or_tw/bible/other/plague.md

2.9 KiB

ମହାମାରୀ, ମହାମାରୀଗୁଡ଼ିକ

ସଂଜ୍ଞା:

ମହାମାରୀଗୁଡ଼ିକ ଏଭଳି ଘଟଣାମାନ ଯାହା ବହୁ ସଂଖ୍ୟକ ଲୋକମାନଙ୍କର ଅସୁସ୍ଥତା ବା ମୃତ୍ୟୁ ଘଟାଇଥାଏ I ଅନେକ ସମୟରେ, ମହାମାରୀ ଏକ ରୋଗ ଯାହା ଖୁବ୍ ଶୀଘ୍ର ବ୍ୟାପୀଯାଇଥାଏ ଏବଂ ଏହାକୁ ରୋକିପାରିବା ପୂର୍ବରୁ ଅନେକ ଲୋକମାନଙ୍କର ମୃତ୍ୟୁ ଘଟାଇଥାଏ I

  • ଅନେକ ମହାମାରୀଗୁଡ଼ିକର ପ୍ରାକୃତିକ କାରଣଗୁଡ଼ିକ ଥାଏ, କିନ୍ତୁ କେତେକ ମହାମାରୀକୁ ପାପ ହେତୁ ଲୋକମାନଙ୍କୁ ଦଣ୍ଡ ଦେବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପ୍ରେରଣ କରାଯାଇଥାଏ I
  • ମୋଶାଙ୍କ ସମୟରେ, ଈଶ୍ୱର ମିସର ବିରୁଦ୍ଧରେ ଦଶଟି ମହାମାରୀ ପ୍ରେରଣ କଲେ ଯେପରି ମିସର ଛାଡ଼ି ଯିବା ନିମନ୍ତେ ଇସ୍ରାଏଲୀୟ ଲୋକମାନଙ୍କୁ ଅନୁମତି ଦେବା ପାଇଁ ସେ ଫାରୋଙ୍କୁ ବଳପୂର୍ବକ ବାଧ୍ୟ କରିବେ I

ଏହି ମହାମାରୀଗୁଡ଼ିକ ମଧ୍ୟରେ ଜଳକୁ ରକ୍ତରେ ପରିଣତ କରିବା, ଶାରୀରିକ ରୋଗଗୁଡିକ, ପଙ୍ଗପାଳ ଏବଂ ଶିଳାବୃଷ୍ଟି ଦ୍ୱାରା ଶସ୍ୟ ନଷ୍ଟ, ତିନି ଦିନ ଧରି ସମ୍ପୂର୍ଣ୍ଣ ଅନ୍ଧକାର, ଏବଂ ପ୍ରଥମ ଜାତ ପୁତ୍ର ସନ୍ତାନମାନଙ୍କର ମୃତ୍ୟୁ ଅନ୍ତର୍ଭୁକ୍ତଥିଲା I

  • ଏହା ମଧ୍ୟ ପୂର୍ବାପର ସମ୍ୱନ୍ଧକୁ ଆଧାର କରି “ବ୍ୟାପକ ବିପର୍ଯ୍ୟୟ” କିମ୍ୱା “ବ୍ୟାପକ ରୋଗ” ଭାବରେ ଅନୁବାଦ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: କୁଆପଥର ବୃଷ୍ଟି, ଇସ୍ରାଏଲ, ମୋଶା, ଫାରୋ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H1698, H4046, H4194, H4347, H5061, H5062, H5063, G3061, G3148, G4127