର ପୃଷ୍ଠାକୁ ଦେଖନ୍ତୁ ।