or_tw/bible/names/abiathar.md

1.8 KiB
Raw Permalink Blame History

ଅବୀୟାଥର

ସଂଜ୍ଞା

ଅବୀୟାଥର ଦାଉଦ ରାଜାଙ୍କ ସମୟରେ ଇସ୍ରାଏଲ ଦେଶ ନିମନ୍ତେ ମହାଯାଜକଥିଲେ I

  • ଯେତେବେଳେ ଶାଉଲ ରାଜା ଧର୍ମଯାଜକମାନଙ୍କୁ ହତ୍ୟା କଲେ, ଅବୀୟାଥର ବଞ୍ଚିଗଲେ ଏବଂ ଦାଉଦଙ୍କ ପାଖକୁ ନିର୍ଜନ ସ୍ଥାନକୁ ଗଲେ I
  • ଅବୀୟାଥର ଏବଂ ଅନ୍ୟ ସାଦୋକ୍ ନାମକ ମହାଯାଜକ ଦାଉଦଙ୍କୁ ତାଙ୍କ ଶାସନ କାଳ ମଧ୍ୟରେ ବିଶ୍ୱସ୍ତ ଭାବରେ ସେବା କଲେ I
  • ଦାଉଦଙ୍କ ମୃତ୍ୟୁ ପରେ, ଅବୀୟାଥର ଶଲୋମନଙ୍କ ବଦଳରେ ଅଦୋନୀୟଙ୍କୁ ରାଜା ହେବା ନିମନ୍ତେ ସାହାଯ୍ୟ କଲେ I
  • ଏହି କାରଣରୁ ଶଲୋମନ ରାଜା ଅବୀୟାଥରଙ୍କୁ ଯାଜକ ବର୍ଗରୁ ବାହାର କରିଦେଲେ I

(ମଧ୍ୟ ଦେଖିପାରିବା: ସାଦୋକ୍, ଶାଉଲ, ଦାଉଦ, ଶଲୋମନ, ଅଦୋନୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H54, G8