or_tw/bible/names/ruth.md

2.5 KiB

ରୂତ

ସତ୍ୟ ଘଟଣାବଳିଗୁଡ଼ିକ:

ରୂତ ଜଣେ ମୋୟାବୀୟ ମହିଳା ଥିଲେ I ସେ ଇସ୍ରାଏଲରେ ବିଚାରକର୍ତ୍ତାମାନେ ଶାସନ କରୁଥିବା ସମୟରେ ସେଠାରେ ବାସ କରୁଥିଲେ I ଇସ୍ରାଏଲରେ ଏକ ଦୁର୍ଭିକ୍ଷ ହେତୁ ଜଣେ ଇସ୍ରାଏଲୀୟ ଲୋକ ଆପଣା ପରିବାର ସହିତ ମୋୟାବ ଦେଶକୁ ଚାଲିଯିବା ପରେମ୍ ସେଠାରେ ରୂତ ଜଣେ ଇସ୍ରାଏଲୀୟ ଲୋକ ମହଲୋନଙ୍କୁ ବିବାହ କଲେ I ମହଲୋନ ମୃତ୍ୟୁବରଣ କଲାପରେ, କେତେ ଦିନ ଉତାରେ ରୂତ ଆପଣା ଶାଶୁ ନୟମୀଙ୍କ ସହିତ ଇସ୍ରାଏଲର ବେଥଲିହିମ ନଗରକୁ ଫେରି ଆସିଥିଲେ I

  • ରୂତ ନୟମୀଙ୍କ ପ୍ରତି ବିଶ୍ଵସ୍ତ ଥିଲେ ଏବଂ ସେ ତାଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ କଠିନ ପରିଶ୍ରମ କରୁଥିଲେ I
  • ସେ ମଧ୍ୟ ଇସ୍ରାଏଲର ଏକମାତ୍ର ସତ୍ୟ ଈଶ୍ୱରଙ୍କ ସେବା କରିବା ନିମନ୍ତେ ସମର୍ପିତ ଥିଲେ I
  • ରୂତ ବୋୟଜ ନାମକ ଜଣେ ଇସ୍ରାଏଲୀୟ ଲୋକଙ୍କୁ ବିବାହ କଲେ ଏବଂ ଓବେଦ୍‍ ନାମକ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଯିଏ ରାଜା ଦାଉଦଙ୍କର ପିତାମହ ଥିଲେ ଏବଂ  ରାଜା ଦାଉଦ ଯୀଶୁ ଖ୍ରୀଷ୍ଟଙ୍କର ପୂର୍ବପୁରୁଷଥିଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ବେଥଲିହିମ, ବୋୟଜ, ଦାଉଦ, ବିଚାରକର୍ତ୍ତା ମଧ୍ୟ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H7327, G4503