or_tw/bible/names/rehoboam.md

3.4 KiB

ରିହବିୟାମ

ତଥ୍ୟଗୁଡିକ:

ରିହବିୟାମ ରାଜା ଶଲୋମନଙ୍କ ଅନ୍ୟତମ ପୁତ୍ରଥିଲେ ଏବଂ ସେ ଶଲୋମନଙ୍କ ମୃତ୍ୟୁ ପରେ ଇସ୍ରାଏଲ ଦେଶର ରାଜା ହେଲେ I

  • ତାଙ୍କ ରାଜତ୍ୱର ଆରମ୍ଭରେ, ରିହବିୟାମ ଲୋକମାନଙ୍କ ପ୍ରତି ଅତି କଠୋରଥିଲେ, ତେଣୁ ଇସ୍ରାଏଲର ଦଶଗୋଟି ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଉତ୍ତର ଦିଗରେ “ଇସ୍ରାଏଲ ରାଜ୍ୟ” ଗଠନ କଲେ I
  • ରିହବିୟାମ ଦକ୍ଷିଣରେ ଯିହୂଦା ରାଜ୍ୟର ରାଜା ହୋଇ ରହିଲେ, ଯାହା ମଧ୍ୟରେ ଯିହୂଦା ଏବଂ ବିନ୍ୟାମିନ ଗୋଷ୍ଠୀ ଅନ୍ତର୍ଭୁକ୍ତଥିଲା I
  • ରିହବିୟାମ ଜଣେ ଦୁଷ୍ଟ ରାଜାଥିଲେ I ସେ ସଦାପ୍ରଭୁଙ୍କର ବାଧ୍ୟ ହେଲେ ନାହିଁ, କିନ୍ତୁ ମିଥ୍ୟା ଦେବତାଗଣର ପୂଜା କଲେ I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ଇସ୍ରାଏଲର ରାଜ୍ୟ, ଯିହୂଦା, ଶଲୋମନ)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 18:05 ଶଲୋମନଙ୍କ ମୃତ୍ୟୁ ପରେ, ତାଙ୍କର ପୁତ୍ର,__ ରିହବିୟାମ__, ରାଜା ହେଲେ I __ରିହବିୟାମ__ଜଣେ ମୁର୍ଖ ବ୍ୟକ୍ତିଥିଲେ I
  • 18:06 __ ରିହବିୟାମ__ମୁର୍ଖ ଭାବରେ ଉତ୍ତର ଦେଲେ ଏବଂ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଭାବୁଛ ଯେ, ମୋହର ପିତା ଶଲୋମନ ତୁମ୍ଭମାନଙ୍କୁ କଠିନ କାର୍ଯ୍ୟ କରିବାକୁ ଦେଲେ, ମାତ୍ର ମୁଁ ତୁମ୍ଭମାନଙ୍କର କାର୍ଯ୍ୟଭାର ତାଙ୍କଠାରୁ ଆହୁରି ଅଧିକ କଠିନତର କରିବି, ଏବଂ ମୁଁ ତାଙ୍କଠାରୁ ଅଧିକ ପରିମାଣରେ ତୁମ୍ଭମାନଙ୍କୁ ଦଣ୍ଡ ଦେବି I
  • 18:07 ଇସ୍ରାଏଲ ଜାତିର ଦଶଗୋଟି ଗୋଷ୍ଠୀ __ରିହବିୟାମଙ୍କ ବିରୁଦ୍ଧରେ__ବିଦ୍ରୋହ କଲେ I

କେବଳ ଦୁଇଟି ଗୋଷ୍ଠୀ ତାଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ I

ବୋର୍ଡ ଡାଟା :

  • Strong's: H7346, G4497