or_tw/bible/names/reuben.md

2.1 KiB

ରୁବେନ

ତଥ୍ୟଗୁଡିକ:

ରୁବେନ ଯାକୁବଙ୍କ ପ୍ରଥମଜାତ ପୁତ୍ରଥିଲେ I ଲେୟା ତାହାଙ୍କର ମାତାଥିଲେ I

  • ଯେତେବେଳେ ତାହାଙ୍କ ଭାଇମାନେ ସେମାନଙ୍କର ସାନ ଭାଇ ଯୋଷେଫଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ, ସେତେବେଳେ ରୁବେନ ତାହା ପରିବର୍ତ୍ତେ ଗାତ ମଧ୍ୟରେ ତାହାଙ୍କୁ ପକାଇବା ନିମନ୍ତେ ସେମାନଙ୍କୁ କହି ଯୋଷେଫଙ୍କ ପ୍ରାଣରକ୍ଷା କଲେ I
  • ପରେ ରୁବେନ ଯୋଷେଫଙ୍କୁ ରକ୍ଷା କରିବା ନିମନ୍ତେ ଫେରିଆସିଲେ, କିନ୍ତୁ ଅନ୍ୟ ଭାଇମାନେ ସେହି ବାଟ ଦେଇ ଯାଉଥିବା ବଣିକମାନଙ୍କ ହସ୍ତରେ ତାହାଙ୍କୁ ଜଣେ କ୍ରୀତଦାସ ଭାବରେ ବିକ୍ରୟ କରିଦେଇଥିଲେ I
  • ରୁବେନଙ୍କ ବଂଶଧରମାନେ ଇସ୍ରାଏଲର ବାରଗୋଷ୍ଠୀ ମଧ୍ୟରେ ଏକ ଗୋଷ୍ଠୀ ହେଲେ I

(ଅନୁବାଦନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଯାକୁବ, ଯୋଷେଫ, ଲେୟା, ଇସ୍ରାଏଲର ବାରଗୋଷ୍ଠୀ)

ବାଇବଲର ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7205, H7206, G4502