or_tw/bible/names/johntheapostle.md

4.4 KiB
Raw Permalink Blame History

ଯୋହନ (ପ୍ରେରିତ)

ସତ୍ୟ ଘଟଣାବଳୀ:

ଯୋହନ ଯୀଶୁଙ୍କର ବାରଶିଷ୍ୟ ମଧ୍ୟରୁ ଜଣେ ଓ ଉତ୍ତମ ବନ୍ଧୁ ଥିଲେ I

  • ଯୋହନ ଓ ତାହାର ସାନ ଭାଇ ଯାକୁବ ମତ୍ସ୍ୟଜୀବୀ ଜେବଦୀର ପୁତ୍ର ଅଟନ୍ତି I
  • ସୁସମାଚାରରେ ସେ ଯୀଶୁଙ୍କ ଜୀବନ ବିଷୟରେ ଲେଖିଲେ, ଯୋହନ ନିଜକୁ “ଯୀଶୁ ଯେଉଁ ଶିଷ୍ୟକୁ ପ୍ରେମ କରନ୍ତି ବୋଲି ସମ୍ବୋଧିତ କରନ୍ତି I ଏହା ଦର୍ଶାଏ ଯେ ଯୋହନ ଯୀଶୁଙ୍କର ନିକଟତମ ବନ୍ଧୁ ଥିଲେ I
  • ପ୍ରେରିତ ଯୋହନ ନୂତନ ନିୟମରେ ପାଞ୍ଚଟି ପୁସ୍ତକ ଲେଖିଅଛନ୍ତି: ଯୋହନଙ୍କ ସୁସମାଚାର, ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଓ ଅନ୍ୟ ବିଶ୍ୱାସୀମାନଙ୍କ ନିମନ୍ତେ ତିନଟି ପତ୍ର I
  • ପ୍ରେରିତ ଯୋହନ, ଯୋହନ ବାପ୍ତିଜକଠାରୁ ଭିନ୍ନ ବ୍ୟକ୍ତି ଅଟନ୍ତି I

(ନାମ କିପରି ଅନୁବାଦ କରାଯାଏ: ଅନୁବାଦ ପ୍ରସ୍ତାବ)

(ପ୍ରେରିତପ୍ରକାଶନଯାକୁବ (ଜେବଦୀର ପୁତ୍ର)ଜେବଦୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 36:1 ଏକଦା, ଯୀଶୁ ତାହାଙ୍କର ଶିଷ୍ୟ ମଧ୍ୟରୁ ତିନିଜଣ ପିତର, ଯାକୁବ ଯୋହନକୁ ନିଜ ସହ ନେଲେ I (ଯୋହନ ଓ ବାପ୍ତିଜକ ଯୋହନ ଦୁହେଁ ଅଲଗା ବ୍ୟକ୍ତି ଅଟନ୍ତି I) ସେମାନେ ନିଜେ ନିଜେ ଉଚ୍ଚ ପର୍ବତକୁ ଗଲେ I
  • 44:1 ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I ଯେତେବେଳେ ସେମାନେ ମନ୍ଦିରର ଫାଟକରେ ପହଁଚିଲେ ସେମାନେ ଏକ ପଙ୍ଗୁ ବ୍ୟକ୍ତିକୁ ଦେଖିଲେ ଯେ ସେ ଅର୍ଥ ମାଗୁଥିଲା I
  • 44:6 ମନ୍ଦିରର ନେତାମାନେ ପିତର ଓ ଯୋହନ ଯାହା କିଛି କହୁଥିଲେ ଶୁଣି ଅତି କ୍ରୋଧିତ ହେଲେ I ତେଣୁ, ସେମାନେ ସେହି ଦୁଇକୁ ବନ୍ଦୀକରି କାରାଗାରରେ ପକାଇଲେ I
  • 44:7 ତା’ପରଦିନ, ଯିହୁଦୀନେତାମାନେ ପିତର ଓ ଯୋହନକୁ ମହାଯାଜକ ଓ ଅନ୍ୟ ଧାର୍ମିକ ନେତାମାନଙ୍କ ନିକଟକୁ ଆଣିଲେ I ସେମାନେ ପିତର ଓ ଯୋହନକୁ ପଚାରିଲେ, “ତୁମ୍ଭେ କାହାର ଶକ୍ତିରେ ଏହି ପଙ୍ଗୁ ବ୍ୟକ୍ତିକୁ ସୁସ୍ଥ କଲ?”
  • 44:9 ନେତାମାନେ ଚକିତ ହେଲେ ଯେ ପିତର ଓ ଯୋହନ ସାହାସର ସହିତ କହିଲେ କାରଣ ସେମାନେ ଦେଖିଲେ ଯେ ଏମାନେ ସାଧାରଣ ଓ ଅଶିକ୍ଷିତ ଲୋକ ଅଟନ୍ତି I କିନ୍ତୁ ସେମାନେ ମନେକଲେ ଯେ ସେମାନେ ଯୀଶୁଙ୍କ ସହିତ ଥିଲେ I ସେମାନେ ପିତର ଓ ଯୋହନକୁ ଧମକ ଦେଇ ଛାଡ଼ି ଦେଲେ I

ଶବ୍ଦବିନ୍ୟାସ:

  • Strongs: G24910