or_ta/checking/complete/01.md

3.3 KiB

ଏକ ସମ୍ପୂର୍ଣ୍ଣ ଅନୁବାଦ

ଅନୁବାଦଟି ସମ୍ପୂର୍ଣ୍ଣ ହୋଇଥିବା ବିଷୟକୁ ନିଶ୍ଚିତ କରିବା ଏହି ଭାଗର ଉଦ୍ଦେଶ୍ୟ ଅଟେ । ଏହି ଭାଗରେ, ନୂତନ ଅନୁବାଦକୁ ମୂଳ ଅନୁବାଦ ସହ ତୁଳନା କରାଯିବା ଅବଶ୍ୟକ । ଆପଣ ଏହି ଦୁଇଟି ଅନୁବାଦକୁ ତୁଳନା କରିବା ସମୟରେ, ନିଜକୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ :

୧. ଅନୁବାଦରେ କୌଣସି ଅଂଶ ଛଡା ଯାଇଛି କି ? ଅନ୍ୟ ଶବ୍ଦରେ, ଅନୁବାଦ ହୋଇଥିବା ପୁସ୍ତକର ସମସ୍ତ ଘଟଣାବଳୀକୁ ଅନୁବାଦରେ ସ୍ଥାନିତ କରାଯାଇଛି କି ? ୧. ଅନୁବାଦ ହୋଇଥିବା ପୁସ୍ତକର ସମସ୍ତ ପଦଗୁଡିକୁ ନୂତନ ଅନୁବାଦରେ ସ୍ଥାନିତ କରାଯାଇଛି କି ? (ଆପଣ ମୂଳ ଭାଷାର ଅନୁବାଦରେ ଥିବା ପଦ ସଂଖ୍ୟାଗୁଡିକ ଦେଖିବା ସମୟରେ ଧ୍ୟାନ ଦିଅନ୍ତୁ ଯେ, କ’ଣ ସେହି ସମସ୍ତ ପଦଗୁଡିକ ନିର୍ଦ୍ଧିଷ୍ଟ ଭାଷାର ଅନୁବାଦରେ ଅନ୍ତର୍ଭୁକ୍ତ ହୋଇଛି କି ?) କେତେକ ସମୟରେ ଉଭୟ ଅନୁବାଦ ମଧ୍ୟରେ ଥିବା ପଦ ସଂଖ୍ୟାଗୁଡିକରେ ଭିନ୍ନତା ରହିଥାଏ । ଉଦାହରଣ ସ୍ୱରୁପ, କେତେକ ଅନୁବାଦରେ ପଦଗୁଡିକ କ୍ରମାନ୍ଵୟରେ ମିଶିକି ରହିଥାଏ, କିମ୍ବା କେତେକ ସମୟରେ ନିର୍ଦ୍ଧିଷ୍ଟ ପଦଗୁଡିକ ପଦଟୀକାରେ ରହିଥାଏ । ଯଦିଓ ମୂଳ ଅନୁବାଦ ଓ ନିର୍ଦ୍ଧିଷ୍ଟ ନୂତନ ଅନୁବାଦ ମଧ୍ୟରେ ଅନେକ ପ୍ରକାର ଭିନ୍ନତା ରହିଥାଏ, ତଥାପି ଉକ୍ତ ନିର୍ଦ୍ଧିଷ୍ଟ ନୂତନ ଅନୁବାଦକୁ ସମ୍ପୂର୍ଣ୍ଣ ବୋଲି ବିଚାର କରାଯିବ । ୧. ଅନୁବାଦରେ କିଛି ବାଦ୍ ଦିଆଯାଇଥିବା ଦୃଷ୍ଟିଗୋଚର ହେଉଛି କି, ମୂଳ ଭାଷାର ଅନୁବାଦରେ ଥିବା ବାର୍ତ୍ତାଠାରୁ ଭିନ୍ନ ବାର୍ତ୍ତାର ଅନୁଭୂତ ହେଉଛି କି ?(ଶବ୍ଦ ଓ ଢାଞ୍ଚା ଭିନ୍ନ ହୋଇପାରେ, କିନ୍ତୁ ଅନୁବାଦକ ବ୍ୟବହାର କରିଥିବା ଭାଷା ମୂଳ ଭାଷାର ଅନୁବାଦ ପରି ସମାନ ଅର୍ଥ ପ୍ରକାଶ କରିବା ଉଚିତ୍ ।)

ଯଦି କୌଣସି ଜାଗାରେ ଅନୁବାଦଟି ସମ୍ପୂର୍ଣ୍ଣ ହୋଇନାହିଁ, ତେବେ ଏହାକୁ ନିଶ୍ଚିତ କରନ୍ତୁ, ଯଦ୍ୱାରା ଆପଣ ଏହାକୁ ଅନୁବାଦକ ଦଳ ସହିତ ଆଲୋଚନା କରିପାରିବେ ।