or_ta/checking/acceptable/01.md

3.5 KiB

ଏକ ଗ୍ରହଣଯୋଗ୍ୟ ଶୈଳୀରେ ଅନୁବାଦ

ଯେପରି ଆପଣ ନୂତନ ଅନୁବାଦକୁ ପାଠ କରନ୍ତି, ସେହି ସମୟରେ ନିଜକୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ । ଏହି ପ୍ରଶ୍ନଗୁଡିକ ନିର୍ଦ୍ଧିଷ୍ଟ ଭାଷାର ସମ୍ପ୍ରଦାୟ ନିମନ୍ତେ ଅନୁବାଦ ଗହଣଯୋଗ୍ୟ ଶୈଳୀରେ ହୋଇଅଛି କି ନୁହେଁ, ଏହାକୁ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବ ।

୧. ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷା ସମ୍ପ୍ରଦାୟର ଉଭୟ ଯୁବା ଓ ବୃଦ୍ଧା ବୟସର ଲୋକମାନେ ସହଜରେ ବୁଝିବା ପରି ଭାଷାରେ କରାଯାଇଛି କି ? ଯେତେବେଳେ ଜଣେ କହେ, ସେହି ସମୟରେ ସେମାନେ ଯୁବା କିଅବା ବୃଦ୍ଧା ଶ୍ରୋତାମାନଙ୍କ ପାଇଁ ସେମାନଙ୍କ ପସନ୍ଦୀୟ ଶବ୍ଦକୁ ପରିବର୍ତ୍ତନ କରିପାରିବେ । ଏହି ଅନୁବାଦ ଉଭୟ ଯୁବା ଓ ବୃଦ୍ଧା ବୟସର ଲୋକମାନଙ୍କୁ ଉତ୍ତମ ଭାବରେ ଯୋଗାଯୋଗ କରିବା ଭଳି ଶବ୍ଦଗୁଡିକୁ ବ୍ୟବହାର କରି କରାଯାଇଅଛି କି ? ୧. ଏହି ଅନୁବାଦର ଶୈଳୀ ଅଧିକ ନିୟମ ଅନୁଯାୟୀ କିଅବା ବିଧିଶୂନ୍ୟ ଅଟେ କି ?(କହିବାର ଶୈଳୀ କ’ଣ ସ୍ଥାନୀୟ ଲୋକମାନେ ପସନ୍ଦ କରୁଥିବା ଭଳି ଅଟେ କିଅବା ଏହା ଉଣା ଅଧିକ ନିୟମନୁସାରୀ ହେବା ଉଚିତ ?) ୧. କ’ଣ ଏହି ଅନୁବାଦଟି ଅଧିକ ଶବ୍ଦଗୁଡିକୁ ବ୍ୟବହାର କରୁଛି, ଯାହାକି ଅନ୍ୟ ଭାଷାରୁ ଧାର କରାଯାଇଅଛି, କିମ୍ବା ଏହି ଶବ୍ଦଗୁଡିକ ନିର୍ଦ୍ଧିଷ୍ଟ ଭାଷାର ଲୋକମାନଙ୍କ ପାଇ ଗ୍ରହଣଯୋଗ୍ୟ ଅଟେ ? ୧. ଲେଖକ ଜଣକ ବହୁଭାଷୀ ଲୋକମାନଙ୍କ ପାଇ ଗ୍ରହଣଯୋଗ୍ୟ ହେଉଥିବା ଭାଷାର ଉପଯୁକ୍ତ ଆକୃତିକୁ ବ୍ୟବହାର କରିଛନ୍ତି କି ? ଲେଖକ ଜଣକ ଆପଣଙ୍କ ଅଞ୍ଚଳରେ ପ୍ରଚଳିତ ଭାଷା ସହ ସୁପରିଚିତ କି ? ଲେଖକ ଜଣକ ଭାଷାର ସମସ୍ତ ଲୋକମାନେ ଭଲ ଭାବରେ ବୁଝି ପାରୁଥିବା ଭାଷାର ଆକୃତିକୁ ବ୍ୟବହାର କରିଛନ୍ତି କି, କିମ୍ବା ସେ କ’ଣ କେବଳ କ୍ଷୁଦ୍ର ଅଞ୍ଚଳରେ ବ୍ୟବହୃତ ଭାଷାର ଶୈଳିକୁ ବ୍ୟବହାର କରିଛନ୍ତି ?

ଯଦି କୌଣସି ସ୍ଥାନରେ ଅନୁବାଦଟି ଭାଷାକୁ ଭୁଲ ଶୈଳୀରେ ବ୍ୟବହାର କରେ, ତେବେ ତାହା ଲେଖି ରଖନ୍ତୁ, ଯଦ୍ୱାରା ଏହାକୁ ଆପଣ ଅନୁବାଦ ଦଳ ସହିତ ଆଲୋଚନା କରିପାରିବେ ।