or_tw/bible/other/kingdom.md

6.9 KiB
Raw Permalink Blame History

ରାଜ୍ୟ

ପରିଭାଷା:

ରାଜା ଦ୍ୱାରା ଶାସନ କରା ଯାଉଥିବା ଲୋକ ସମୁହକୁ ରାଜ୍ୟ କୁହାଯାଏ I ଏହା ରାଜନୈତିକ ଅଞ୍ଚଳକୁ କିମ୍ବା  କ୍ଷେତ୍ରଫଳକୁ ଦର୍ଶାଏ ଯାହାକୁ ରାଜା କିମ୍ବା  ଅନ୍ୟ ଶାସକଗଣ ନିଜ ଅଧିନରେ କିମ୍ବା  ଅଧିକାରରେ ରଖନ୍ତି I

  • ଏକ ରାଜ୍ୟ କୌଣସି ଭୌଗଳିକ ଆକାର ହୋଇପାରେ I ଏକ ରାଜା ଏକ ଦେଶ କିମ୍ବା ଏକ ସହର ଉପରେ ଶାସନ କରିପାରେ I
  • “ରାଜ୍ୟ” ଶବ୍ଦ ଆତ୍ମିକ ଶାସନ କିମ୍ବା ଅଧିକାରକୁ ଦର୍ଶାଏ ଯେପରି “ଈଶ୍ଵରଙ୍କର ରାଜ୍ୟ I“
  • ଈଶ୍ଵର  ସମସ୍ତ ସୃଷ୍ଟିର ଶାସକ ଅଟନ୍ତି କିନ୍ତୁ “ଈଶ୍ଵରଙ୍କର ରାଜ୍ୟ“ ଶବ୍ଦ ତାହାଙ୍କର ଅଧିକାର ଓ ଶାସନ ଯାହା ତାହାଙ୍କ ଲୋକମାନଙ୍କ ଉପରେ ଅଛି ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଉପରେ ବିଶ୍ୱାସ କରନ୍ତି ଓ ଯେଉଁମାନେ ତାହାଙ୍କର ଅଧିକାରରେ ସମର୍ପିତ ଅଟନ୍ତି ତାହା ଦର୍ଶାଏ I
  • ବାଇବେଲ ମଧ୍ୟ ଶୟତାନ “ରାଜ୍ୟ” ବିଷୟରେ ଉଲ୍ଲେଖ କରେ, ଯେଉଁଠାରେ ସେ କିଛି ସମୟ ପାଇଁ ପୃଥିବୀ ଉପରେ ଶାସନ କରେ I ତାହାର ରାଜ୍ୟ ମନ୍ଦ ଅଟେ ଓ ଏହାକୁ “ଅନ୍ଧକାର“ କୁହାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯେତେବେଳେ ଭୌଗଳିକ ଅଞ୍ଚଳକୁ ବୁଝାଏ ଯାହା ଏକ ରାଜା ଦ୍ୱାରା ଶାସିତ ହୁଏ, ତେବେ ଏହି ଶବ୍ଦକୁ “ଦେଶ (ଏକ ରାଜା ଦ୍ୱାରା ଶାସିତ ଅଟେ)” କିମ୍ବା “ରାଜାର ଅଞ୍ଚଳ” କିମ୍ବା   “ଅଞ୍ଚଳ ରାଜା ଦ୍ୱାରା ଶାସିତ” ବୋଲି ଅନୁବାଦ କରାଯାଇପାରେ I
  • ଆତ୍ମିକ ଅର୍ଥରେ, “ରାଜ୍ୟ” ଶବ୍ଦକୁ “ଶାସନ କରିବା” କିମ୍ବା   “ରାଜତ୍ୱ କରିବା” କିମ୍ବା “ନୀୟନ୍ତ୍ରଣ କରିବା” କିମ୍ବା   “ନୀୟମାନୁଯାଇ ଶାସନ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ଯାଜକିୟ ରାଜ୍ୟ” ଶବ୍ଦକୁ “ଆତ୍ମିକ ଯାଜକଗଣ ଯେଉଁମାନେ ଈଶ୍ଵର ଦ୍ୱାରା ଶାସିତ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I

·“ଆଲୋକର ରାଜ୍ୟ” ଶବ୍ଦକୁ “ଈଶ୍ଵରଙ୍କର ରାଜତ୍ୱ ଯାହା ଉତ୍ତମ ଅଟେ ଓ ଆଲୋକ ଅପ୍ରି ଅଟେ” କିମ୍ବା   “ଯେତେବେଳେ ଈଶ୍ଵର, ଯେ ଆଲୋକ ଅଟନ୍ତି, ଲୋକମାନଙ୍କ ଉପରେ ଶାସନ କରନ୍ତି” କିମ୍ବା “ଈଶ୍ଵରଙ୍କର ରାଜ୍ୟର ଆଲୋକ ଓ ଉତ୍ତମତା ଅଟେ I “ଆଲୋକ” ଶବ୍ଦକୁ ଏହିଅପରୀ ଉଲ୍ଲେଖ କରିବା ଉତ୍ତମ ଅଟେ କାରଣ ଏହା ବାଇବେଲରେ ମହତ୍ତ୍ଵପୂର୍ଣ୍ଣ ଶବ୍ଦ ଅଟେ I

  • ·“ରାଜ୍ୟ” ଶବ୍ଦ ସାମ୍ରାଜ୍ୟଠାରୁ ଭିହ୍ନ ଅଟେ ଯାହା ଯେଉଁଠାରେ ଜଣେ ସମ୍ରାଟ ଅନେକ ଦେଶ ଉପରେ ଶାସନ କରନ୍ତି I

(ଦେଖନ୍ତୁ:ଅଧିକାର, ରାଜା,  ଈଶ୍ଵରଙ୍କର ରାଜ୍ୟ, ଇସ୍ରାଏଲର ରାଜ୍ୟ, ଯିହୂଦା, ଯିହୂଦା, ଯିହୂଦା)

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • -୧୩:୨ ଈଶ୍ଵର ମୋଶା ଓ ଇସ୍ରାଏଲର ଲୋକକୁ କହିଲେ, ‘ଯଦି ତୁମ୍ଭେ ମୋର କଥାମାନ ଓ ମୋର ବ୍ୟବସ୍ଥା ପାଳନ କର, ତୁମ୍ଭେ ମୋର ଉପହାର ସମ୍ପତି ହେବ, ଏକ ଜାଜକିୟ ରାଜ୍ୟ ଓ ପବିତ୍ର ଜାତି ହେବI”
  • -୧୮:୪ ଈଶ୍ଵର  ସଲମନ ଉପରେ କ୍ରୋଧିତ ହେଲେ ଓ ସଲମନର ଅବିଶ୍ୱସ୍ତତା ପାଇଁ ଦଣ୍ଡ ସ୍ୱରୂପେ, ସଲମନର ମୃତ୍ୟୁ ପରେ ସେ ଇସ୍ରାଏଲ ଦେଶକୁ ଦୁଇଟି ରାଜ୍ୟରେ ବିଭକ୍ତ କଲେ I
  • -୧୮:୭ ଇସ୍ରାଏଲ ଜାତିର ଦଶଟି ଜାତି ରେହୋବିଆମର ବିରୋଧୀ କଲେ I କେବଳ ଦୁଇଟି ଜାତି ତାହା ପ୍ରତି ବିଶ୍ୱସ୍ଥ ରହିଲେ I ଏହି ଦୁଇ ଜାତି ଯିହୂଦା“ରାଜ୍ୟ” ହେଲା I
  • -୧୮:୮ ଆଉ ଦଶଟି ଜାତି ଯେଉଁମାନେ ରେହୋବିଆମ ବିରୁଧରେ ବିଦ୍ରୋହ କରିଥିଲେ ଏକ ବ୍ୟକ୍ତିକୁ ଜିରୋବିଆମ ନାମରେ ନିଜର ରାଜା କରି ନିଯୁକ୍ତ କଲେ I ସେମାନେ ନିଜର ରାଜ୍ୟ ଉତ୍ତର ଭାଗରେ ସ୍ଥାପନ କଲେ ଓ ତାହାକୁ ଇସ୍ରାଏଲ ରାଜ୍ୟ କୁହାଗଲା I
    • ୨୧:୮ ଏକ ରାଜା ସିଏ ଅଟେ ଯେ ରାଜ୍ୟ ଉପରେ ଶାସନ କରେ ଓ ଲୋକଙ୍କର ନ୍ୟାୟ କରେ I

ଶବ୍ଦବିନ୍ୟାସ:

Strongs: H4410, H4437, H4438, H4467, H4468, H4474, H4475, G09320