or_tw/bible/names/seaofgalilee.md

2.7 KiB
Raw Permalink Blame History

ଗାଲିଲୀ ସମୁଦ୍ର, କିନ୍ନେରତ୍‍ ହ୍ରଦ, ଗିନ୍ନେସରତ ହ୍ରଦ, ତିବିରୀୟା ହ୍ରଦ

ସତ୍ୟ ଘଟଣାବଳୀ:

“ଗାଲିଲୀ ସମୁଦ୍ର” ପୂର୍ବ ଇସ୍ରାଏଲର ଏକ ହ୍ରଦ ଅଟେ । ପୁରାତନ ନିୟମରେ ଏହାକୁ “କିନ୍ନେରତ୍‍ ହ୍ରଦ”’ ବୋଲି କୁହାଯାଉଥିଲା ।

  • ଏହି ହ୍ରଦର ଜଳସ୍ରୋତ ଦକ୍ଷିଣରୁ ଝରି ଯର୍ଦ୍ଦନ ନଦୀ ଦେଇ ଲବଣ ସମୁଦ୍ରରେ ମିଶିଯାଏ ।
  • ନୂତନ ନିୟମ ସମୟରେ କଫର୍ନାହୂମ, ବେଥ୍‌ସାଇଦା, ଗିନ୍ନେସରତ ଏବଂ ତିବିରୀୟା ନଗରଗୁଡ଼ିକ ଗାଲିଲୀ ସମୁଦ୍ର ଉପକୁଲବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲା ।
  • ଯୀଶୁଙ୍କ ଜୀବନର ଅଧିକାଂଶ ଘଟଣାଗୁଡ଼ିକ ଗାଲିଲୀ ଓ ଏହାର ଆଖପାଖ ସ୍ଥାନଗୁଡ଼ିକରେ ଘଟିଥିଲା ।
  • ଗାଲିଲୀ ସମୁଦ୍ରକୁ  “ତିବିରୀୟା ହ୍ରଦ“ ଓ “ଗିନ୍ନେସରତ ହ୍ରଦ” ମଧ୍ୟ କୁହାଯାଏ ।
  • ଏହି ବାକ୍ୟାଂଶକୁ “ଗାଲିଲୀ ପ୍ରଦେଶରେ ଥିବା ହ୍ରଦ” କିମ୍ୱା “ଗାଲିଲୀ ହ୍ରଦ” କିମ୍ୱା “ତିବେରୀୟା (ଗିନ୍ନେସରତ) ନିକଟରେ ହ୍ରଦ” ବୋଲି ଅନୁବାଦ କରାଯାଇପାରେ ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ : ଅନୁବାଦ ପ୍ରସ୍ତାବଗୁଡ଼ିକ)

(କଫର୍ନାହୂମଗାଲିଲୀଯର୍ଦ୍ଦନ ନଦୀଲବଣ ସମୁଦ୍ର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3220, H3672, G10560, G10820, G22810, G30410, G50850