or_tw/bible/names/johnthebaptist.md

4.6 KiB
Raw Permalink Blame History

ଯୋହନ (ବାପ୍ତିଜକ)

ସତ୍ୟ ଘଟଣାବଳୀ:

ଯୋହନ ଜିଖରୀୟ ଓ ଏଲୀଶାବେଥର ପୁତ୍ର ଥିଲେ I “ଯୋହନ” ସାଧାରଣ ନାମ ଥିଲା, ତାହାକୁ ପ୍ରେରିତ ଯୋହନ ଏବଂ ଅନ୍ୟ ଲୋକ ଯାହାର ନାମ ଯୋହନ ଅଟେ ସେମାନଙ୍କଠାରୁ ପୃର୍ଥକ କରିବାକୁ ବାପ୍ତିଜକ ଯୋହନ କୁହାଯାଉଥିଲା I

  • ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ ଯାହାକୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଏବଂ ଅନୁସରଣ କରିବା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ଈଶ୍ଵର ପଠାଇଲେ I
  • ଯୋହନ ଲୋକମାନଙ୍କୁ ସେମାନଙ୍କର ପାପ ସ୍ୱୀକାର କରିବାକୁ, ଈଶ୍ଵରଙ୍କ ନିକଟକୁ ଫେରିବାକୁ ଏବଂ ପାପ ନ କରିବାକୁ କହିଲେ, ଯାହାଫଳରେ ସେମାନେ ମସୀହଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ I
  • ଯୋହନ ଅନେକ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ ଯାହା ସେମାନେ ସେମାନଙ୍କର ପାପ ପାଇଁ ଦୁଃଖିତ ଏବଂ ପାପଠାରୁ ଦୂରେଇ ଯିବାର ଚିହ୍ନ ଥିଲା I
  • ଯୋହନକୁ “ବାପ୍ତିଜକ ଯୋହନ “କୁହାଯାଉଥିଲା କାରଣ ସେ ଅନେକ ଲୋକମାନଙ୍କୁ ବାପ୍ତିସ୍ମ ଦେଇଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)

(ବାପ୍ତିସ୍ମଜିଖରୀୟ (NT)ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 22:2 ସ୍ୱର୍ଗଦୂତ ଜିଖରୀୟକୁ କହିଲେ, “ତୁମ୍ଭର ସ୍ତ୍ରୀଙ୍କର ଗୋଟିଏ ପୁତ୍ର ସନ୍ତାନ ହେବ I “ତୁମ୍ଭେ ତାହାର ନାମ ଯୋହନ ରଖିଵ I ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ ଓ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରସ୍ତୁତ କରିବ I“
  • 22:7 ଏଲୀଶାବେଥ ଏକ ପୁତ୍ର ସନ୍ତାନ ଜାତ କଲାପରେ, ଯେପରି ଆଜ୍ଞା ଦେଇଥିଲେ ସେହିପରି ଜିଖରୀୟ ଓ ଏଲୀଶାବେଥ ଶିଶୁକୁ ଯୋହନ ନାମ ଦେଲେ I
  • 24:1 ଜିଖରୀୟ ଓ ଏଲୀଶାବେଥର ପୁତ୍ର ଯୋହନ ବୃଦ୍ଧି ପାଇଲା ଓ ଜଣେ ଭବିଷ୍ୟ‌ଦ୍‌ବକ୍ତା ହେଲା I ସେ ଜଂଗଲରେ ରହିଲା ଓ ବନମଧୁ ଓ ପଙ୍ଗପାଳ ଖାଉଥିଲା ଓ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲା I
  • 24:2 ଅନେକ ଲୋକ ଜଂଗଲକୁ ଆସି ଯୋହନର କଥା ଶୁଣୁଥିଲେ I ସେ ସେମାନଙ୍କୁ ପ୍ରଚାର କରି କହିଲେ, “ଅନୁତାପ କର କାରଣ ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ I“
  • 24:6 ତା’ପର ଦିନ ଯୀଶୁ ଯୋହନ ନିକଟକୁ ବାପ୍ତିସ୍ମ ନେବା ନିମନ୍ତେ ଆସିଲେ I ଯେତେବେଳେ ଯୋହନ ତାହାଙ୍କୁ ଦେଖିଲେ ଓ କହିଲେ “ଦେଖ ! ଈଶ୍ଵରଙ୍କର ମେଷଶାବକ ଜଗତର ପାପ ଭାର ନେଇ ଯାଆନ୍ତି I “

ଶବ୍ଦବିନ୍ୟାସ:

  • Strongs: G09100 G24910