or_tw/bible/kt/promisedland.md

5.9 KiB

ପ୍ରତିଜ୍ଞାତ ଦେଶ

ତଥ୍ୟଗୁଡିକ:

“ପ୍ରତିଜ୍ଞାତ ଦେଶ” ପଦ କେବଳ ବାଇବଲର କାହାଣୀଗୁଡିକରେ ପରିଲକ୍ଷିତ ହୋଇଥାଏ; ବାଇବଲର ଶାସ୍ତ୍ରଂଶରେ ନୁହେଁ I ଈଶ୍ୱର ଅବ୍ରହାମଙ୍କୁ ଏବଂ ତାହାଙ୍କ ବଂଶଧରମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ କିଣାନ ଦେଶକୁ ସୂଚାଇବା ନିମନ୍ତେ ଏହା ଏକ ବୈକଳ୍ପିକ ଉପାୟ ଅଟେ I

  • ଯେତେବେଳେ ଅବ୍ରହାମ ଊର ନଗରେ ବାସ କରୁଥିଲେ, ଈଶ୍ୱର ତାହାଙ୍କୁ କିଣାନ ଦେଶରେ ଯାଇ ବାସ କରିବା ନିମନ୍ତେ ଆଜ୍ଞା ଦେଲେ I

ଅବ୍ରହାମ ଏବଂ ତାହାଙ୍କ ବଂଶଧରମାନେ ଇସ୍ରାଏଲୀୟମାନେ ସେଠାରେ ଅନେକ ବର୍ଷ ଧରି ବାସ କଲେ I

  • ଯେତେବେଳେ ସେଠାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଗଲା, ଯାହା ଫଳରେ କିଣାନରେ ଖାଦ୍ୟର ଅଭାବ ଦେଖାଗଲା; ଇସ୍ରାଏଲୀୟମାନେ ମିସରକୁ ଯାତ୍ରା କଲେ I
  • ଚାରିଶହ ବର୍ଷ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ ଏବଂ ଯେଉଁ କିଣାନ ଦେଶକୁ ସେମାନଙ୍କୁ ଦେବା ନିମନ୍ତେ ଈଶ୍ୱର ପ୍ରତିଜ୍ଞାକରିଥିଲେ ସେହି ଦେଶକୁ ପୂନର୍ୱାର ଫେରାଇ ଆଣିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପ୍ରତିଜ୍ଞାତ ଦେଶ” ପଦକୁ “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କହିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ତାହାଙ୍କ ଲୋକମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” କିମ୍ୱା “କିଣାନ ଦେଶ” ବୋଲି ଅନୁବାଦ କରାଯାଇପାରେ I
  • ବାଇବଲର ଶାସ୍ତ୍ରଂଶରେ, ଏହି ଭାବ ପ୍ରକାଶକ ଶବ୍ଦ “ଈଶ୍ୱର ପ୍ରତିଜ୍ଞା କରିଥିବା ଦେଶ” ଭଳି କେତେକେ ଗଠନ ଅନୁସାରେ ପରିଲକ୍ଷିତ ହୋଇଥାଏ I

(ଆହୁରି ମଧ୍ୟ ଦେଖ: କିଣାନ, ପ୍ରତିଜ୍ଞା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡିକ:

  • 12:01 ସେମାନେ (ଇସ୍ରାଏଲୀୟମାନେ) ଆଉ କ୍ରୀତଦାସ ନୁହନ୍ତି, ଏବଂ ସେମାନେ ପ୍ରତିଜ୍ଞାତ ଦେଶକୁ __ ଯାଉ ଅଛନ୍ତି__!
  • 14:01 ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥାଗୁଡିକ ଜଣାଇବା ପରେ ସେ ଚାହିଁଲେ ଯେ ସେମାନେ ତାହାଙ୍କ ନୀୟମର ଅଂଶସ୍ୱରୂପ ଲୋକ ଭାବରେ ସେଗୁଡିକର ବାଧ୍ୟ ହେବେ ଏବଂ ପାଳନ କରିବେ I ଈଶ୍ୱର ସେମାନଙ୍କୁ ସିନୟରୁ__ ପ୍ରତିଜ୍ଞାତ ଦେଶ__ ଯାହା ମଧ୍ୟ କିଣାନ ବୋଲି ଖ୍ୟାତଥିଲା I
  • 14:02 ଈଶ୍ୱର ଅବ୍ରହାମ, ଇସହାକ୍ ଏବଂ ଯାକୁବଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ ସେ __ ପ୍ରତିଜ୍ଞାତ ଦେଶ__ ସେମାନଙ୍କ ବଂଶଧରମାନଙ୍କୁ ଦେବେ, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ଲୋକଦଳଗୁଡିକ ବାସ କରୁଛନ୍ତି I
  • 14:14 ତା’ପରେ ଈଶ୍ୱର ଲୋକମାନଙ୍କୁ__ ପ୍ରତିଜ୍ଞାତ ଦେଶର__ପ୍ରାନ୍ତ ନିକଟକୁ ପୂନର୍ୱାର କଢ଼ାଇଆଣିଲେ I
  • 15:02 ଇସ୍ରାଏଲୀୟମାନଙ୍କୁ ଯର୍ଦ୍ଦନ ନଦୀ ପାର ହୋଇ__ ପ୍ରତିଜ୍ଞାତ ଦେଶରେ__ ପ୍ରବେଶ କରିବାକୁ ହେବ I
  • 15:12 ଏହି ଯୁଦ୍ଧ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କର ପ୍ରତ୍ୟେକ ଗୋଷ୍ଠୀକୁ ଆପଣାମାନଙ୍କର ନିଜ ଭାଗ ବା ଅଂଶ ଅନୁସାରେ ପ୍ରତିଜ୍ଞାତ ଦେଶ ଦେଲେ I
  • 20:09 ଯେତେବେଳେ ଈଶ୍ୱରଙ୍କ ଲୋକମାନେ__ ପ୍ରତିଜ୍ଞାତ ଦେଶ ଦେଶ ଛାଡି ଯିବା ନିମନ୍ତେ ବଳପୂର୍ବକ ବାଧ୍ୟ ହେଲେ, ସେହି ସମୟ କାଳକୁ__ନିର୍ୱାସନ କୁହାଯାଏ I

ବୋର୍ଡ ଡାଟା :

  • Strong's: H776, H3068, H3423, H5159, H5414, H7650