or_ta/translate/translate-useulbudb/01.md

27 KiB

ଅନୁବାଦକ ଭାବରେ, ଆପଣ ULT ଏବଂ UST ଉତ୍ତମ ଭାବରେ ବ୍ୟବହାର କରି ପାରିବେ ଯଦି ଆପଣ ନିମ୍ନଲିଖିତ ULT ଏବଂ UST ମଧ୍ୟରେ ଥିବା ଭିନ୍ନତା ଗୁଡିକୁ ସ୍ମରଣ ରଖି ଛନ୍ତି, ଏବଂ ଯଦି ଆପଣ ଶିଖିବେ ଲକ୍ଷ୍ୟ ଭାଷାରେ ଏହି ଭିନ୍ନତା ପ୍ରତିନିଧିତ୍ୱ ସମସ୍ୟା ସହିତ କିପରି ଉତ୍ତମ ଭାବରେ ବ୍ୟବହାର କରିବେ ।

ଧାରଣା ଗୁଡିକର କ୍ରମ

ସ୍ରୋତ ପାଠରେ ଯେପରି ଧାରଣା ଗୁଡିକ ଅଛି ସେହିପରି “ସମାନ ଧାରଣା ଗୁଡିକୁ” ହିଁ ପ୍ରକାଶ କରିବାକୁ ULT ଚେଷ୍ଟା କରେ ।

ଇଂରେଜରେ ଯାହା ଅଧିକ ସ୍ୱାଭାବିକ ତାହା UST ଏକ କ୍ରମରେ ପ୍ରକାଶ କରିବାକୁ ଚେଷ୍ଟା କରେ କିମ୍ବା ତାହା ତର୍କ-ଶାସ୍ତ୍ର କିମ୍ବା ସମୟରେ କ୍ରମର ଅନୁକ୍ରମ ଅନୁସରଣ କରେ ।

ଯେତେବେଳେ ଆପଣ ଅନୁବାଦ କରନ୍ତି ସେତେବେଳେ ଆପଣ ଧାରଣା ଗୁଡିକୁ ଏକ କ୍ରମରେ ପ୍ରକାଶ କରନ୍ତୁ ଯାହା ଲକ୍ଷ୍ୟ ଭାଷାରେ ସ୍ୱାଭାବିକ ଅଟେ ।(see Order of Events)

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ୱର ଙ୍କ ସୁସମାଚାର ନିମନ୍ତେ ପୃଥକୀକୃତ...7 ରୋମୀରେ ଥିବା ଈଶ୍ୱରଙ୍କ ପ୍ରିୟ ସମସ୍ତଙ୍କ ନିକଟକୁ ଏହି ପତ୍ର ଲେଖୁଅଛି । (ରୋମ 1:1,7 ULT)
1 ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ସେବକ, ରୋମୀ ସହରରେ ଥିବା ସମସ୍ତ ବିଶ୍ୱାସୀ ମାନଙ୍କୁ ଏହି ପତ୍ର ଲେଖୁ ଅଛି । (ରୋମୀ 1:1 UST)

ପାଉଲଙ୍କର ପତ୍ର ଆରମ୍ଭ କରିବାର ଶୈଳୀକୁ ULT ଦର୍ଶାଏ । ପଦ 7 ପର୍ଯ୍ୟନ୍ତ ସେ ପ୍ରକାଶ କରନ୍ତି ନାହିଁ ଯେ ଶ୍ରୋତା କିଏ । ତଥାପି, ଇଂରେଜ ଏବଂ ଅନେକ ଅନ୍ୟାନ୍ୟ ଭାଷା ଗୁଡିକରେ ଆଜି ଯାହା ଅଧିକ ସ୍ୱାଭାବିକ ତାହା UST ଅନୁସରଣ କରେ ।

ଉପଲକ୍ଷିତ ସୂଚନା

ULT ପ୍ରାୟଃ ଉପଲକ୍ଷିତ କିମ୍ବା କଳ୍ପିତ ଅନ୍ୟ ଧାରଣା ଗୁଡିକୁ ଉପସ୍ଥାପନ କରେ ଯାହା ପାଠକ ମାନଙ୍କ ନିମନ୍ତେ ବୁଝିବା ଆବଶ୍ୟକ ଅଟେ ।

UST ପ୍ରାୟଃ ସେହି ଧାରଣା ଗୁଡିକୁ ସ୍ପଷ୍ଟ କରେ । UST ଏହା ଆପଣଙ୍କୁ ସ୍ମରଣ କରାଇବା ନିମନ୍ତେ କରେ ଯାହା ଆପଣ ସମ୍ଭବତ୍ତଃ ଆପଣଙ୍କ ଅନୁବାଦରେ ସେହିପରି କରିବାକୁ ଉଚିତ ମୋନେ କରିବେ ଯାହା ଆପଣଙ୍କ ଶ୍ରୋତା ମାନଙ୍କୁ ପାଠ ବୁଝିବା ନିମନ୍ତେ ଆବଶ୍ୟକ ବୋଲି ଯଦି ଆପଣ ଚିନ୍ତା କରନ୍ତି ।

ଯେବେ ଆପଣ ଅନୁବାଦ କରନ୍ତି, ସେତେବେଳେ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ ଯେ ଏହି ଧାରଣା ଗୁଡିକ ମଧ୍ୟରୁ କେଉଁ ଉପଲକ୍ଷିତ ଧାରଣା ଗୁଡିକ, ବିନା ସମ୍ମିଳିତ କରି ଆପଣଙ୍କ ଶ୍ରୋତା ମାନଙ୍କ ଦ୍ଵାରା ବୁଝା ଯିବ । ଯଦି ଆପଣଙ୍କ ଶ୍ରୋତାମାନେ ପାଠରେ ଏହି ଧାରଣା ଗୁଡିକୁ ବିନା ସମ୍ମିଳିତ କରି ବୁଝି ପାରନ୍ତି ତେବେ ଆପଣଙ୍କୁ ସେହି ଧାରଣା ଗୁଡିକୁ ସ୍ପଷ୍ଟ କରିବା ଆବଶ୍ୟକତା ନାହିଁ । ଏହା ମଧ୍ୟ ସ୍ମରଣ ରଖନ୍ତୁ ଯେ ଯଦି ଆପଣ ବିନା ଆବଶ୍ୟକତାରେ ଉପଲକ୍ଷିତ ଧାରଣା ଗୁଡିକୁ ସ୍ପଷ୍ଟ କରନ୍ତି ଯାହା ଶ୍ରୋତାମାନେ ବୁଝି ପାରିବେ ତେବେ ଆପଣ ଆପଣଙ୍କ ଶ୍ରୋତା ମାନଙ୍କୁ ଅପମାନ କରି ପାରନ୍ତି ।

ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ, କାରଣ ବର୍ତ୍ତମାନ ଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ ।" (ଲୂକ 5:10 ULT)

କିନ୍ତୁ ଯୀଶୁ ଶିମୋନଙ୍କୁ କହିଲେ, "ଭୟ କର ନାହିଁ! ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ମାଛ ଧରୁଥିଲ, କିନ୍ତୁ ବର୍ତ୍ତମାନ ଠାରୁ ମନୁଷ୍ୟଙ୍କ ମଧ୍ୟରୁ ମନୁଷ୍ୟମାନଙ୍କୁ ମୋର ଶିଷ୍ୟ ହେବା ନିମନ୍ତେ ଧରିବ ।“(ଲୂକ 5:10 UST)

ଏଠାରେ UST ପାଠକଙ୍କୁ ସ୍ମରଣ କରାଏ ଯେ ଶିମୋନ ପେଶାଗତ ଭାବରେ ଜଣେ ମାଛ ଧରାଳୀ ଥିଲେ । ଆହୁରି ମଧ୍ୟ ଏହା ସ୍ପଷ୍ଟ କରେ ଯେ ଯୀଶୁ ଶିମୋନଙ୍କର ପୂର୍ବ କାର୍ଯ୍ୟ ଏବଂ ଭବିଷ୍ୟତ କାର୍ଯ୍ୟ ମଧ୍ୟରେ ସମାନତା ଆଙ୍କୁ ଥିଲେ । ଏହା ବଦଳରେ, UST ଏହା ସ୍ପଷ୍ଟ କରେ, ଯୀଶୁ ଚାଁହୁଥିଲେ ଯେ ଶିମୋନଙ୍କ “ମନୁଷ୍ୟ ଧରୁ” (ULT), ଏହାର ଅର୍ଥ, “ମୋର ଶିଷ୍ୟ ହେବାକୁ” ସେମାନଙ୍କୁ ମାର୍ଗଦର୍ଶନ କରିବାକୁ (UST) ।

ଯେବେ ସେ ଯୀଶୁଙ୍କୁ ଦେଖିଲେ, ସେ ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।“ (ଲୂକ 5:12 ULT)

ଯେବେ ସେ ଯୀଶୁଙ୍କୁ ଦେଖିଲେ, ସେ ତାହାଙ୍କ ସମ୍ମୁଖରେ ଭୂମିରେ ମୁଣ୍ଡ ନୁଆଁଇଲେ ଏବଂ ତାହାଙ୍କୁ ନିବେଦନ କଲେ, “ପ୍ରଭୁ, ଦୟାକରି ମୋତେ ଶୁଚି କରନ୍ତୁ, କାରଣ ଆପଣ ମୋତେ ଶୁଚି କରିବାକୁ ସମର୍ଥ ଯଦି ଆପଣ ଇଚ୍ଛା କରନ୍ତି!” (ଲୂକ 5:12 UST)

ଏଠାରେ UST ସ୍ପଷ୍ଟ କରେ ଯେ ଯେଉଁ ବ୍ୟକ୍ତି କୁଷ୍ଠରୋଗୀ ଥିଲେ ସେ ଆକସ୍ମିକ ଭାବରେ ଭୂମିରେ ପଡ଼ି ନ ଥିଲେ । ପରିବର୍ତ୍ତେ, ସେ ଜାଣିଶୁଣି ଭୂମିରେ ମୁଣ୍ଡ ନୂଆଁଇ ପଡ଼ିଲେ । ଆହୁରି ମଧ୍ୟ UST ଏହା ସ୍ପଷ୍ଟ କରେ ସେ ଯୀଶୁଙ୍କୁ ସାହାଯ୍ୟ ମାଗୁଥିଲେ । ULTରେ ସେ ହିଁ କେବଳ ନିବେଦନକୁ ଉପଲକ୍ଷିତ କରେ ।

ପ୍ରତୀକାତ୍ମକ କ୍ରିୟା ଗୁଡିକ

ପରିଭାଷା - ପ୍ରତୀକାତ୍ମକ କ୍ରିୟା ଏକ କ୍ରିୟା ଅଟେ ଯାହା ଏକ ବ୍ୟକ୍ତି ଏକ ନିଶ୍ଚିତ ଧାରଣାକୁ ପ୍ରକାଶ କରିବାକୁ କରେ ।

ULT ପ୍ରାୟଃ ପ୍ରତୀକାତ୍ମକ କ୍ରିୟାକୁ ଏହାର ଅର୍ଥ ବିନା ବାଖ୍ୟା କରି ଉପସ୍ଥାପନ କରେ ।

UST ପ୍ରାୟଃ ପ୍ରତୀକାତ୍ମକ କ୍ରିୟା ସହିତ ଅର୍ଥକୁ ମଧ୍ୟ ପ୍ରକାଶ କରେ ।

ଯେବେ ଆପଣ ଅନୁବାଦ କରିବେ ଆପଣଙ୍କଙ୍କୁ ଧ୍ୟାନ ଦେବା ଆବଶ୍ୟକ ଯେ ଆପଣଙ୍କ ଶ୍ରୋତାମାନେ ପ୍ରତୀକାତ୍ମକ କ୍ରିୟାକୁ ସଠିକ ଭାବରେ ବୁଝି ପାରିବେ କିମ୍ବା ନୁହେଁ । ଯଦି ଆପଣଙ୍କ ଶ୍ରୋତାମାନେ ବୁଝି ପାରିବେ ନାହିଁ, ତେବେ UST ପରି ଆପଣଙ୍କଙ୍କୁ କରିବା ଉଚିତ । (see Symbolic Action)

ମହାଯାଜକ ଆପଣା ଅଙ୍ଗରଖା ଚିରିଲେ (ମାର୍କ 14:63 ULT)

ଯୀଶୁଙ୍କ ପ୍ରତ୍ୟୁତ୍ତରରେ, ମହାଯାଜକ ଅତ୍ୟଧିକ ଆଘାତ ପାଇଲେ ଯାହା ଫଳରେ ସେ ଆପଣା ଅଙ୍ଗରଖା ଚିରିଲେ । (ମାର୍କ 14:63 UST)

ଏଠାରେ UST ଏହା ସ୍ପଷ୍ଟ କରେ ଯେ ମହାଯାଜକ ଆପଣା ଅଙ୍ଗରଖା ଆକସ୍ମିକ ଭାବରେ ଚିରିଲେ ନ ଥିଲେ । ଅହୁରୀ ମଧ୍ୟ ଏହା ସ୍ପଷ୍ଟ କରେ ଯେ ଏହା ସମ୍ଭବତଃ କେବଳ ତାହାଙ୍କର ବାହ୍ୟ ଅଙ୍ଗରଖା ଥିଲା ଯାହା ସେ ଚିରିଲେ, ଏବଂ ସେ ସେହିପରି କଲେ କାରଣ ସେ ଦେଖାଇବାକୁ ଚାଁହୁଥିଲେ ଯେ ସେ ଦୁଃଖୀ କିମ୍ବା କ୍ରୁଦ୍ଧ କିମ୍ବା ଉଭୟ । ଯେହେତୁ ମହାଯାଜକ ବାସ୍ତବରେ ଆପଣା ଅଙ୍ଗରଖା ଚିରିଲେ, UST ନିଶ୍ଚିତଭାବରେ, କହିବ ଯେ ସେ କଲେ । ତଥାପି, ଯଦି ଏକ ପ୍ରତୀକାତ୍ମକ କ୍ରିୟା କଦାପି ଘଟି ନାହିଁ, ଆପଣଙ୍କୁ ସେହି କ୍ରିୟାକୁ ପ୍ରକାଶ କରିବା ଆବଶ୍ୟକତା ନାହିଁ ।

ଏଠାରେ ସେହିପରି ଏକ ଉଦାହରଣ:

ତୁମ୍ଭର ଦେଶାଧ୍ୟକ୍ଷକୁ ତାହା ଭେଟି ଦିଅ; ସେ କି ତୁମ୍ଭ ପ୍ରତି ପ୍ରସନ୍ନ ହେବେ ସେ କି ତୁମ୍ଭଙ୍କୁ ଗ୍ରହଣ କରିବେ?" (ମଲାଖି 1:8 ULT)

ସେହିପରି ଭେଟି ଆପଣା ଦେଶାଧ୍ୟକ୍ଷକୁ ଦେବାକୁ ତୁମ୍ଭେମାନେ ସାହସ କରିବ ନାହିଁ! ତୁମ୍ଭେମାନେ ଜାଣ ଯେ ସେ ଏହା ଗ୍ରହଣ କରିବେ ନାହିଁ । ତୁମ୍ଭେମାନେ ଜାଣ ଯେ ସେ ତୁମ୍ଭ ପ୍ରତି ଅପ୍ରସନ୍ନ ହେବେ ଏବଂ ତୁମ୍ଭଙ୍କୁ ଗ୍ରହଣ କରିବେ ନାହିଁ!! (ମଲାଖି 1:8 UST)

ଏଠାରେ ଏକ ପ୍ରତୀକାତ୍ମକ କ୍ରିୟା ଅଛି, “କାହାର ମୁହଁକୁ ଉଠାଇବା” ULTରେ ଏହିପରି ଉପସ୍ଥାପନ କରାଯାଇ ଅଛି, ଏବଂ USTରେ “ସେ ତୁମ୍ଭ ପ୍ରତି ଅପ୍ରସନ୍ନ ହେବେ ଏବଂ ତୁମ୍ଭଙ୍କୁ ଗ୍ରହଣ କରିବେ ନାହିଁ” ଭାବରେ ଅର୍ଥ ଉପସ୍ଥାପନ କରାଯାଇ ଅଛି । ଏହା ଏହିପରି ଉପସ୍ଥାପନ କରାଯାଇ ପାରିବ କାରଣ ମଲାଖି ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ସୂଚାଉ ନାହାନ୍ତି ଯାହା ବାସ୍ତବରେ ଘଟି ଥିଲା । ସେ କେବଳ ଘଟଣା ଦ୍ଵାରା ଉପସ୍ଥାପନା କରାଯାଇ ଥିବା ଧାରଣାକୁ ସୂଚାନ୍ତି ।

କର୍ମବଚ୍ୟ କ୍ରିୟା ଆକୃତି ଗୁଡିକ

ଉଭୟ ବାଇବଲ ସମ୍ପର୍କିତ ଏବ୍ରୀ ଏବଂ ଗ୍ରୀକ୍ ପ୍ରାୟଃ କର୍ମବଚ୍ୟ କ୍ରିୟା ଆକୃତି ଗୁଡିକ ବ୍ୟବହାର କରେ, ଯେବେ ଅନେକ ଅନ୍ୟାନ୍ୟ ଭାଷା ଗୁଡିକରେ ବ୍ୟବାହର କରିବା ସମ୍ଭବ ନୁହେଁ ।

ULT କର୍ମବଚ୍ୟ କ୍ରିୟା ଆକୃତିକୁ ବ୍ୟବହାର କରିବାକୁ ଚେଷ୍ଟା କରେ ଜେବେଳେ ମୂଳ ଭାଷା ସେଗୁଡିକୁ ବ୍ୟବହାର କରେ । ତଥାପି, ସାଧାରଣତଃ UST କର୍ମବଚ୍ୟ କ୍ରିୟା ଆକୃତିକୁ ବ୍ୟବହାର କରେ ନାହିଁ ।

ପରିଣାମସ୍ୱରୂପ, UST ଅନେକ ବାକ୍ୟାଂଶ ଗୁଡିକୁ ନୂତନ ରୂପ ପ୍ରଦାନ କରେ । ଯେତେବେଳେ ଆପଣ ଅନୁବାଦ କରନ୍ତି, ଲକ୍ଷ୍ୟ ଭାଷା ଘଟଣା ଗୁଡିକୁ କିମ୍ବା ବ୍ୟକ୍ତ ଗୁଡିକୁ କର୍ମବଚ୍ୟ ଅଭିବ୍ୟକ୍ତି ଗୁଡିକୁ ବ୍ୟବହାର କରି ଉପସ୍ଥାପନ କରି ପାରିବ କିମ୍ବା ନୁହେଁ ତାହା ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ ଅଟେ, ଯେପରି ନିମ୍ନଲିଖିତ ଉଦାହରଣ ଗୁଡିକ । ଯଦି ଆପଣ ଏକ କର୍ମବଚ୍ୟ କ୍ରିୟାକୁଉ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବ୍ୟବହାର କରି ପାରିବେ ନାହିଁ, ତେବେ ବାକ୍ୟାଂଶକୁ ନୂତନ ରୂପ ପ୍ରଦାନ କରିବା ନିମନ୍ତେ ଆପଣ USTରେ ଏକ ସମ୍ଭବତଃ ମାଧ୍ୟମ ପାଇ ପାରିବେ ।

ବାଇବଲରୁ ଉଦାହରଣ ଗୁଡିକ

କାରଣ ଯେଉଁ ମାଛ ସେମାନେ ପ୍ରାପ୍ତ କରିଥିଲେ ତାହା ଦେଖି ସେ ଏବଂ ସେଠାରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ, ହେଲେ । (ଲୂକ 5:9 ULT)

ସେ ଏହା କହିଲେ ଯେହେତୁ ସେମାନେ ଧରିଥିବା ଏତେ ମାଛ ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ସମସ୍ତ ଲୋକେ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ । (ଲୂକ 5:9 UST)

ଏଠାରେ UST କ୍ରିୟାକୁ ULT “ଆଶ୍ଚର୍ଯ୍ୟ ଥିଲେ” କର୍ମବାଚ୍ୟ ପରିବର୍ତ୍ତେ, କ୍ରିୟାବଚ୍ୟ “ ସେ ଆଶ୍ଚର୍ଯ୍ୟ ହେଲେ” ଭାବରେ ବ୍ୟବହାର କରେ ।

ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ । (ଲୂକ 5:15 ULT)

ଫଲସ୍ୱରୂପ, ବହୁସଂଖ୍ୟକ ଲୋକ ଯୀଶୁଙ୍କ ନିକଟକୁ ଶିକ୍ଷା ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଆସିଲେ । (ଲୂକ 5:15 UST)

ଏଠାରେ “ସୁସ୍ଥ ହେବାକୁ” ULTର କର୍ମବଚ୍ୟ ଆକୃତିକୁ UST ବ୍ୟବହାର କରେ ନାହିଁ । ଏହା ବାକ୍ୟାଂଶକୁ ନୂତନ ରୁପ ପ୍ରଦାନ କରି ଏହା କରେ । ସୁସ୍ଥ କରିବା ଲୋକ କିଏ, ଏହା ତାହା ପ୍ରକାଶ କରେ: “ ଯୀଶୁ ସେମାନଙ୍କୁ ସୁସ୍ଥ କରିବା ନିମନ୍ତେ ।“

ରୂପକ ଏବଂ ଅନ୍ୟାନ୍ୟ ଅଳଙ୍କାର ଗୁଡିକ

ପରିଭାଷା - ଯେତେ ସମ୍ଭବ ସେତେ ନିକଟତର ଭାବେ ULT ବାଇବଲ ପାଠରେ ପ୍ରାପ୍ତ ଅଳଙ୍କାର ଗୁଡିକୁ ଉପସ୍ଥାପନ କରିବାକୁ ଚେଷ୍ଟା କରେ ।

UST ପ୍ରାୟଃ ଏହି ଧାରଣା ଗୁଡିକର ଅର୍ଥକୁ ଅନ୍ୟ ମାଧ୍ୟମରେ ଉପସ୍ଥାପନ କରେ ।

ଯେତେବେଳେ ଆପଣ ଅନୁବାଦ କରନ୍ତି, ଲକ୍ଷ୍ୟ ଭାଷାରେ ପାଠକ ଏକ ଅଳଙ୍କାରକୁ ଅଳ୍ପ ପ୍ରଯତ୍ନ ସହିତ, କିଛି ପ୍ରଯତ୍ନ ସହିତ କିମ୍ବା ଜମାରୁ ବୁଝି ପାରିବେ ନାହିଁ ତାହା ଆପଣଙ୍କୁ ନିଷ୍ପତି ନେବା ଆବଶ୍ୟକ । ଯଦି ବୁଝିବା ନିମନ୍ତେ ସେମାନେ ବହୁତ ପ୍ରଯତ୍ନ କରନ୍ତି, କିମ୍ବା ସେମାନେ ଜମାରୁ ବୁଝି ପାରନ୍ତି ନାହିଁ ତେବେ ଶବ୍ଦ ଗୁଡିକୁ ବ୍ୟବହାର କରି ଆପଣଙ୍କୁ ଅଳଙ୍କାର ଗୁଡିକର ଆବଶ୍ୟକ ଅର୍ଥକୁ ଉପସ୍ଥାପନ କରିବା ଉଚିତ ।

ସେ ତୁମ୍ଭ ମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ, ଧନବାନ କରିଅଛନ୍ତି । (1 କରିନ୍ଥୀୟ 1:5 ULT)

ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସମସ୍ତ ପ୍ରକାରର ବିଷୟ ପ୍ରଦାନ କରିଅଛନ୍ତି । . ସତ୍ୟକୁ ପ୍ରକାଶ କରିବାକୁ ଏବଂ ଈଶ୍ୱରଙ୍କୁ ଜାଣିବାକୁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କଲେ । (1 କରିନ୍ଥୀୟ 1:5 UST)

ଶବ୍ଦ “ଧନ”ରେ ପ୍ରକାଶିତ, ପାଉଲ ଦ୍ରବ୍ୟାତ୍ମକ ଧନର ଏକ ଅଳଙ୍କାର ବ୍ୟବହାର କରନ୍ତି । ଯଦି ବା ସେ ତତ୍କାଳ ଅର୍ଥକୁ ବାଖ୍ୟା କରନ୍ତି, “ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ” ହୁଏତ କିଛି ପାଠକ ବୁଝି ନ ପାରନ୍ତି । ଦ୍ରବ୍ୟାତ୍ମକ ଧନର ଏକ ଅଳଙ୍କାର ବ୍ୟବହାରନ କରି UST ଭିନ୍ନ ମାଧ୍ୟମରେ ଧାରଣା ଗୁଡିକୁ ଉପସ୍ଥାପନ କରେ ।(see Metaphor)

ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି , (ମାଥିଉ 10:16 ULT)

ଯେତେବେଳେ ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଅଛି ତୁମ୍ଭେମାନେ ଲୋକଙ୍କ ମଧ୍ୟରେ ଯେଉଁମାନେ ହେଟା ପରି ହିଂସକ, ମେଣ୍ଢା ପରି ଅହିଂସକ ହେବ । (ମାଥିଉ 10:16 UST)

ଯୀଶୁ ଏକ ଉପମା ବ୍ୟବହାର କରନ୍ତି ଯାହା ହେଟା ପରି ହିଂସକ ନିକଟକୁ ଯେପରି ମେଣ୍ଢା ଯାଏ ସେହିପରି ଆପଣା ପ୍ରେରିତ ମାନଙ୍କୁ ଅନ୍ୟ ଲୋକଙ୍କ ନିକଟକୁ ଯିବା ତୁଳନା କରନ୍ତି । ହୁଏତ କିଛି ପାଠକ ବୁଝି ନ ପାରନ୍ତି ଯେ କିପରି ସେହି ଲୋକେ ଯେଉଁମାନଙ୍କ ନିକଟକୁ ପ୍ରେରିତମାନେ ଯିବେ ସେମାନେ ମେଣ୍ଢା ପରି ହେବେ ଏବଂ ଅନ୍ୟ ଲୋକେ ହେଟା ପରି ହିଂସକ ହେବେ ।

ଏହା UST ସ୍ପଷ୍ଟ କରେ ଯେ ପ୍ରେରିତମାନେ ମେଣ୍ଢା ଅହିଂସକ ହେବେ ଏବଂ ସେମାନଙ୍କର ଶତ୍ରୁମାନେ ହିଂସକ ହେବେ ।(see Simile)

ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ସମସ୍ତେ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହୋଇଅଛ। ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ । (ଗାଲାତୀୟ 5:4 ULT)

ଯଦି ତୁମ୍ଭେମାନେ ଇଚ୍ଛା କରୁଅଛ ଯେ ଈଶ୍ଵର ତୁମ୍ଭମାନଙ୍କୁ ଧାର୍ମିକ ଗଣିତ କରନ୍ତୁ ଯେହେତୁ ତୁମ୍ଭେମାନେ ତାହାଙ୍କ ଦୃଷ୍ଟିରେ ବ୍ୟବସ୍ଥା ପାଳନ କର, ତେବେ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଅଛ; ଈଶ୍ଵର ତୁମ୍ଭମାନଙ୍କୁ କଦାପି ଦୟାରେ ଅନୁଗ୍ରହ ପ୍ରଦାନ କରିବେ ନାହିଁ । (ଗାଲାତୀୟ 5:4 UST)

ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବା ବିଷୟରେ ଯେତେବଲେ ପାଉଲ ସେମାନଙ୍କୁ ସୂଚାନ୍ତି ସେତେବେଳେ ସେ ଏକ ବ୍ୟାଙ୍ଗୋକ୍ତି ବ୍ୟବହାର କରନ୍ତି । ସେ ପୂର୍ବରୁ ସେମାନଙ୍କୁ ଶିକ୍ଷା ଦେଇଥଲେ ଯେ କୌଣସି ବ୍ୟକ୍ତି ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବ ନାହିଁ ।

“ଧାର୍ମିକ ଗଣିତ” ହେବା ଚାରିଆଡ଼େ ULT ଉଦ୍ଧୃତ ଚିହ୍ନକୁ ପାଉଲ ବାସ୍ତବରେ ବ୍ୟକ୍ତି ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବା ବିଷୟକୁ ବିଶ୍ଵାସ କରନ୍ତି ନାହିଁ ତାହା ପ୍ରକାଶ କରିବା ନିମନ୍ତେ ବ୍ୟବହାର କରେ । UST ସାମନ ଧାରଣାକୁ ସ୍ପଷ୍ଟ ଭାବରେ ଅନୁବାଦ କରେ ଯାହା ଅନ୍ୟ ଲୋକେ ବିଶ୍ଵାସ କରିଥିଲେ । (see Irony)

ଭାବବାଚକ ଅଭିବ୍ୟକ୍ତି ଗୁଡିକ

ULT ପ୍ରାୟଃ ଭାବବାଚକ, ବିଶେଷଣ ଗୁଡିକ, ଏବଂ ଅନ୍ୟ ଅଳଙ୍କାର ବ୍ୟବହାର କରେ କାରଣ ଏହା ବାଇବଲ ପାଠକୁ ନିକଟତର ଭାବରେ ଅନୂରୁପ କରିବାକୁ ଚେଷ୍ଟା କରେ ।

UST ସେହିପରି ଭାବବାଚକ ଅଭିବ୍ୟକ୍ତି ଗୁଡିକୁ ବ୍ୟବହାର ନ କରିବାକୁ ଚେଷ୍ଟା କରେ, କାରଣ ଅନେକ ଭାଷା ଗୁଡକରେ ଭାବବାଚକ ଅଭିବ୍ୟକ୍ତି ଗୁଡିକୁ ବ୍ୟବହାର କରାଯାଏ ନାହିଁ ।

ଯେବେ ଆପଣ ଅନିବାଦ କରନ୍ତି, ଆପଣ ନିଷ୍ପତି କରନ୍ତି ଯେ ଲକ୍ଷ୍ୟ ଭାଷା ଗୁଡିକରେ ଏ ସବୁ ଧାରଣା ଗୁଡିକୁ କିପରି ବୁଝା ଯିବ ।(see Abstract Nouns)

ସେ ତୁମ୍ଭ ମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନରେସମସ୍ତ ପ୍ରକାର ଜ୍ଞାନରେ ଧନବାନ କରିଅଛନ୍ତି । (1 କରିନ୍ଥୀୟ 1:5 ULT)

ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସମସ୍ତ ପ୍ରକାରର ବିଷୟ ପ୍ରଦାନ କରିଅଛନ୍ତି । ସତ୍ୟକୁ ପ୍ରକାଶ କରିବାକୁ ଏବଂ ଈଶ୍ୱରଙ୍କୁ ଜାଣିବାକୁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କଲେ । (1 କରିନ୍ଥୀୟ 1:5 UST)

ଏଠାରେ “ସମସ୍ତ ପ୍ରକାର ଶିକ୍ଷାଦାନରେ” ଓ “ସମସ୍ତ ପ୍ରକାର ଜ୍ଞାନରେ” ULT ଭାବବାଚକ ବିଶେଷ୍ୟ ଅଭିବ୍ୟକ୍ତି ଗୁଡିକୁ ବ୍ୟବହାର କରି ଅଛି । ସେଗୁଡିକ ସହିତ ଏକ ସମସ୍ୟା ହେଇପାରେ ଯାହା ହୁଏତ ପାଠକ କିଏ କହିବା କଥା ଜାଣି ନ ପାରନ୍ତି ଏବଂ କ’ଣ ସେମାନଙ୍କୁ କହିବାର ଅଛି କିମ୍ବା କିଏ ଜାଣୁଛି ଏବଂ ସେମାନେ କ’ଣ ଜାଣନ୍ତି। ଏହି ପ୍ରଶ୍ନ ଗୁଡିକୁ UST ଉତ୍ତର ପ୍ରଦାନ କରେ

ଉପସଂହାର

ସାରମର୍ମରେ, ଅନୁବାଦ କରିବାକୁ ULT ଆପଣଙ୍କୁ ସାହାଯ୍ୟ କରେ କାରଣ ମୂଳ ବାଇବଲ ପାଠରେ କେଉଁ ଆକୃତି ଅଛି ତାହା ଉତ୍ତମ ରୂପେ ବୁଝିବା ନିମନ୍ତେ ଏହା ଆପଣଙ୍କୁ ସାହାଯ୍ୟ କରେ ।

ଅନୁବାଦ କରିବାକୁ UST ଆପଣଙ୍କୁ ସାହାଯ୍ୟ କରେ କାରଣ ଏହା UST ପାଠର ଅର୍ଥକୁ ସ୍ପଷ୍ଟ କରେ ଏବଂ ଆହୁରି ମଧ୍ୟ ଆପଣଙ୍କ ଅନୁବାଦରେ ବାଇବଲ ପାଠର ଧାରଣା ଗୁଡିକୁ ଅଧିକ ସ୍ପଷ୍ଟ କରିବା ନିମନ୍ତେ ଆପଣଙ୍କଙ୍କୁ ଅନେକ ସମ୍ଭାବନା ମାଧ୍ୟମ ଗୁଡିକ ପ୍ରଦାନ କରେ ।