or_tw/bible/other/qualify.md

3.3 KiB

ଯୋଗ୍ୟ ହେବା, ଯୋଗ୍ୟ ବିବେଚିତ ହୋଇଛି, ଅଯୋଗ୍ୟ ବିବେଚିତ ହୋଇଛି

ସଂଜ୍ଞା:

ଏହି “ଯୋଗ୍ୟ ବିବେଚିତ ହେବା” ପ୍ରତିଶବ୍ଦ ଏକ ଅଧିକାରକୁ ହାସଲ କରିବା ନିମନ୍ତେ କିଛି ଲାଭଗୁଡିକ ଗ୍ରହଣ କରିବା ବା କେତେକ କୌଶଳ ହେତୁ ସ୍ୱୀକୃତିପ୍ରାପ୍ତ ହେବା ସୂଚାଇଥାଏ I

  • ଏକ ନିର୍ଦ୍ଧିଷ୍ଟ ଚାକିରୀ ନିମନ୍ତେ “ଯୋଗ୍ୟ ବିବେଚିତ ହୋଇଥିବା” ଜଣେ ବ୍ୟକ୍ତି ପାଖରେ ସେହି କାଯ୍ୟ ବା ଚାକିରୀ କରିବା ନିମନ୍ତେ ଆବଶ୍ୟକୀୟ କୌଶଳ ଏବଂ ତାଲିମ ଥାଏ I
  • କଲସୀୟ ମଣ୍ଡଳୀକୁ ଆପଣାର ପତ୍ରରେ ପ୍ରେରିତ ପାଉଲ ଲେଖିଲେ ଯେ ପିତା ଈଶ୍ୱର ବିଶ୍ୱାସୀମାନଙ୍କୁ ତାହାଙ୍କ ଆଲୋକମୟ ବ ଦୀପ୍ତିମୟ ରାଜ୍ୟର ସହଭାଗୀ ହେବା ନିମନ୍ତେ “ଯୋଗ୍ୟ” କରିଅଛନ୍ତି I

ଏହାର ଅର୍ଥ ଏହି ଯେ ଈଶ୍ୱର ସେମାନଙ୍କୁ ଈଶ୍ୱରପରାୟଣ ଜୀବନ କାଟିବା ନିମନ୍ତେ ସେମାନଙ୍କର ପ୍ରତ୍ୟେକ ଆବଶ୍ୟକୀୟ ବିଷୟ ପ୍ରଦାନ କରିଅଛନ୍ତି I

  • ଈଶ୍ୱରଙ୍କ ରାଜ୍ୟର ସହଭାଗୀ ହେବା ନିମନ୍ତେ ବିଶ୍ୱାସୀ ନିଜେ କୌଣସି ଅଧିକାର ହାସଲ କରିପାରିବ ନାହିଁ I

ଯେହେତୁ ଈଶ୍ୱର ତାହାକୁ ଖ୍ରୀଷ୍ଟଙ୍କ ରକ୍ତରେ ମୁକ୍ତ କରିଅଛନ୍ତି, ସେଥପାଇଁ କେବଳ ସେ ଯୋଗ୍ୟ ବିବେଚିତ ହୋଇଥାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ପୂର୍ବାପର ସମ୍ୱନ୍ଧକୁ ଆଖି ଆଗରେ ରଖି “ଯୋଗ୍ୟ ହେଲା” ପଦକୁ “ସଜ୍ଜିତ ହେଲା” ବା “କୌଶଳପ୍ରାପ୍ତ ହେଲା” ବା “ସମର୍ଥ ହେଲା” ବୋଲି ଅନୁବାଦ କରାଯାଇପାରେ I
  • ଜଣକୁ “ଯୋଗ୍ୟତା ହାସଲ କରିବା ନିମନ୍ତେ” କହିଲେ “ସଜ୍ଜିତ ହେବା” ବା “ସମର୍ଥ ହେବା” କିମ୍ୱା “ଶକ୍ତିଯୁକ୍ତ ହେବା” ବୋଲି ଅନୁବାଦ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: କଲସୀ,ଈଶ୍ୱରପରାୟଣ,ଈଶ୍ୱରଙ୍କ ରାଜ୍ୟ,ଆଲୋକ ଦୀପ୍ତି, ପାଉଲ, ମୁକ୍ତ ହେବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H3581