or_tw/bible/names/moses.md

4.5 KiB
Raw Permalink Blame History

ମୋଶା

ସତ୍ୟ ଘଟଣାବଳୀ:

ମୋଶା 40 ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ଓ ନେତା ଥିଲେ। ମିସରରୁ ବାହାରିବା ସମୟରେ ସେ ଇସ୍ରାଏଲର ନେତା ଥିଲେ, ଯେପରି ଯାତ୍ରା ପୁସ୍ତକରେ ବର୍ଣ୍ଣନା କରାଯାଇଛି I

  • ଯେତେବେଳେ ମୋଶା ଏକ ଶିଶୁ ଥିଲେ, ମୋଶାଙ୍କ ପିତାମାତା ତାହାଙ୍କୁ  ମିସରର ଫାରୋଙ୍କଠାରୁ ଲୁଚାଇବା ପାଇଁ ନୀଳ ନଦୀରେ ଥିବା ନଳବନରେ ରଖିଥିଲେ। ମୋଶାଙ୍କ ଭଉଣୀ ମରୀୟମ ସେଠାରେ ତାଙ୍କ ଉପରେ ନଜର ରଖିଥିଲେ। ଫାରୋଙ୍କ କନ୍ୟା ତାହାଙ୍କୁ  ପାଇ ରାଜପ୍ରାସାଦକୁ ନେଇଯିବା ପରେ ମୋଶାଙ୍କ ନିଜ ସନ୍ତାନ ପରି ପାଳନପୋଷଣ କଲା I
  • ଇସ୍ରାଏଲୀୟମାନଙ୍କୁ ମିସରର ଦାସତ୍ୱରୁ ମୁକ୍ତ କରିବା ପାଇଁ ଏବଂ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶକୁ ନେବା ପାଇଁ ଈଶ୍ଵର ମୋଶାଙ୍କୁ ମନୋନୀତ କଲେ I
  • ଇସ୍ରାଏଲ ଲୋକମାନେ ମିସରରୁ ପଳାୟନ କଲାପରେ ଏବଂ ଯେତେବେଳେ ସେମାନେ ମରୁଭୂମିରେ ବୁଲୁଥିଲେ, ଈଶ୍ଵର ମୋଶାକୁ ଦୁଇଟି ପ୍ରସ୍ତର ପଟା ପ୍ରଦାନ କଲେ ଯେଉଁଠାରେ ଦଶଆଜ୍ଞା ଲେଖା ହୋଇଥିଲା I
  • ତାହାର ଜୀବନର ଶେଷ ସମୟରେ, ମୋଶା ପ୍ରତିଜ୍ଞାତ ଦେଶ ଦେଖିଲେ କିନ୍ତୁ ସେହି ସ୍ଥାନରେ ବାସ କରି ପାରିଲେ ନାହିଁ କାରଣ ସେ ଈଶ୍ଵରଙ୍କର ଅନାଜ୍ଞାକାରୀ ହୋଇଥିଲେ I

(ନାମଗୁଡ଼ିକ କିପରି ଅନୁବାଦ କରାଯିବ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ମରୀୟମପ୍ରତିଜ୍ଞାତ ଦେଶଦଶ ଆଜ୍ଞା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 9:12 ଗୋଟିଏ ଦିନ ଯେତେବେଳେ ମୋଶା  ମେଷପଲ ଚରାଉଥିଲେ ସେ ଜଳୁଥିବା ଏକ ବୁଦା ଦେଖିଲେ I
  • 12:5 ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ “ଭୟ କର ନାହିଁ! ଈଶ୍ଵର ଆଜି ତୁମ୍ଭ ନିମନ୍ତେ ଯୁଦ୍ଧ କରିବେ ଓ ତୁମ୍ଭମାନଙ୍କୁ  ଉଦ୍ଧାର କରିବେ I”
  • 12:7 ଈଶ୍ଵର ମୋଶାକୁ ସମୁଦ୍ର ଉପରେ ହସ୍ତ ଉଠାଇ ଜଳକୁ ଭାଗ କରିବାକୁ କହିଲେ I
  • 12:12 ଯେତେବେଳେ ଇସ୍ରାଏଲ ଲୋକମାନେ ଦେଖିଲେ ଯେ ମିସରର ଲୋକମାନେ ମୃତ୍ୟୁବରଣ କଲେ, ସେମାନେ ଈଶ୍ଵରଙ୍କ ଉପରେ ବିଶ୍ୱାସ କଲେ ଓ ଏହା ମଧ୍ୟ ବିଶ୍ୱାସ କଲେ କି ମୋଶା ଈଶ୍ଵରଙ୍କର ଭବିଷ୍ୟ‌ଦ୍‌ବକ୍ତା ଅଟେ I
  • 13:7 ସେଠାରେ ଈଶ୍ଵର ଏହି ଦଶ ଆଜ୍ଞା ପ୍ରସ୍ତର ପଟା ଉପରେ ଲେଖିଲେ ଓ ମୋଶାକୁ ଦେଲେ I

ଶବ୍ଦବିନ୍ୟାସ :

  • Strongs: H4872, H4873, G34750